ETV Bharat / bharat

Sikkim flash floods: ଜଲପାଇଗୁଡିର ତିସ୍ତା ନଦୀରୁ ୧୭ ମୃତଦେହ ଉଦ୍ଧାର, ଚିହ୍ନଟ ପ୍ରକ୍ରିୟା ଜାରି

author img

By ETV Bharat Odisha Team

Published : Oct 5, 2023, 8:16 PM IST

Sikkim flash floods: ପଶ୍ଚିମବଙ୍ଗ ଜଲପାଇଗୁଡିରେ ତିସ୍ତା ନଦୀର ୧୭ ମୃତଦେହ ଉଦ୍ଧାର, ଚିହ୍ନଟ ପ୍ରକ୍ରିୟା ଜାରି
Sikkim flash floods: ପଶ୍ଚିମବଙ୍ଗ ଜଲପାଇଗୁଡିରେ ତିସ୍ତା ନଦୀର ୧୭ ମୃତଦେହ ଉଦ୍ଧାର, ଚିହ୍ନଟ ପ୍ରକ୍ରିୟା ଜାରିSikkim flash floods: ପଶ୍ଚିମବଙ୍ଗ ଜଲପାଇଗୁଡିରେ ତିସ୍ତା ନଦୀର ୧୭ ମୃତଦେହ ଉଦ୍ଧାର, ଚିହ୍ନଟ ପ୍ରକ୍ରିୟା ଜାରି

ସିକ୍କିମରେ ବନ୍ୟା ପରେ ତଳମୁଣ୍ଡ ପଶ୍ଚିମବଙ୍ଗ ଜଲପାଇଗୁଡିରେ ତିସ୍ତା ନଦୀରୁ ୧୭ ମୃତଦେହ ଉଦ୍ଧାର । ସେନାର ଅସ୍ତ୍ରଶସ୍ତ୍ର ଓ ଅନ୍ୟ ସାମଗ୍ରୀ ଉଦ୍ଧାର । ଚିହ୍ନଟ ପରେ ସ୍ପଷ୍ଟ ହେବା ନେଇ କହିଲା ସ୍ଥାନୀୟ ପ୍ରଶାସନ । ଅଧିକ ପଢନ୍ତୁ

ଗ୍ୟାଙ୍ଗଟକ/କୋଲକାତା: ମଙ୍ଗଳବାର ରାତିରେ ସିକ୍କିମରେ ବାଦଲଫଟା ବର୍ଷା ପରେ ସୃଷ୍ଟି ହୋଇଥିବା ବନ୍ୟାରେ ନିଖୋଜଙ୍କ ମଧ୍ୟରୁ ଆଜି ୧୭ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । ତିସ୍ତା ନଦୀର ତଳମୁଣ୍ଡ ପଶ୍ଚିମବଙ୍ଗର ଜଲପାଇଗୁଡି ନିକଟରେ ଏହି ମୃତଦେହ ଉଦ୍ଧାର ହୋଇଛି । ମୃତକଙ୍କ ମଧ୍ୟରେ ଆର୍ମି ଯବାନ ରହିଥିବା ମଧ୍ୟ ସନ୍ଦେହ କରାଯାଉଛି । ମୃତଦେହ ଚିହ୍ନଟ ପ୍ରକ୍ରିୟା ଜାରି ରହିଛି । ସେନାରେ ବ୍ୟବହୃତ ଅସ୍ତ୍ରଶସ୍ତ୍ର ଓ ଅନ୍ୟ ସାମଗ୍ରୀ ମଧ୍ୟ ଉଦ୍ଧାର ହୋଇଛି । ଚିହ୍ନଟ ପ୍ରକ୍ରିୟା ଶେଷ ହେବା ପରେ ମୃତକଙ୍କ ପରିଚୟ ସ୍ପଷ୍ଟ କରିବ ସ୍ଥାନୀୟ ପ୍ରଶାସନ । ଏବେ ସୁଦ୍ଧା ମଧ୍ୟ ଶତାଧିକ ନିଖୋଜ ରହିଛନ୍ତି ।

