ETV Bharat / bharat

Sikkim flash floods: ଫସି ରହିଛନ୍ତି 17 ଶହ ପର୍ଯ୍ୟଟକ, ସେନାର ଏୟାର ଲିଫ୍ଟିଂ ଜାରି

author img

By ETV Bharat Odisha Team

Published : Oct 9, 2023, 8:30 PM IST

Sikkim flash floods: ଫସି ରହିଥିବା 17 ଶହ ପର୍ଯ୍ୟଟକଙ୍କୁ ଉଦ୍ଧାର କରୁଛି ସେନା
Sikkim flash floods: ଫସି ରହିଥିବା 17 ଶହ ପର୍ଯ୍ୟଟକଙ୍କୁ ଉଦ୍ଧାର କରୁଛି ସେନା

ସିକ୍କିମରେ ଜଳ ପ୍ରଳୟ ପରେ ସୁଧୁରୁଛି ସ୍ଥିତି । ଏବେ ମଧ୍ୟ କିଛି ବିଦେଶୀଙ୍କ ସହ ଫସି ରହିଛନ୍ତି ପ୍ରାୟ 17 ଶହ ପର୍ଯ୍ୟଟକ । ସେନାର ଏୟାର ଲିଫ୍ଟିଂ ଜାରି । ଅଧିକ ପଢନ୍ତୁ

ଗ୍ୟାଙ୍ଗଟକ: ସିକ୍କିମରେ ବାଦଲଫଟା ବର୍ଷା ପ୍ରଭାବରେ ସୃଷ୍ଟି ହୋଇଥିବା ଜଳ ପ୍ରଳୟର ଦୀର୍ଘ 6ଦିନ ପରେ ସ୍ଥିତି କ୍ରମଶଃ ସୁଧିବାରେ ଲାଗିଛି । ମାତ୍ର ଯୋଗାଯୋଗ ବାଧାପ୍ରପ୍ତ ହୋଇଥିବା କାରଣରୁ ଏବେ ମଧ୍ୟ ବହୁସଂଖ୍ୟାରେ ପର୍ଯ୍ୟଟକ ବିଭିନ୍ନ ସ୍ଥାନରେ ଫସି ରହିଛନ୍ତି । ସଡକ ଯୋଗାଯୋଗ ବିଭିନ୍ନ ସ୍ଥାନରେ ବିଛିନ୍ନ ହୋଇଥିବା କାରଣରୁ ଏୟାର ଲିଫ୍ଟିଂ ଏକମାତ୍ର ବିକଳ୍ପ ହୋଇଛି । ମାତ୍ର ଏୟାର ଲିଫ୍ଟିଂ ପାଇଁ ଲୋ-ଭିଜିବିଲିଟି ବାଧକ ସାଜିଛି ।

ଆଜି ଦୀର୍ଘ 6 ଦିନ ପରେ ପାଗରେ ପରିବର୍ତ୍ତନ ଆସିବାରୁ ଭାରତୀୟ ସେନା ଫସି ରହିଥିବା ପ୍ରାୟ 17 ଶହ ପର୍ଯ୍ୟଟକଙ୍କୁ ଉଦ୍ଧାର କରିବା ପାଇଁ ଅପରେସନ ଜାରି ରଖିଛି । ଏହି ପର୍ଯ୍ୟଟକଙ୍କ ମଧ୍ୟରେ 63 ବିଦେଶୀ ନାଗରିକ ମଧ୍ୟ ରହିଛନ୍ତି । ସ୍ଥଳସେନାର ‘ତ୍ରିଶକ୍ତି କ୍ରପସ୍’ ଏହି ଅପରେସନ ଜାରି ରଖିଛି । ଏଥିରେ ସେନାର ଆମଆଇ-17 ଓ ଚିନୁକ ପରି ବୃହତ୍ତ ପରିବହନ ହେଲିକପ୍ଟର ନିୟୋଜିତ ହୋଇଛନ୍ତି ।

