ETV Bharat / bharat

ଚାଷୀ ଆନ୍ଦୋଳନ ସମର୍ଥନରେ ପଞ୍ଜାବୀ ସିଙ୍ଗର, ସିଙ୍ଘୁ ବର୍ଡରରେ ଗାଇଲେ ଗୀତ

author img

By

Published : Jan 1, 2021, 9:42 AM IST

ସିଂଘୁ ବର୍ଡରରେ ଆନ୍ଦୋଳନରତ କୃଷକଙ୍କ ପାଇଁ ଗୀତ ଗାଇବାକୁ ଦିଲ୍ଲୀରେ ପହଞ୍ଚିଛନ୍ତି ପଞ୍ଜାବୀ ସିଙ୍ଗର ଗୁଡ୍ ଲକ୍ । ଅଧିକ ପଢନ୍ତୁ...

ସିଂଘୁରେ ଆନ୍ଦୋଳନରତ କୃଷକଙ୍କ ପାଖରେ ପହଞ୍ଚିଲେ ପଞ୍ଜାବୀ ସିଙ୍ଗର
ସିଂଘୁରେ ଆନ୍ଦୋଳନରତ କୃଷକଙ୍କ ପାଖରେ ପହଞ୍ଚିଲେ ପଞ୍ଜାବୀ ସିଙ୍ଗର

ନୂଆଦିଲ୍ଲୀ: ସିଂଘୁ ବର୍ଡରରେ ଆନ୍ଦୋଳନରତ କୃଷକଙ୍କୁ ସମର୍ଥନ ଜଣାଇବା ପାଇଁ ଦିଲ୍ଲୀରେ ପହଞ୍ଚିଛନ୍ତି ପଞ୍ଜାବ ଗାୟକ ଗୁଡ୍ ଲକ୍ । ଏହି ପଞ୍ଜାବୀ ଗାୟକ କାନାଡାରୁ ଦିଲ୍ଲୀରେ ପହଞ୍ଚିଛନ୍ତି । ପଞ୍ଜାବର ଗାୟକମାନେ ଲଗାତାର ଭାବେ ଆନ୍ଦୋଳନରତ କୃଷକଙ୍କୁ ସମର୍ଥନ କରିଆସୁଛନ୍ତି ।

ଚାଷୀ ଆନ୍ଦୋଳନକୁ ସମର୍ଥନ କରି ଗାୟକ ଗୁଡ୍ ଲକ୍ ଦିଲ୍ଲୀରେ ପହଞ୍ଚିଛନ୍ତି । ଏଥିସହ ସେ କୃଷକଙ୍କ ପାଇଁ ଏୟାରପୋର୍ଟରେ ରାପ୍ ଗାଇଛନ୍ତି । ତେବେ ଲଗାତାର ଭାବେ ପଞ୍ଜାବର ଛୋଟ ବଡ ଗାୟକ ଓ ଗୀତିକାର ନୂଆ କୃଷି ଆଇନ ବିରୋଧରେ ଆନ୍ଦୋଳନରେ ବସିଥିବା କୃଷକଙ୍କ ପାଖରେ ପହଞ୍ଚିଛନ୍ତି । ଏହାରି ମଧ୍ୟରେ ଆନ୍ଦୋଳନରତ କୃଷକଙ୍କ ମଧ୍ୟରେ ସାମିଲ ହୋଇଛନ୍ତି ଗାୟକ ଗୁଡ ଲକ୍ । ଇଣ୍ଟରନେଟରେ ଲକ୍ଷ ଲକ୍ଷ ଫଲୋର୍ସ ଥିବା ଗୁଡ୍ ଲକ୍ ବର୍ତ୍ତମାନ କୃଷକଙ୍କ ପାଇଁ ଗୀତ ଗାଇବାକୁ 31 ଡିସେମ୍ବରରେ ଦିଲ୍ଲୀରେ ପହଞ୍ଚିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.