ETV Bharat / bharat

'ସେଙ୍ଗୋଲ ସ୍ଥାପନା କାର୍ଯ୍ୟକ୍ରମରେ କେବଳ ବ୍ରାହ୍ମଣଙ୍କୁ ନିମନ୍ତ୍ରଣ ଦୁର୍ଭାଗ୍ୟଜନକ'

author img

By

Published : May 28, 2023, 6:21 PM IST

swami prasad morya statement on  sengol installation
ବିଜେପିକୁ ସମାଲୋଚନା କଲେ ସ୍ବାମୀ ପ୍ରସାଦ ମୌର୍ଯ୍ୟ

ସେଙ୍ଗୋଲ ବା ରାଜଦଣ୍ଡ ସ୍ଥାପନା କାର୍ଯ୍ୟକ୍ରମରେ କେବଳ ଦକ୍ଷିଣ ଭାରତର ବ୍ରାହ୍ମଣ ଓ ଗୁରୁଙ୍କୁ ନିମନ୍ତ୍ରଣକୁ ନେଇ ବିଜେପିକୁ କଡ଼ା ସମାଲୋଚନା କଲେ ସମାଜବାଦୀ ପାର୍ଟି ନେତା ସ୍ବାମୀ ପ୍ରସାଦ ମୌର୍ଯ୍ୟ । ଅଧିକ ପଢ଼ନ୍ତୁ

ଲକ୍ଷ୍ନୌ: ରବିବାର ପ୍ରଧାନମନ୍ତ୍ରୀ ନୂଆ ସଂସଦ ଭବନର ଉଦଘାଟନ କରିଛନ୍ତି । ସକାଳ ୭.୩୦ ସମୟରେ ସ୍ବତନ୍ତ୍ର ପୂଜାର୍ଚ୍ଚନା ଓ ସମାରୋହ ପରେ ନୂଆ ସଂସଦ ଭବନର ଲୋକସଭା ବାଚସ୍ପତିଙ୍କ ଆସନ ପାର୍ଶ୍ବରେ ସେଙ୍ଗୋଲ ବା ରାଜଦଣ୍ଡ ସ୍ଥାପନା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଯାହାକୁ ନେଇ ସମାଜବାଦୀ ପାର୍ଟି ନେତା ସ୍ବାମୀ ପ୍ରସାଦ ମୌର୍ଯ୍ୟଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ସେଙ୍ଗୋଲ ସ୍ଥାପନା ସମାରୋହରେ କେବଳ ଦକ୍ଷିଣ ଭାରତର ବ୍ରାହ୍ମଣଙ୍କୁ ନିମନ୍ତ୍ରଣ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ଏହି କାର୍ଯ୍ୟକ୍ରମରେ ସବୁ ଧର୍ମର ପ୍ରତିନିଧୀଙ୍କୁ ନିମନ୍ତ୍ରଣ କରିବା ଆବଶ୍ୟକତା ଥିଲା ବୋଲି ସ୍ବାମୀ ପ୍ରସାଦ ମୌର୍ଯ୍ୟ କହିଛନ୍ତି ।

  • सेंगोल राजदंड की स्थापना पूजन में केवल दक्षिण के कट्टरपंथी ब्राह्मण गुरुओं को बुलाया जाना अत्यंत दुर्भाग्यपूर्ण है। भाजपा सरकार का यदि पंथनिरपेक्ष संप्रभु-राष्ट्र भारत में विश्वास होता तो देश के सभी धर्म गुरुओं यथा- बौद्ध धर्माचार्य (भिक्षुगण), जैन आचार्य (ऋषि), गुरु ग्रंथी साहब,…

    — Swami Prasad Maurya (@SwamiPMaurya) May 28, 2023 " class="align-text-top noRightClick twitterSection" data=" ">

