ETV Bharat / bharat

Same-sex Marriage Pleas: ଏପ୍ରିଲ 18ରେ ସାମ୍ବିଧାନିକ ଖଣ୍ଡପୀଠରେ ଶୁଣାଣି

author img

By

Published : Mar 13, 2023, 6:15 PM IST

same-sex marriage pleas: ଏପ୍ରିଲ 18 ରେ ସାମ୍ବିଧାନିକ ଖଣ୍ଡପୀଠରେ ଶୁଣାଣି
same-sex marriage pleas: ଏପ୍ରିଲ 18 ରେ ସାମ୍ବିଧାନିକ ଖଣ୍ଡପୀଠରେ ଶୁଣାଣି

ସମଲିଙ୍ଗୀ ବିବାହ ମାମଲାର ଶୁଣାଣି କରିବ 5 ଜଣିଆ ଖଣ୍ଡପୀଠ । ଏପ୍ରିଲ 18 ରେ ସିଧାପ୍ରସାରଣ ସହ ହେବ ଶୁଣାଣି । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ସମଲିଙ୍ଗୀ ବିବାହ ମାନ୍ୟତାକୁ ବିରୋଧ କରି କେନ୍ଦ୍ର ସରକାର ଦାଖଲ କରିଥିବା ସତ୍ୟପାଠ ମାମଲାର ଆଜି (ସୋମବାର) ସର୍ବୋଚ୍ଚ କୋର୍ଟରେ ଶୁଣାଣି ହୋଇଛି । ଏହି ମାମଲା ଏପ୍ରିଲ 18 ତାରିଖରେ 5 ଜଣିଆ ସାମ୍ବିଧାନିକ ଖଣ୍ଡପୀଠରେ ଶୁଣାଣି କରିବା ପାଇଁ ସର୍ବୋଚ୍ଚ କୋର୍ଟ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଆଜି ଏହି ଶୁଣାଣି ପ୍ରଧାନ ବିଚାରପତି ଜଷ୍ଟିସ ଡି.ଓ୍ବାଇ ଚନ୍ଦ୍ରଚୂଡ, ଜଷ୍ଟିସ ପି.ଏସ ନରସିହ୍ମା ଓ ଜଷ୍ଟିସ ଜେ.ବି ପର୍ଦ୍ଦିଓ୍ବାଲାଙ୍କୁ ନେଇ ଗଠିତ 3 ଜଣିଆ ଖଣ୍ଡପୀଠରେ ହୋଇଥିଲା । ଏପ୍ରିଲ 18 ତାରିଖରୁ ଏହି ବହୁଚର୍ଚ୍ଚିତ ମାଲାରର ଶୁଣାଣି ସର୍ବୋଚ୍ଚ କୋର୍ଟଙ୍କ ଦ୍ବାରା ଗଠିତ 5 ଜଣିଆ ସାମ୍ବିଧାନିକ ଖଣ୍ଡପୀଠ କରିବେ ।

  • Same-sex marriage matter in SC: SG Tushar Mehta, appearing for Centre, says the right to love, express and freedom of choice is already upheld and no one is interfering with that right but doesn't mean conferring the right of marriage.

    — ANI (@ANI) March 13, 2023 " class="align-text-top noRightClick twitterSection" data=" ">

ଅନ୍ୟ ଏକ ଗୁରୁତ୍ବପୂର୍ଣ୍ଣ ସୂଚନା ଅନୁସାରେ, ବରିଷ୍ଠ ଆଇନଜୀବୀ ଓ ମାମଲାର ଶୁଣାଣିରେ ଅଶଂଗ୍ରହଣ କରିଥିବା ଆନନ୍ଦ ଗ୍ରୋଭର ଏହି ମାମଲା ଶୁଣାଣି ପ୍ରକ୍ରିୟାକୁ ସିଧା ପ୍ରସାରିତ କରିବା ପାଇଁ ନିବେଦନ କରିଥିଲେ । ଏହି ମାମଲାରେ ଅନେକ ଲୋକେ ରୁଚି ରଖୁଥିବା ସହ କୋର୍ଟଙ୍କ ତର୍କ ଜାଣିବାକୁ ଚାହୁଁଥିବା ଦର୍ଶାଇ ସେ ଖଣ୍ଡପୀଠ ସମ୍ମୁଖରେ ଏପେରି ନିବେଦନ ରଖିଥିଲେ । ଯାହାକୁ କୋର୍ଟ ଗ୍ରହଣ କରିଛନ୍ତି । ଅର୍ଥାତ ଏହି ମାମଲାର ଶୁଣାଣି ପ୍ରକ୍ରିୟାର ସିଧା ପ୍ରସାରଣ ମଧ୍ୟ ହେବ ।