ଗୌହାଟିରେ ସେନାର ଲୋକସମ୍ପର୍କ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଏବେ ସୁଦ୍ଧା ଜଣେ ସେନା ଯବାନ ଉଦ୍ଧାର ହୋଇଛନ୍ତି । ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅବଶିଷ୍ଟ ୨୨ ଜଣଙ୍କର ଏପର୍ଯ୍ୟନ୍ତ ପତ୍ତା ମିଳିନି । ଆଜି ଉଦ୍ଧାର ହୋଇଥିବା ମୃତଦେହ ମଧ୍ୟରେ ସେନା ଯବାନଙ୍କ ମୃତଦେହ ସନ୍ଦେହ କରାଯାଉଛି । ମୃତଦେହ ଚିହ୍ନଟ ପ୍ରକ୍ରିୟା ଜାରି ରହିଛି । ସେନା ଉଦ୍ଧାର ଓ ସର୍ଚ୍ଚ ଅପରେସନ ମଧ୍ୟ ଜାରି ରଖିଛି ।

ତେବେ ପଶ୍ଚିମବଙ୍ଗର ଜଲପାଇଗୁଡି ସ୍ଥାନୀୟ ପ୍ରଶାସନର ସୂଚନା ଅନୁସାରେ, ନଦୀର ତଳମୁଣ୍ଡରେ ଏକାଧିକ ସ୍ଥାନରୁ ଏହି ମୃତଦେହ ଜବତ କରାେଯାଇଛି । ମଇନାଗୁଡି ପୋଲିସ ଷ୍ଟେସନ ଅଧୀନସ୍ଥ ଅଞ୍ଚଳରେ ତିସ୍ତାନଦୀରୁ ମୋଟ ୮ଟି ମୃତଦେହ ଜବତ କରାଯାଇଛି । ସେହିପରି ଜଲପାଇଗୁଡି ସଦର ବ୍ଲକ ଅଞ୍ଚଳରେ ୨ଟି, ମେଖଲଗଞ୍ଜ ଅଞ୍ଚଳ, କ୍ରାନ୍ତି ବ୍ଲକ, ମାଲବଜାର ବ୍ଲକ, ତାକିମାରି ଏରିଆରୁ ୨ ଲେଖାଏଁ ମୃତଦେହ ଜବତ ହୋଇଛି । ଜବତ ମୃତଦେହକୁ ସ୍ଥାନୀୟ ହସ୍ପିଟାଲକୁ ପଠାଯାଉଛି । ସେମାନଙ୍କ ପରିଚୟ ସ୍ପଷ୍ଟ କରିବା ପାଇଁ ସ୍ଥାନୀୟ ପ୍ରଶାସନ କାର୍ଯ୍ୟ ଜାରି ରହିଛି । ମୃତକଙ୍କ ମଧ୍ୟରେ କେତେ ଜଣ ସେନା ଯବାନ ରହିଛନ୍ତି, ତାହା ଚିହ୍ନଟ ହେବା ପରେ ସ୍ପଷ୍ଟ ହୋଇପାରିବ ।

ଏହା ମଧ୍ୟ ପଢନ୍ତୁ:-ସିକ୍କିମରେ ପ୍ରକୃତିର କୋପ; ବନ୍ୟାରେ ଗଲାଣି ୧୪ ଜୀବନ, ଏବେ ବି ୧୦୨ ନିଖୋଜ

ମଙ୍ଗଳବାର ରାତିରେ ଉତ୍ତର ସିକ୍କିମର ଲୋହନକ ହ୍ରଦ ଅଞ୍ଚଳରେ ବାଦଲଫଟା ବର୍ଷା ହୋଇଥିଲା । ତିସ୍ତା ନଦୀର ଜଳସ୍ତର ମାତ୍ରାଧିକ ବୃଦ୍ଧି ପାଇବା ପରେ ଚୁଙ୍ଗଥାଙ୍ଗ ଡ୍ୟାମ ଗେଟ୍ ଖୋଲାଯିବାରୁ ବନ୍ୟା ସ୍ଥିତି ସୃଷ୍ଟି ହୋଇଥିଲା । ସେନା ଟ୍ରକ ଓ କ୍ୟାମ୍ପ ମଧ୍ୟ ବନ୍ୟାରେ ଭାସିଯାଇଥିଲା । ମୋଟ ୨୩ ଯବାନ ନିଖୋଜ ହୋଇଯାଇଥିଲେ । ଏବେ ମଧ୍ୟ ଶତାଧିକ ନିଖୋଜ ରହିଛନ୍ତି । ଏବେ ମଧ୍ୟ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ହେଲେ ଆଜି ସଂଧ୍ୟାରେ ୧୭ ମୃତଦେହ ପଶ୍ଚିମବଙ୍ଗ ଜଲପାଇଗୁଡିରେ ଉଦ୍ଧାର ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.