ନୂତନ ସଂସଦ ଭବନର ଉଦଘାଟନୀ କାର୍ଯ୍ୟକ୍ରମକୁ ନେଇ ବିଜେପି ଉପରେ ଶାଣିତ ଆକ୍ରମଣ କରିଛନ୍ତି ସମାଜବାଦୀ ପାର୍ଟି ନେତା ସ୍ବାମୀ ପ୍ରସାଦ ମୌର୍ଯ୍ୟ । ସେ କହିଛନ୍ତି, "କାର୍ଯ୍ୟକ୍ରମରେ କେବଳ ଦକ୍ଷିଣ ଭାରତର ବ୍ରାହ୍ମଣ ଓ ଗୁରୁମାନଙ୍କୁ ନିମନ୍ତ୍ରଣ କରାଯାଇଥିଲା, ଏହା ବିଜେପିର ଘୃଣ୍ୟ ଚିନ୍ତାଧାରାକୁ ଦର୍ଶାଉଛି । ସଂସଦରେ ସେଙ୍ଗୋଲ ପ୍ରତିଷ୍ଠା କରି ବିଜେପି ରାଜତନ୍ତ୍ର ପଥରେ ଗତି କରୁଛି । ସେଙ୍ଗୋଲ ବା ରାଜଦଣ୍ଡ ସ୍ଥାପନା କାର୍ଯ୍ୟକ୍ରମରେ କେବଳ ଦକ୍ଷିଣ ଭାରତର ବ୍ରାହ୍ମଣ ଓ ଗୁରୁଙ୍କୁ ଡାକିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ଯଦି ବିଜେପି ଧର୍ମ ନିରପେକ୍ଷ ଓ ସାର୍ବଭୌମ ରାଷ୍ଟ୍ର ଉପରେ ବିଶ୍ବାସ କରନ୍ତି, ତେବେ ସମସ୍ତ ଧାର୍ମିକ ଗୁରୁ ଯଥା, ବୌଦ୍ଧ ଧର୍ମଚାର୍ଯ୍ୟ (ଭିକ୍ଷୁଗଣ), ଜୈନ ଆଚାର୍ଯ୍ୟ (ଋଷି), ଗୁରୁ ଗ୍ରନ୍ଥି ସାହେବ, ଇସଲାମ ଧର୍ମଗୁରୁ (ମୌଲାନା), ଖ୍ରୀଷ୍ଟିଆନ ଧର୍ମଗୁରୁ (ପାଦ୍ରୀ) ଇତ୍ୟାଦି ସମସ୍ତଙ୍କୁ ନିମନ୍ତ୍ରଣ କରିବା ଉଚିତ ଥିଲା । କିନ୍ତୁ ବିଜେପି ଏପରି ନକରି ନିଜର ଦୂଷିତ ମାନସିକତା ଓ ଘୃଣ୍ୟ ଚିନ୍ତାଧାରାକୁ ପ୍ରଦର୍ଶନ କରିଛି ।

  • #WATCH नए संसद भवन में उद्घाटन के बाद 'सर्व-धर्म' प्रार्थना की गई। इस दौरान प्रधानमंत्री नरेंद्र मोदी व अन्य वरिष्ठ उपस्थित रहे। pic.twitter.com/IbdjNwhqzj

    — ANI_HindiNews (@AHindinews) May 28, 2023 " class="align-text-top noRightClick twitterSection" data=" ">

ଏହା ମଧ୍ୟ ପଢ଼ନ୍ତୁ: ନୂଆ ସଂସଦ ସୌଧକୁ କଫିନ ସହ ତୁଳନା କଲା RJD, ଏମିତି ଜବାବ ଦେଲା ବିଜେପି

ପ୍ରକାଶ ଥାଉକି, ନୂଆ ସଂସଦର ଉଦଘାଟନ ପରେ ସର୍ବଧର୍ମ ପ୍ରାର୍ଥନା କରାଗଲା । ଯାହାକୁ ନେଇ ସପା ନେତା ସ୍ବାମୀ ପ୍ରସାଦ ମୌର୍ଯ୍ୟ କଡ଼ା ସମାଲୋଚନା କରିଛନ୍ତି । ଏହା ପୂର୍ବରୁ ସପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଅଖିଳେଶ ଯାଦବ ମଧ୍ୟ ନୂଆ ସଂସଦ ଗୃହକୁ ନେଇ ପ୍ରଶ୍ନ ଉଠାଇଥିଲେ । ସେ କହିଥିଲେ ଯେ, "ଯେତେ ବଡ଼ କୋଠା ନିର୍ମାଣ ହେଉ ନା କାହିଁକି, ଯଦି ଗଣତନ୍ତ୍ରର ମୂଲ୍ୟବୋଧକୁ ସମ୍ମାନ ଦିଆନଯାଏ ତେବେ କୌଣସି ଲାଭ ନାହିଁ ।"

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.