ETV Bharat / bharat

ଜେଲ୍‌ରୁ ପୁଣି ଚିଠି ଲେଖିଲା ସୁକେଶ, କହିଲା କେଜ୍ରିଓ୍ବାଲଙ୍କ ଚାପରେ ଜେଲ୍‌ ଅଧିକାରୀ

author img

By

Published : May 18, 2023, 4:49 PM IST

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ ବିରୋଧରେ ଚିଠି ଲେଖିଲା ଜେଲରେ ଥିବା ମହାଠକ ସୁକେଶ । କହିଲା ମୋ ବିରୋଧରେ ଷଡଯନ୍ତ୍ର କରାଯାଉଛି । ଅଧିକ ପଢନ୍ତୁ

sukesh chandrashekhar wrote another letter
sukesh chandrashekhar wrote another letter

ନୂଆଦିଲ୍ଲୀ: ସରୁନି ମହାଠକ ସୁକେଶର ଅଭିଯୋଗ । ୨୦୦ କୋଟି ଟଙ୍କା ଠକେଇ ମାମଲାରେ ଗିରଫ ହୋଇ ତିହାର ଜେଲରେ ବନ୍ଦ ରହିଥିବା ମହାଠକ ସୁକେଶର ଜାରି ରହିଛି ଚିଠି ଲେଖା ପ୍ରକ୍ରିୟା । ବୁଧବାର ଦିନ ଜେଲ୍‌ରୁ ପୁଣି ଏକ ଚିଠି ଲେଖିଛି ସୁକେଶ । ଜେଲ୍‌ କର୍ମଚାରୀଙ୍କ ବିରୋଧରେ ଆରୋପ ଲଗାଇ ଚିଠି ଲେଖିଛି । ସେ ଅଭିଯୋଗ କରି କହିଛି, "ନିୟମ ଅନୁଯାୟୀ ଯେତେବେଳେ ମୁଁ ଜେଲର ଲ୍ୟାଣ୍ଡଲାଇନ ନମ୍ବରରୁ କଲ କରେ, ସେତେବେଳେ ଜେଲ କର୍ମଚାରୀଙ୍କ ମୋ ସହ ଆସିଥାଆନ୍ତି । ଜେଲର ଅଧିକାରୀମାନେ ଅରବିନ୍ଦ କେଜ୍ରିୱାଲଙ୍କ ନିର୍ଦ୍ଦେଶରେ ଏହି ସବୁ କାର୍ଯ୍ୟ କରୁଛନ୍ତି ।"

ସୁକେଶ ଲେଖିଥିବା ଚିଠିରେ ଦର୍ଶାଯାଇଛି,"ଯେତେବେଳେ ମୁଁ ଫୋନ୍‌ କରିବାକୁ ଯାଏ ମୋ ସହ ଜେଲର ମୁଖ୍ୟ ୱାର୍ଡେନ, ITBP କର୍ମଚାରୀଙ୍କ ସହ ସହକାରୀ ଅଧୀକ୍ଷକ ଉପସ୍ଥିତ ଥାଆନ୍ତି । ଏଭଳି ପରିସ୍ଥିତିରେ ମୁଁ କିପରି ଟେଲିଫୋନରେ କିଛି କଥା ହୋଇ ପାରିବି । ଯେତେବେଳେ ମୁଁ କଲ୍ କରୁଥିଲି ୨ରୁ୩ ମିନିଟରେ କଲ୍ କଟିଯାଉଥିଲା । ନିୟମ ଅନୁଯାୟୀ ପ୍ରତ୍ୟେକ କଏଦୀଙ୍କୁ ଫୋନ୍‌ କରିବାକୁ 5 ମିନିଟ୍ ସମୟ ଦିଆଯାଇଛି । ପାଞ୍ଚ ମିନିଟରୁ ଅଧିକ ସମୟ ପର୍ଯ୍ୟନ୍ତ କେହି କଥାବାର୍ତ୍ତା କରିପାରିବେ ନାହିଁ ।"

ଏହା ମଧ୍ୟ ପଢନ୍ତୁ: Karnataka CM tussle: ସୋନିଆଙ୍କ ସହ ଆଲୋଚନା ପରେ କାଲି ବେଙ୍ଗାଲୁରୁରେ ଘୋଷଣା କରିବେ ଖଡଗେ