ଆଜି କେନ୍ଦ୍ର ସରାକରଙ୍କ ପକ୍ଷରୁ ସଲିସେଟର ଜେନେରାଲ ତୁଷାର ମେହେଟ୍ଟା ପକ୍ଷ ରଖିଥିଲେ । ସମସ୍ତଙ୍କର ପ୍ରେମ କରିବାର ଅଧିକାର ଓ ଭାବନା ପ୍ରକାଶ କରିବାର ସ୍ବାଧୀନତା ମଧ୍ୟ ରହିଛି । ସେଥିରେ କେହି ହସ୍ତକ୍ଷେପ କରୁନାହାନ୍ତି । କିନ୍ତୁ ସମଲିଙ୍ଗୀ ସମ୍ପର୍କକୁ ବିବାହର ମାନ୍ୟତା ପ୍ରଦାନ କରିବା ଭାରତୀୟ ପାରିବାରିକ ଢାଞ୍ଚାର ବିପରୀତ ବୋଲି ମେହେଟ୍ଟା କହିଥିଲେ ।

ଏହା ମଧ୍ୟ ପଢନ୍ତୁ:- Same Sex Marriage: ଭାରତୀୟ ପାରିବାରିକ ଢାଞ୍ଚାର ବିପରୀତ ଦର୍ଶାଇ ସର୍ବୋଚ୍ଚ କୋର୍ଟଙ୍କ ରାୟକୁ କେନ୍ଦ୍ରର ବିରୋଧ

ସମଲିଙ୍ଗୀ ବିବାହକୁ ସର୍ବୋଚ୍ଚ କୋର୍ଟଙ୍କ ବିବାହ ଅନୁମତି ସମ୍ପର୍କିତ 15ଟି ମାମଲା ସମ୍ପର୍କରେ ଆପତ୍ତି ଉଠାଇଥିଲା କେନ୍ଦ୍ର ସରକାର । ଏହା ବ୍ୟକ୍ତି ସ୍ବାଧୀନତା କିନ୍ତୁ ବିବାହର ମାନ୍ୟତାଯୋଗ୍ୟ ନୁହେଁ । ଏହା ଭାରତୀୟ ପାରିବାରିକ ଢାଞ୍ଚାର ବିପରୀତ ବୋଲି ଦର୍ଶାଇ କେନ୍ଦ୍ର ସରକାର ସର୍ବୋଚ୍ଚ କୋର୍ଟଙ୍କ ରାୟକୁ ନେଇ ଆପତ୍ତି ଉଠାଇବା ସହ ସତ୍ୟପାଠ ଦାଖଲ କରିଥିଲେ । କେନ୍ଦ୍ର ସରକାର ରିପୋର୍ଟରେ ଦର୍ଶାଇଥିଲେ, ଭାରତୀୟ ପରିବାରର ସଂରଞ୍ଚନା ପତି-ପତ୍ନୀ ଓ ସେମାନଙ୍କ ସନ୍ତାନଙ୍କ ଦ୍ବାରା ହୋଇଥାଏ । ତେବେ ସମଲିଙ୍ଗୀ ବିବାହ ଏହାର ଏକ ସମ୍ପୂର୍ଣ୍ଣ ବିପରୀତ ଧାରା । ସମଲିଙ୍ଗୀ ଯୌନ ସମ୍ପର୍କକୁ ବୈଧ ଭାବେ ଅନୁମତି ଦେବା ପାରିପାରିକ ଢାଞ୍ଚାର ବିରୋଧୀ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.