ETV Bharat / bharat

ବିବାହରେ ଯୋଗ ଦେଇ ଫେରୁଥିଲେ ବାଟରେ ଛକିଥିଲା ମୃତ୍ୟୁ ! ଦୁର୍ଘଟଣାରେ 6 ମୃତ

author img

By ETV Bharat Odisha Team

Published : Dec 16, 2023, 11:44 AM IST

କାର ଟ୍ରକ ମୁହାଁମୁହିଁ ଧକ୍କା
Truck Car Collided

Nagpur Truck Car Collided: ନାଗପୁର କାଟୋଲ ଜାତୀୟ ରାଜପଥରେ ସଡକ ଦୁର୍ଘଟଣା । ଟ୍ରକ ସହ କାର ମୁହାଁମୁହିଁ ଧକ୍କା ହେବାରୁ 6 ମୃତ । ଅଧିକ ପଢନ୍ତୁ

ମୁମ୍ବାଇ: ମହାରାଷ୍ଟ୍ରରେ ଭୟଙ୍କର ସଡକ ଦୁର୍ଘଟଣା । ବିବାହରେ ଯୋଗ ଦେଇ ଫେରିବା ବେଳେ ଟ୍ରକ ସହ କାର ମୁହାଁମୁହିଁ ଧକ୍କା ହେବାରୁ 6 ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା । ନାଗପୁର କାଟୋଲ ଜାତୀୟ ରାଜପଥରେ ଶୁକ୍ରବାର ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି । ସମସ୍ତ ମୃତକ ନାଗପୁର ଜିଲ୍ଲା କାଟୋଲ ତାଲୁକା ଅନ୍ତର୍ଗତ ମେଣ୍ଡିପାଥର ଗାଁର । ମୃତକ ହେଉଛନ୍ତି ମୟୂର ଇଙ୍ଗଲେ, ବୈଭବ ଚିଖଲ, ସୁଧାକର ମାନକର, ଭିଥାଲ ଥୋଟେ, ଅଜୟ ଚିଖଲେ ଏବଂ ରମେଶ ହେଲୋଣ୍ଡେ । ଏହି ଘଟଣାରେ ଜଣେ ଆହତ ହୋଇଛନ୍ତି ।

​ଏହା ମଧ୍ୟ ପଢନ୍ତୁ-ଦୁର୍ଘଟଣା ପରେ ଜଳିଗଲା କାର୍; 8 ଜୀବନ୍ତ ଦଗ୍ଧ

କାଟୋଲ ତାଲୁକାର ସୋନଖମ୍ବ ଏବଂ ତାରାବୋଡି ମଧ୍ୟରେ ଏହି ଦୁର୍ଘଟଣା ଘଟିଥିଲା । ବିବାହରେ ଯୋଗେ ଦେବା ପରେ ଏକ କାର ନାଗପୁରରୁ କାଟୋଲ ଆଡକୁ ଯାଉଥିଲା । ଏହି ସମୟରେ ଏକ ଟ୍ରକ କାର ସହିତ ମୁହାଁମୁହିଁ ଧକ୍କା ହୋଇଥିଲା । ଏନେଇ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା । ମୃତଦେହକୁ ଚିହ୍ନଟ କରାଯିବା ପରେ ସେମାନଙ୍କ ପରିବାର ଲୋକଙ୍କୁ ସୂଚନା ଦିଆଯାଇଥିଲା । ଆହତ ଜଣଙ୍କୁ ନାଗପୁରର ସରକାରୀ ମେଡିକାଲରେ ଭର୍ତ୍ତି କରାଯାଇଛି ।

ଗତ ଅକ୍ଟୋବର ମାସରେ ମହାରାଷ୍ଟ୍ରରେ ଏକ ସଡକ ଦୁର୍ଘଟଣା ହୋଇଥିଲା । ସଇଲାନି ବାବାଙ୍କୁ ଦର୍ଶନ କରିବାକୁ ଭକ୍ତକୁ ନେଇ ଯାଉଥିବା ଏକ ଟ୍ରାଭେଲର ଦୁର୍ଘଟଣାର ଶିକାର ହୋଇଥିଲା । ଟ୍ରାଭେଲରଟି ଟ୍ରକକୁ ପଛପଟୁ ଧକ୍କା ଦେବାରୁ 12 ଜଣଙ୍କର ମୃତ୍ୟୁ ହୋଇଥିଲା। ଆଉରଙ୍ଗବାଦର ଛତ୍ରପତି ସମ୍ଭାଜୀନଗର ସମୃଦ୍ଧି ଏକ୍ସପ୍ରେସଓ୍ବେରେ ଏହି ଦୁର୍ଘଟଣା ଘଟିଥିଲା । ମୃତକଙ୍କ ମଧ୍ୟରେ ଏକ 4 ବର୍ଷର ଶିଶୁ ରହିଥିଲା । ଏହି ଘଟଣାରେ 20 ଜଣ ଆହତ ହୋଇଥିଲେ । ସମସ୍ତ ଆହତଙ୍କୁ ସମ୍ଭାନଗର ଘାଟି ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା ।

ଏହା ମଧ୍ୟ ପଢନ୍ତୁ-Maharashtra: ଦୁଇଟି ବସ୍ ମଧ୍ୟରେ ମୁହାଁମୁହିଁ ଧକ୍କା ୬ ମୃତ, ୨୫ ଆହତ

ଜୁଲାଇ 29 ତାରିଖରେ ମହାରାଷ୍ଟ୍ରର ବୁଲଧାନା ଜିଲ୍ଲାରେ ମୁହାଁମୁହିଁ ଧକ୍କା ହୋଇଥିଲା ଦୁଇଟି ଯାତ୍ରୀବାହୀ ବସ୍ । ଦୁର୍ଘଟଣାରେ 6 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 25 ଯାତ୍ରୀ ଆହତ ହୋଇଥିଲେ । ବୁଲଧାନା ଜିଲ୍ଲାର ୬ ନମ୍ବର ଜାତୀୟ ରାଜପଥରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଥିଲା । ଆହତମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଦୁର୍ଘଟଣାଗ୍ରସ୍ତ ବସ ଭିତରୁ ଗୋଟିଏ ଅମରନାଥ ତୀର୍ଥଯାତ୍ରୀଙ୍କୁ ନେଇ ହିଙ୍ଗୋଲି ଫେରୁଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.