ETV Bharat / bharat

Jharkhand: କୂଅରୁ ଷଣ୍ଢ ଉଦ୍ଧାର ବେଳେ ଧସିଲା ମାଟି ଅତଡା, 7 ଜଣ ଫସିଥିବା ଆଶଙ୍କା

author img

By

Published : Aug 17, 2023, 9:31 PM IST

Updated : Aug 17, 2023, 10:59 PM IST

Jharkhand: କୂଅକୁ ଧସିଲା ମାଟି ଅତଡା, 7 ଜଣ ପୋତି ହୋଇଥିବା ଆଶଙ୍କା
Jharkhand: କୂଅକୁ ଧସିଲା ମାଟି ଅତଡା, 7 ଜଣ ପୋତି ହୋଇଥିବା ଆଶଙ୍କା

କୂଅରେ ଖସିପଡିଥିବା ଷଣ୍ଢକୁ ଉଦ୍ଧାରକରିବା ବେଳେ ଖସିଲା ମାଟି ଅତଡା । 7 ଜଣ ପୋତି ହୋଇଯାଇଥିବା ଆଶଙ୍କା । ଉଦ୍ଧାର ଅପରେସନ ଜାରି । ଅଧିକ ପଢନ୍ତୁ

ରାଞ୍ଚି: ଝାଡଖଣ୍ଡର ସିଲିରେ କୂଅରେ ଖସିପଡିଥିବା ଏକ ଷଣ୍ଢକୁ ଉଦ୍ଧାର କରିବା ବେଳେ ବଡ଼ ଅଘଟଣ । ଗ୍ରାମବାସୀ ଉଦ୍ଧାର କରିବାକୁ ପ୍ରୟାସ କରୁଥିବା ବେଳେ ପୁରୁଣା କୂଅରେ ମାଟି ଅତଡ଼ା ଖସିବାରୁ 7 ଜଣ ଚାପି ହୋଇଯାଥିବା ସନ୍ଦେହ କରାଯାଉଛି । ଘଟଣାସ୍ଥଳରେ ସ୍ଥାନୀୟ ଉଦ୍ଧାରକାରୀ ଟିମ୍‌ ସହ NDRF ମଧ୍ୟ ପହଞ୍ଚି ଉଦ୍ଧାର ଅପରେସନ ଆରମ୍ଭ କରିଛି । ଏପର୍ଯ୍ୟନ୍ତ ମୃତାହତଙ୍କ ସଂଖ୍ୟା ସମ୍ପର୍କରେ କୌଣସି ସୂଚନା ମିଳିନଥିଲା ବେଳେ ଅପରେସନ ଜାରି ରହିଛି । ଅନ୍ଧାର ପାଇଁ ଉଦ୍ଧର ପ୍ରକ୍ରିୟା ବିଳମ୍ବ ହେଉଛି ।

ସୂଚନାନୁସାରେ, ସ୍ଥାନୀୟ ଗ୍ରାମ ନିକଟବର୍ତ୍ତୀ କ୍ଷେତରେ ଥିବା ଏକ ଗଭୀର ମୁକୁଳା କୂଅରେ ଏକ ଷଣ୍ଢ ପଡ଼ି ଯାଇଥିଲା । ଷଣ୍ଢକୁ ଉଦ୍ଧାର କରିବା ପାଇଁ ଗ୍ରାମବାସୀ ଉଦ୍ୟମ କରୁଥିଲେ । କୂଅ ଭିତରେ 4 ଜଣ ପ୍ରବେଶ କରିଥିଲେ ଓ ଉପରେ ଅନ୍ୟ କିଛି ମଧ୍ୟ ଥିଲେ । ଷଣ୍ଢକୁ ଦଉଡି ସାହାଯ୍ୟରେ ବାହାରକୁ ଅଣାଯିବାକୁ ଉଦ୍ୟମ କରାଯାଉଥିଲା । ଏହି ସମୟରେ କୂଅରେ ମାଟି ଅତଡା ଧସିଥିଲା । ଉଦ୍ଧାର କାର୍ଯ୍ୟରେ ଲାଗିଥିବା 7 ଜଣ ପୋତି ହୋଇ ଯାଇଥିଲେ । ଗ୍ରାମବାସୀ ପୋଲିସ ଓ ସ୍ଥାନୀୟ ପ୍ରଶାସନିକ ଅଧିକାରୀଙ୍କୁ ତୁରନ୍ତ ସୂଚନା ଦେଇଥିଲେ । ପୋଲିସ ଓ ଫାୟର ଟିମ୍‌ ପହଞ୍ଚି ଉଦ୍ଧାର ଅପରେସନ ଆରମ୍ଭ କରିଛି । ଏବେ ସୁଦ୍ଧା ଜଣଙ୍କୁ ଉଦ୍ଧାର କରାଯାଇଛି । ପରେ ପ୍ରଶିକ୍ଷିତ ଜାତୀୟ ବିପର୍ଯ୍ୟୟ ପ୍ରଶମନ ବଳ ମଧ୍ୟ ପହଞ୍ଚିଛି ।

ଏହା ମଧ୍ୟ ପଢନ୍ତୁ:- ସମୁଦ୍ର ମଝିରେ ହୃଦଘାତ, ଚୀନ ନାଗରିକଙ୍କୁ ଉଦ୍ଧାର କଲା କୋଷ୍ଟ୍‌ଗାର୍ଡ୍‌

ତେବେ ସଂଧ୍ୟା ହୋଇଯିବା କାରଣରୁ ଅନ୍ଧାରରେ ଉଦ୍ଧାର ଅପରେସନ ବାଧାପ୍ରାପ୍ତ ହୋଇଛି । ଘଟଣାସ୍ଥଳରେ ଆଲୋକୀକରଣ ବ୍ୟବସ୍ଥା କରାଯାଇ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିବାକୁ ପ୍ରଶାସନ ଚେଷ୍ଟା କରୁଛି । ଉତ୍ତର ଭାରତ ଏକାଧିକ ରାଜ୍ୟରେ ବୋର୍‌ଓ୍ବେଲ୍‌ ଅଘଟଣ ବାରମ୍ବାର ଘଟିବାର ନଜିର ରହିଛି । ବିଶେଷ କରି ଶିଶୁ ବୋର୍‌ଓ୍ବେଲ୍‌ରେ ଖସିପଡ଼ିଥାଆନ୍ତି । ଆହ୍ବାନପୂର୍ଣ୍ଣ ଅପରେସନ ପରେ ଅଧିକାଂଶ ଅପରେସନରେ ସଫଳତା ମିଳିଥିବା ବେଳେ କିଛି ଘଟଣାରେ ସଫଳତା ମିଳିନି । ହେଲେ ତମାମ ସଚେତନତା କାର୍ଯ୍ୟକ୍ରମ ସତ୍ତ୍ବେ ମଧ୍ୟ ଏପରି ଅଘଟଣରୁ ରକ୍ଷା ମିଳୁନି । ଘର ନିକଟରେ ଚାଷ କାର୍ଯ୍ୟ ପାଇଁ ବୋରଓ୍ବେଲ ଖୋଳିଲେ, ଆବଶ୍ୟକ ସୁରକ୍ଷା ପ୍ରୋଟୋକଲ ଥିଲେ ସୁଦ୍ଧା ଏହା ପ୍ରତି ଅବହେଳା ପ୍ରଦର୍ଶନ ହିଁ ଦୁର୍ଘଟଣାର ମୁଖ୍ୟ କାରଣ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated :Aug 17, 2023, 10:59 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.