ETV Bharat / bharat

ତୈଳ ଦର ବୃଦ୍ଧି ନେଇ କେନ୍ଦ୍ରକୁ ଟାର୍ଗେଟ କଲେ ଅଜିତ ପାଓ୍ବାର

author img

By

Published : Jul 10, 2021, 8:51 AM IST

"Show Big Heart", Slash Taxes On Fuel: Maharashtra Deputy Chief Minister To Centre
ତୈଳ ଦର ବୃଦ୍ଧି ନେଇ କେନ୍ଦ୍ରକୁ ଟାର୍ଗେଟ କଲେ ଅଜିତ ପାଓ୍ବାର

ଦେଶରେ ହୁ ହୁ ହୋଇ ବଢୁଛି ତୈଳଦର । ଦର ବୃଦ୍ଧି ନେଇ କେନ୍ଦ୍ରକୁ ଟାର୍ଗେଟ କଲେ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ । ଅଧିକ ପଢନ୍ତୁ...

ମୁମ୍ବାଇ: ତୈଳ ଦର ବୃଦ୍ଧି ନେଇ କେନ୍ଦ୍ରକୁ ଟାର୍ଗେଟ କଲେ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାଓ୍ବାର । ପେଟ୍ରୋଲ ଏବଂ ଡିଜେଲ ଦର ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଯାହା ସାଧାରଣ ଲୋକଙ୍କ ଉପରେ ଚାପ ପକାଉଛି । ମହାମାରୀ ସମୟରେ କେନ୍ଦ୍ର ଦର ହ୍ରାସ କରିବା ସହ ଲୋକଙ୍କୁ ରିଲିଫ ଯୋଗାଇବା ଉଚିତ ବୋଲି ସେ କହିଛନ୍ତି । ଏହାସହ ଇନ୍ଧନ ଉପରେ ଟିକସ ହ୍ରାସ କରିବା ଉଚିତ ।

ନଭେମ୍ବର 2019 ରେ କ୍ଷମତାକୁ ଆସିବା ପରେ ମହାବିକାଶ ଅଗାଡି (MVA) ସରକାର ପେଟ୍ରୋଲ ଏବଂ ଡିଜେଲ ଉପରେ ରାଜ୍ୟ ଟିକସ ବୃଦ୍ଧି କରିନାହାଁନ୍ତି । ଯାହା ଦ୍ବାରା ରାଜ୍ୟବାସୀ ବେଶ ଉପକୃତ ହେଉଛନ୍ତି । ସେପଟେ ଏନେଇ ବିଜେପି ନେତା ଦେବେନ୍ଦ୍ର ଫଡନାଭିସ ଦାବି କରିଛନ୍ତି ଯେ ଟିକସ ଉପରେ ଟିକସ ଲଗାଉଛନ୍ତି ରାଜ୍ୟ ସରକାର । ଫଳରେ ମହାରାଷ୍ଟ୍ରରେ ତେଲ ଦର 105 ଟଙ୍କାରେ ପହଞ୍ଚିଛି ।

ସେପଟେ ଏହାକୁ ଖଣ୍ତନ କରିଛନ୍ତି ଅଜିତ ପାଓ୍ବାର । ଏହା ସମ୍ପୂର୍ଣ୍ଣ ମିଛ ବୋଲି ସେ କହିଛନ୍ତି । ବଜେଟରେ କୌଣସି ଟିକସ ବୃଦ୍ଧି କରିନାହୁଁ । ଟିକସ ଯାହାବି ରହିଛି । ସମସ୍ତ ଟ୍ୟାକ୍ସ କେନ୍ଦ୍ର ନିର୍ଦ୍ଦାରିତ ହୋଇଆସିଛି । କେନ୍ଦ୍ର ଟିକସ ଆକାରରେ ଏକ ବଡ ଅଂଶ ଗ୍ରହଣ କରିଥାଏ । କେନ୍ଦ୍ର ସରକାର ତୈଳ ଦର ହ୍ରାସ କରିବା ଉଚିତ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.