ଫୋନ୍ ସିଷ୍ଟମରେ ଫିକ୍ସଡ୍ ସଫ୍ଟୱେର୍ ଅଛି ବୋଲି ସୁକେଶ ଚିଠିରେ ଲେଖିଛି । ସେ ଆହୁରି ମଧ୍ୟ କହିଛି, "ଫୋନ୍ ସିଷ୍ଟମରେ ଫିକ୍ସଡ୍ ସଫ୍ଟୱେର୍ ରହିଛି, ଯାହା ଜେଲ୍ ଅଧୀକ୍ଷକ କିମ୍ବା ସଫ୍ଟୱେର୍ କମ୍ପାନୀ ଦ୍ୱାରା ତଦାରଖ କରାଯାଏ । ଏଭଳି ପରିସ୍ଥିତିରେ କୌଣସି କଏଦୀ ଫୋନରେ ଟାମ୍ପରିଂ କରିପାରିବ ନାହିଁ । ଯେଉଁଠାରେ ଫୋନ୍ କିଓସ୍କ ତିଆରି ହୁଏ, ସେଠାରେ କ୍ୟାମେରା ଇନଷ୍ଟଲ୍ ହୋଇଛି । ମୁଁ ଏହି ରହସ୍ୟର ଉତ୍ତର ଚାହୁଁଛି।"

ସେ ଅଭିଯୋଗ କରିଛନ୍ତି ଯେ ଅରବିନ୍ଦ କେଜ୍ରିୱାଲ ଏବଂ ଜେଲ୍‌ ମନ୍ତ୍ରୀ କୈଳାସ ଗେହଲଟ ତଥା ସତ୍ୟେନ୍ଦ୍ର ଜେନ୍‌ଙ୍କ ନିର୍ଦ୍ଦେଶରେ ଜେଲ ଅଧିକାରୀଙ୍କ ଦ୍ୱାରା ଏହି ପୁରା କାହାଣୀ ପ୍ରସ୍ତୁତ କରାଯାଇଛି । ମୁଁ ଜେଲରୁ ଦିଲ୍ଲୀ ଉପରାଜ୍ୟପାଳଙ୍କୁ ଏକ ଚିଠି ଲେଖିଥିଲି । ଏହାର ବଦଲା ନେବା ପାଇଁ ମୋ ବିରୋଧରେ ଷଡ଼ଯନ୍ତ୍ର କରାଯାଉଥିବା ନେଇ ସେ ଚିଠିରେ ଉଲ୍ଲେଖ କରିଛନ୍ତି ।

ଧମକ ଦେଉଛନ୍ତି ମୁଖ୍ୟମନ୍ତ୍ରୀ: ସେ ଅଭିଯୋଗ କରିଛନ୍ତି,"ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ 7 ଓ 8 ମେ'ରେ ଜେଲ୍‌ ଅଧୀକ୍ଷକଙ୍କ ମାଧ୍ୟମରେ ମୋତେ ଧମକ ଦେଇଥିଲେ। ଏହି ସମୟରେ 13 ନମ୍ବର ଜେଲର ଥିଲେ ବିନୋଦ ଯାଦବ । ମୁଁ ତାଙ୍କ ଧମକକୁ ନଡରି ମୋ ଅଭିଯାନ ଜାରି ରଖିଥିଲି । ଫଳରେ ପ୍ରତିଶୋଧ ନେବା ପାଇଁ ମୋ ବିରୋଧରେ ଷଡ଼ଯନ୍ତ୍ର କରାଯାଉଛି । ଅରବିନ୍ଦ କେଜ୍ରିୱାଲ, ସତ୍ୟେନ୍ଦ୍ର ଜୈନ ଏବଂ କୈଳାସ ଗେହଲଟଙ୍କ ଚାପରେ ତିହାର ଜେଲ ପ୍ରଶାସନ ସମ୍ପୂର୍ଣ୍ଣ କାର୍ଯ୍ୟ କରୁଛି । ସତ୍ୟନ୍ଦ୍ର ଜୈନଙ୍କ ନିର୍ଦ୍ଦେଶରେ 2 କଏଦୀଙ୍କୁ ତାଙ୍କ ସେଲ୍‌କୁ ସ୍ଥାନାନ୍ତର କରାଗଲା । ଏଥିରୁ ପ୍ରମାଣ ହେଉଛି ଯେ, ଜେଲ୍‌ରେ ତାଙ୍କର ରାଜ ଚାଲୁଛି । ମୁଁ ଜେଲ୍‌ର ଫୋନରୁ ମାଆଙ୍କ ବ୍ୟତୀତ ଆଉ କାହା ସହ କଥା ହେଉ ନାହିଁ । ଯଦି ମୁଁ ଦୋଷୀ ପ୍ରମାଣିତ ହୁଏ ତାହାଲେ ସମସ୍ତ ପ୍ରକାର ଦଣ୍ଡ ଭୋଗିବା ପାଇଁ ମୁଁ ପ୍ରସ୍ତୁତ ରହିଛି । ଯଦି ଭୁଲ ପ୍ରମାଣିତ ହୁଏ ତାହାଲେ କେଜ୍ରିଓ୍ବାଲ ଜନସାଧାରଣଙ୍କୁ କ୍ଷମା ମାଗିବା ସହ ଇସ୍ତଫା ଦେବା ଦରକାର ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.