ETV Bharat / bharat

ସୁପ୍ରିମକୋର୍ଟ ବିଚାରପତିଙ୍କୁ ହୃଦଘାତ: ଦିଲ୍ଲୀକୁ ଏୟାର ଲିଫ୍ଟ, ସ୍ବାସ୍ଥ୍ୟବସ୍ଥା ସ୍ଥିର

author img

By

Published : Jun 16, 2022, 6:14 PM IST

ସୁପ୍ରିମକୋର୍ଟ ବିଚାରପତିଙ୍କୁ ହୃଦଘାତ: ସ୍ବାସ୍ଥ୍ୟବସ୍ଥା ସ୍ଥିର
ସୁପ୍ରିମକୋର୍ଟ ବିଚାରପତିଙ୍କୁ ହୃଦଘାତ: ସ୍ବାସ୍ଥ୍ୟବସ୍ଥା ସ୍ଥିର

ସୁପ୍ରିମକୋର୍ଟ ବିଚାରପତିଙ୍କୁ ହୃଦଘାତ । ହିମାଚଳ ପ୍ରଦେଶରୁ ଦିଲ୍ଲୀ ଏୟାର ଲିଫ୍ଟ ହେଲେ ବିଚାରପତି ଏମ.ଆର ଶାହ । ସ୍ବାସ୍ଥ୍ୟବସ୍ଥା ସ୍ଥିର ଥିବା ସୂଚନା । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ହୃଦଘାତର ଶିକାର ହେବା ପରେ ହିମାଚଳ ପ୍ରଦେଶରୁ ଦିଲ୍ଲୀକୁ ଏୟାର ଲିଫ୍ଟ ହେଲେ ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ଏମ.ଆର ଶାହ । ଆଜି ଅପରାହ୍ନରେ ସେ ଦୃଦଘାତର ଶିକାର ହେବା ପରେ ତାଙ୍କୁ ତୁରନ୍ତ ଏୟାରଲିଫ୍ଟ କରି ଦିଲ୍ଲୀର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତାଙ୍କ ବ୍ୟକ୍ତିଗତ ସଚିବଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁସାର ତାଙ୍କର ସ୍ବାସ୍ଥ୍ୟବସ୍ଥା ବର୍ତ୍ତମାନ ସ୍ଥିର ରହିଛି ଓ ସେ ଡାକ୍ତରୀ ଟିମର ନିରୀକ୍ଷଣରେ ରହିଛନ୍ତି ।

  • Personal Secretary of Justice MR Shah tells ANI that the sitting judge of the Supreme Court suffered heart discomfort in Himachal Pradesh. The PS said arrangements are being made to airlift him back to Delhi for further treatment.

    — ANI (@ANI) June 16, 2022 " class="align-text-top noRightClick twitterSection" data=" ">

64 ବର୍ଷୀୟ ଜଷ୍ଟିସ ଶାହ, ସର୍ବୋଚ୍ଚ କୋର୍ଟରେ ବିଚାରପତି ଭାବେ ଦାୟିତ୍ବ ଗ୍ରହଣ ପୂର୍ବରୁ ଗୁଜୁରାଟ ଓ ପାଟନା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ମଧ୍ୟ ଦାୟିତ୍ବ ତୁଲାଇ ସାରିଛନ୍ତିି । ବର୍ତ୍ତମାନ ସର୍ବୋଚ୍ଚ କୋର୍ଟରେ ବିଚାରପତି ପଦରୁ 2023 ଜୁନ 15 ରେ ସେ ଅବସର ଗ୍ରହଣ କରିବେ । ଗତ କିଛି ଦିନ ତଳେ ଏକ କାର୍ଯ୍ୟକ୍ରମ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଜଣେ ଲୋକପ୍ରିୟ ନେତା ଭାବେ ପ୍ରଶଂସା କରି ଚର୍ଚ୍ଚାକୁ ଆସିଥିଲେ ଜଷ୍ଟିସ ଶାହ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.