ମିଳିଥିବା ସୂଚନା ଅନୁସାରେ, ପ୍ରାୟ 6 ଦିନ ପରେ ପାଗରେ ସୁଧାର ଆସି ଦୃଶ୍ୟମାନତା ବୃଦ୍ଧି ପରେ ଏୟାର ଲିଫ୍ଟିଂ ସମ୍ଭବ ହୋଇପାରିଛି । ଏବେ ସକ୍କିମର ଲାଚେନ ଓ ଏହାର ଆଖପାଖ ଅଞ୍ଚଳରେ ପ୍ରାୟ 63 ବିଦେଶୀ ନାଗରିକଙ୍କ ସହ ପ୍ରାୟ 17 ଶହ ପର୍ଯ୍ୟଟକ ଫସି ରହିଥିଲେ । ଆଜି ସକାଳୁ ସେନା ସେମାନଙ୍କୁ ପର୍ଯ୍ୟାୟକ୍ରମେ ଉଦ୍ଧାର କରିବା ଜାରି ରଖିଛି । ସମାନଙ୍କ ନିକଟରେ ପ୍ରଥମେ ଜୁରୁରୀ ସାମଗ୍ରୀ ପହଞ୍ଚାଯାଉଛି । ପ୍ରାଥମିକ ଚିକିତ୍ସା ମଧ୍ୟ ଆବଶ୍ୟକ ସ୍ଥଳେ ଯୋଗାଇ ଦିଆଯାଉଛି । ସେମାନଙ୍କୁ ହେଲିକପ୍ଟରରେ ଲାଚେନରୁ ମାନଗନର ରିଙ୍ଗହିମ ହେଲିପ୍ୟାଡକୁ ଅଣାଯାଉଛି । ଆଜି ସକାଳୁ ଜାରି ରହିଥିବା ଏୟାର ରେସ୍କ୍ୟୁରେ ଏବେ ସୁଦ୍ଧା ବହୁ ପର୍ଯ୍ୟଟକ ଉଦ୍ଧାର ହୋଇସାରିଛନ୍ତି । ଏବେ ମଧ୍ୟ ଅପରେସନ ଜାରି ରହିଛି । ଭାରତୀୟ ସେନା ଓ ସ୍ଥାନୀୟ ପ୍ରଶାସନ ମିଳିତ ଭାବେ ଏହି ପ୍ରକ୍ରିୟାକୁ ତ୍ବରାନ୍ବିତ କରୁଛନ୍ତି ।

ଏହା ମଧ୍ୟ ପଢନ୍ତୁ:- Sikkim Flash Flood: ସିକ୍କିମ ବନ୍ୟାରେ ମୃତ୍ୟୁସଂଖ୍ୟା 26କୁ ବୃଦ୍ଧି, ଏବେ ବି 142 ନିଖୋଜ

4 ତାରିଖରେ ହୋଇଥିବା ଜଳପ୍ରଳୟରେ ଗଭୀର ଭାବେ ପ୍ରଭାବିତ ହୋଇଛି ଏହି ହିମାଳୟ ପର୍ବତମାଳାର କ୍ଷୁଦ୍ର ରାଜ୍ୟ । ସ୍ଥାନୀୟ ସରକାରୀ ତଥ୍ୟ ଅନୁସାରେ, 4 ଜିଲ୍ଲାର ମୋଟ 41,870 ଲୋକେ ପ୍ରଭାବିତ ହୋଇଛନ୍ତି । ମୃତ୍ୟୁ ସଂଖ୍ୟା ପ୍ରାୟ 30 ହେବା ନେଇ ଆକଳନ କରାଯାଇଛି । ଏବେ ମଧ୍ୟ କିଛି ନିଖୋଜ ରହିଛନ୍ତି । ଭିତ୍ତିଭୂମି ସଜାଡିବା ସହ ଉଦ୍ଧାର କାର୍ଯ୍ୟରେ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ବଳ, ଏନଡିଆରଏଫ, ସେନା, ପୋଲିସ ଓ ଫାଏର ୟୁନିଟ ନିୟୋଜିତ ହୋଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.