ETV Bharat / bharat

ଦୁର୍ଘଟଣା ପରେ ଜଳିଗଲା କାର୍; 8 ଜୀବନ୍ତ ଦଗ୍ଧ

author img

By ETV Bharat Odisha Team

Published : Dec 10, 2023, 6:56 AM IST

Updated : Dec 10, 2023, 10:02 AM IST

Fire breaks out after car collides with dumper
ଉତ୍ତରପ୍ରଦେଶରେ ସଡକ ଦୁର୍ଘଟଣା

Horrific Road Accident: ଭାରସାମ୍ୟ ହରାଇ ଡମ୍ପରକୁ ଧକ୍କା ଦେଲା କାର୍ । ଦୁର୍ଘଟଣା ପରେ ଦୁଇ ଗାଡିରେ ନିଆଁ ଲାଗିବାରୁ 8 ଜଣଙ୍କର ମୃତ୍ୟୁ । ଅଧିକ ପଢନ୍ତୁ

ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ଭୟଙ୍କର ସଡକ ଦୁର୍ଘଟଣା । ଭାରସାମ୍ୟ ହରାଇ ଡମ୍ପରକୁ ଧକ୍କା ଦେବା ପରେ ଜଳିଗଲା କାର୍ । ନିଆଁରେ ପୋଡି ହୋଇ 8 ଜଣ ଜୀବନ୍ତ ଦଗ୍ଧ ହୋଇଯାଇଥିବା ସୂଚନା । ଚକା ଫାଟିଯିବାରୁ ଭାରସାମ୍ୟ ହରାଇ ପ୍ରଥମେ ଡିଭାଇଡରରେ ପିଟି ହୋଇଥିଲା କାର । ଏହାପରେ ଏକ ଡମ୍ପରକୁ ସାମ୍ନା ପଟୁ ଧକ୍କା ଦେବା ପରେ ଦୁଇ ଗାଡିରେ ନିଆଁ ଲାଗିଯାଇଥିଲା । ଫଳରେ ଘଟଣାସ୍ଥଳରେ କାର ମଧ୍ୟରେ ଥିବା 8 ଜଣ ଯାତ୍ରୀ ଜଳି ଯାଇଥିଲେ । ଶନିବାର ବିଳମ୍ବିତ ରାତିରେ ବରେଲି-ନୈନିତାଲ ଜାତୀୟ ରାଜପଥରେ ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ମୃତକଙ୍କ ପରିଚୟ ବର୍ତ୍ତମାନ ସୁଦ୍ଧା ମିଳିପାରି ନାହିଁ ।

ଏହା ମଧ୍ୟ ପଢନ୍ତୁ- କାର-ଟିପର ମୁହାଁମୁହିଁ ଧକ୍କା, ନିଆଁରେ ପୋଡି ହୋଇ 2 ଜୀବନ୍ତ ଦଗ୍ଧ

ସୂଚନା ଅନୁଯାୟୀ, ବରେଲିରୁ ବାହେଡି ଅଭିମୁଖେ ଯାଉଥିଲା ଏର୍ଟିଗା କାର । ହଠାତ ଚଳନ୍ତା କାରର ଟାୟାର ଫାଟିଯିବା ପରେ ଭାରସାମ୍ୟ ହରାଇ ଏହା ଡିଭାଇଡରରେ ପିଟି ହୋଇଥିଲା । ଏହାପରେ ଅନ୍ୟ ପାର୍ଶ୍ୱରୁ ଆସୁଥିବା ଏକ ଡମ୍ପର ସହ ଧକ୍କା ହୋଇଥିଲା । ପ୍ରଚଣ୍ଡ ଶବ୍ଦ ହେବା ପରେ ଦୁଇ ଗାଡିରେ ନିଆଁ ଲାଗିଯିବାରୁ କାରରେ ଥିବା 8 ଜଣ ଯାତ୍ରୀ ଜୀବନ୍ତ ଦଗ୍ଧ ହୋଇଯାଇଥିଲେ । ଏନେଇ ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଦୁର୍ଘଟଣାଗ୍ରସ୍ତ କାରଟି ବାହେଡି ବାସିନ୍ଦା ସୁମିତ ଗୁପ୍ତାଙ୍କର । ଏହାକୁ ସେ ଭଡାରେ ଲଗାଇଥିଲେ । ନାରାୟଣ ନାଗଲା ଗ୍ରାମର ଫୁରକାନ ଏକ ବିବାହରେ ସାମିଲ ହେବା ପାଇଁ ଏହି କାର ବୁକ୍ କରିଥିଲେ । ଏହାପରେ ଏହି କାରରେ କିଛି ଯାତ୍ରୀ ବାହେଡିର ମୋହଲା ଜାମ ଅଞ୍ଚଳର ଜଣେ ଯୁବକଙ୍କ ବିବାହରେ ସାମିଲ ହେବାକୁ ବରେଲିର ଫାହମ୍ ଲନକୁ ଆସିଥିଲେ । ବିବାହରେ ସାମିଲ ହୋଇ ଶନିବାର ବିଳମ୍ବିତ ରାତି 11ଟା 45ରେ ବାହେଡିକୁ ଫେରୁଥିଲେ । ଭୋଜିପୁରା ପୋଲିସ ଷ୍ଟେସନ ଠାରୁ ଏକ କିଲୋମିଟର ଦୂରରେ ଥିବା ଡାଭାଔର ଗ୍ରାମ ନିକଟରେ ହଠାତ୍ କାରର ଟାୟାର ଫାଟି ଯାଇଥିଲା । ଫଳରେ କାରଟି ଭାରସାମ୍ୟ ହରାଇ ଡିଭାଇଡରରେ ପିଟି ହୋଇଥିଲା । ଏହି ସମୟରେ ସାମ୍ନା ପଟୁ ଆସୁଥିବା ଏକ ଡମ୍ପର ସହ ଧକ୍କା ହୋଇଥିଲା ।

ପ୍ରଚଣ୍ଡ ଶବ୍ଦ ସହିତ ଦୁଇ ଗାଡିରେ ନିଆଁ ଲାଗିଯାଇଥିଲା । ଡମ୍ପର କାରଟିକୁ ପ୍ରାୟ 25 ମିଟର ଟାଣି ନେଇଥିଲା । ଡମ୍ପରର ଡ୍ରାଇଭର ଏବଂ ହେଲପର ଭୟଭୀତ ହୋଇ ଡେଇଁ ପଳାଇଥିଲେ । କିନ୍ତୁ କାରରେ ବସିଥିବା 8 ଜଣ ଯାତ୍ରୀ ନିଆଁରେ ପୋଡି ହୋଇଯାଇଥିଲେ । ଏନେଇ ସ୍ଥାନୀୟ ଲୋକେ ପୋଲିସକୁ ସୂଚନା ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ପରେ ଦୁର୍ଘଟଣାର ଅଧା ଘଣ୍ଟା ପରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା ।

Last Updated :Dec 10, 2023, 10:02 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.