ETV Bharat / bharat

Maharashtra: ଦୁଇଟି ବସ୍ ମଧ୍ୟରେ ମୁହାଁମୁହିଁ ଧକ୍କା ୬ ମୃତ, ୨୫ ଆହତ

author img

By

Published : Jul 29, 2023, 10:06 AM IST

ମହାରାଷ୍ଟ୍ରରେ ଦୁଇଟି ବସ୍ ମଧ୍ୟରେ ମୁହାଁମୁହିଁ ଧକ୍କା । ୬ ଜଣଙ୍କ ମୃତ୍ୟୁ ଓ ୨୫ ଯାତ୍ରୀ ଆହତ । ଅଧିକ ପଢନ୍ତୁ

ମହାରାଷ୍ଟ୍ରରେ ବସ ଦୁର୍ଘଟଣା
ମହାରାଷ୍ଟ୍ରରେ ବସ ଦୁର୍ଘଟଣା

ମୁମ୍ବାଇ: ମହାରାଷ୍ଟ୍ରରେ ଭୀଷଣ ସଡକ ଦୁର୍ଘଟଣା । ମୁହାଁମୁହିଁ ଧକ୍କା ହେଲା ଦୁଇଟି ଯାତ୍ରୀବାହୀ ବସ୍ । ଦୁର୍ଘଟଣାରେ ୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୫ ଯାତ୍ରୀ ଆହତ ହୋଇଛନ୍ତି । ଆଜି(ଶନିବାର) ପାହାନ୍ତା ପ୍ରାୟ ୩ଟା ବେଳେ ବୁଲଧାନା ଜିଲ୍ଲାର ୬ ନମ୍ବର ଜାତୀୟ ରାଜପଥରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଆହତମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣାଗ୍ରସ୍ତ ବସ ଭିତରୁ ଗୋଟିଏ ଅମରନାଥ ତୀର୍ଥଯାତ୍ରୀଙ୍କୁ ନେଇ ହିଙ୍ଗୋଲି ଫେରୁଥିଲା ।

ସୂଚନା ମୁତାବକ, MH 08. 9458 ବସ୍ ଅମରନାଥ ତୀର୍ଥଯାତ୍ରୀଙ୍କୁ ନେଇ ହିଙ୍ଗୋଲି ଅଭିମୁଖେ ଫେରୁଥିଲା । ବସରେ ୩୫ରୁ ୪୦ ତୀର୍ଥଯାତ୍ରୀ ଥିଲେ । ଏତିକି ବେଳେ ଜାତୀୟ ରାଜପଥର ଫ୍ଲାଏଓଭର ଉପରେ ବିପରୀତ ଦିଗରୁ ପାଖାପାଖି ୩୦ ଯାତ୍ରୀଙ୍କୁ ନେଇ ନାସିକ ଆଡକୁ ଆସୁଥିବା ଅନ୍ୟ ଏକ ଯାତ୍ରାବାହୀ ବସ ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଦୁର୍ଘଟଣା ଏତେ ଜୋରରେ ହୋଇଥିବା ଯେ, ଦୁଇଟି ଯାକ ବସର ସମ୍ମୁଖ ଭାଗ ପୁରା ଚୁରମାର ହୋଇଯାଇଛି । ଘଟଣାସ୍ଥଳରେ ହିଁ ୬ ଜଣ ଯାତ୍ରୀ ପ୍ରାଣ ହରାଇଥିଲେ ।

ଏହାମଧ୍ୟ ପଢନ୍ତୁ: ଚଳନ୍ତା ବସରେ ନିଆଁ ଲାଗି 26 ଯାତ୍ରୀ ଜୀବନ୍ତ ଦଗ୍ଧ, ସହାୟତା ରାଶି ଘୋଷଣା କଲେ ସିନ୍ଦେ

ଖବର ପାଇବା ମାତ୍ରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା । ପୋଲିସ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଆହତମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରିଥିଲା । ୨୫ ଜଣ ଆହତ ଯାତ୍ରୀଙ୍କ ମଧ୍ୟରୁ ୪ରୁ ୫ ଜଣଙ୍କ ଅବସ୍ଥା ଅତି ସଙ୍କଟାପନ୍ନ ରହିଛି । ସେମାନଙ୍କୁ ବୁଲଧନା ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି । ଆଗକୁ ମୃତ୍ୟୁସଂଖ୍ୟା ବଢିବାର ଆଶଙ୍କା ରହିଛି । ପୋଲିସର ସୂଚନା ମୁତାବକ, ନାସିକ ଆଡକୁ ଯାଉଥିବା ବସ୍ ଏକ ଟ୍ରକକୁ ଓଭରଟେକ କରିବାକୁ ଚେଷ୍ଟା କରୁଥିଲା । ଏହି ସମୟରେ ହଠାତ୍ ତୀର୍ଥଯାତ୍ରୀ ବସ୍ ସାମ୍ନାକୁ ଆସିଯାଇଥିଲା ଓ ଦୁଇ ବସ୍ ମୁହାଁମୁହିଁ ମଧ୍ୟରେ ଧକ୍କା ହୋଇଥିଲା ।

ପ୍ରକାଶ ଥାଉକି, କିଛି ଦିନ ତଳେ ବୁଲଧାନାର ସମୃଦ୍ଧ ମହାମାର୍ଗ ଏକ୍ସପ୍ରେସ ୱେରେ ଏକ ଚଳନ୍ତା ବସରେ ନିଆଁ ଲାଗିଯାଇଥିଲା । ଏଥିରେ ୩୩ ଜଣ ଯାତ୍ରୀ ଥିଲେ । ସେଥିମଧ୍ୟରୁ ୨୬ ଜଣ ଜୀଅନ୍ତା ଜଳି ଯାଇଥିଲେ । ତେବେ ବସରେ କେଉଁ କାରଣରୁ ନିଆଁ ଲଗାଥିଲା ତାହା ଜଣାପଡିନଥିଲା । ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ମୃତକଙ୍କ ପରିବାର ପାଇଁ ୫ ଲକ୍ଷ ଏବଂ ପ୍ରଧାନମନ୍ତ୍ରୀ ୨ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ରାଶି ଘୋଷଣା କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.