ETV Bharat / bharat

ଆମେରିକାକୁ ତାଲିବାନର ଚେତାବନୀ, ‘ଆଫଗାନ ଆକାଶରେ ଉଡାଅ ନାହିଁ ଡ୍ରୋନ’

author img

By

Published : Sep 29, 2021, 1:53 PM IST

ଆଫଗାନ ଆକାଶ ମାର୍ଗରେ ଡ୍ରୋନ ସଞ୍ଚାଳନ ନ କରିବାକୁ ଆମେରିକାକୁ ଚେତାବନୀ
ଆଫଗାନ ଆକାଶ ମାର୍ଗରେ ଡ୍ରୋନ ସଞ୍ଚାଳନ ନ କରିବାକୁ ଆମେରିକାକୁ ଚେତାବନୀ

ଆଫଗାନିସ୍ତାନ ଆକାଶ ମାର୍ଗରେ ଡ୍ରୋନ ସଂଚାଳନ ନ କରିବାକୁ ଆମେରିକାକୁ ଚେତାବନୀ ଦେଲା ତାଲିବାନ ସରକାର । ନଚେତ୍ ପରିଣାମ ଭୋଗିବା ପାଇଁ ପ୍ରସ୍ତୁତ ରହିବାକୁ ଦେଲା ଧମକ । ଅଧିକ ପଢନ୍ତୁ...

କାବୁଲ: 20 ବର୍ଷ ପରେ ପୁଣି ସତ୍ତାକୁ ଫେରିଥିବା ତାଲିବାନ ଏବେ ଆମେରିକାକୁ ଆଖି ଦେଖାଇଛି । ବର୍ତ୍ତମାନ ଆଫଗାନିସ୍ତାନ ଆକାଶ ମାର୍ଗରେ ଆମେରିକାର ଡ୍ରୋନ କାର୍ଯ୍ୟ କରୁଛି । ଯାହାକୁ ନେଇ ସଂଯୁକ୍ତ ରାଷ୍ଟ୍ର ଆମେରିକାକୁ ଚେତାବନୀ ଦେଇଛି ତାଲିବାନୀ ସରକାର । ଯଦି ଆମେରିକା କୌଣସି କୁପରିଣାମ ଭୋଗିବାକୁ ଚାହୁଁନି ତେବେ ଆଫଗାନ ଆକାଶ ମାର୍ଗରେ ଡ୍ରୋନ ନ ଚଳାଇବାକୁ କହିଛି ତାଲିବାନ ।

କହିରଖୁଛୁ କି, ତାଲିବାନୀ ସରକାରର ଏହି ବୟାନ ଆତଙ୍କୀଙ୍କ ଉପରେ ଆମେରିକାର ଡ୍ରୋନ ଆକ୍ରମଣ ଘଟଣା ଉପରେ ପର୍ଯ୍ୟବେଶିତ । ଯେଉଁ ଆକ୍ରମଣରେ ଭୁଲବଶତଃ ଅନେକ ନିର୍ଦ୍ଦୋଷ ପ୍ରାଣ ହରାଇଥିଲେ ।

ତାଲିବାନ ମୁଖପାତ୍ର ଜବୀହୁଲ୍ଲାହ ମୁଜାହିଦ ଆମେରିକାର ପଦକ୍ଷେପକୁ ଜାତୀୟ ନିରାପତ୍ତାର ଉଲ୍ଲଙ୍ଘନ ବୋଲି କହିଛନ୍ତି ଏବଂ ସମସ୍ତ ଦେଶକୁ ପରସ୍ପରର ଦାୟିତ୍ବ ଅନୁଯାୟୀ କାର୍ଯ୍ୟ କରିବାକୁ ଚେତାବନୀ ଦେଇଛନ୍ତି । ନଚେତ୍ ଏହାର ଫଳ ଭୋଗିବାକୁ ପ୍ରସ୍ତୁତ ରହିବାକୁ କହିଛି ତାଲିବାନ । ଆଫଗାନିସ୍ତାନର ଆଇଇଏ ଦ୍ବାରା ମଙ୍ଗଳବାର ଜାରି ଏକ ବୟାନରେ କୁହାଯାଇଛି, ସବୁ ଦେଶ ଅନ୍ତରାଷ୍ଟ୍ରୀୟ ଆଇନ ଅନୁଯାୟୀ ନିଜ ନିଜ ଦେଶର ଉଭୟ ସ୍ଥଳ ଓ ଆକାଶ ମାର୍ଗର ମାଲିକ ଅଟନ୍ତି । ଏହି କ୍ରମରେ ଆଫଗାନିସ୍ତାନ ମଧ୍ୟ ନିଜ ସ୍ଥଳ ଓ ଆକାଶ ମାର୍ଗର ସଂରକ୍ଷକ ଅଟେ । ହେଲେ ନିକଟରେ ସଂଯୁକ୍ତ ରାଷ୍ଟ୍ର ଆମେରିକା ଏହି ନିୟମ ଉଲ୍ଲଙ୍ଘନ କରି ଆଫଗାନିସ୍ତାନର ଆକାଶ ମାର୍ଗରୁ ଡ୍ରୋନ ଆକ୍ରମଣ କରିଥିଲା । ତେଣୁ ତୁରନ୍ତ ଏହି କାର୍ଯ୍ୟରୁ ନିବୃତ୍ତ ରହିବାକୁ ସେ ଧମକ ଦେଇଛି ।

@PTI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.