ETV Bharat / bharat

Ludhiana Gas Leak: କ୍ଷୀର ଫ୍ୟାକ୍ଟ୍ରିରୁ ବିଷାକ୍ତ ଗ୍ୟାସ୍ ଲିକ୍ ହୋଇ ୧୧ ମୃତ

author img

By

Published : Apr 30, 2023, 10:34 AM IST

Updated : Apr 30, 2023, 1:55 PM IST

ପଞ୍ଜାବ ଲୁଧିଆନାରେ ବିଷାକ୍ତ ଗ୍ୟାସ୍ ଲିକ୍ ଯୋଗୁଁ ୧୧ ଜଣଙ୍କ ମୃତ୍ୟୁ । ୧୧ ଜଣ ମେଡିକାଲରେ ଭର୍ତ୍ତି । ଅଧିକ ପଢନ୍ତୁ

ଲୁଧିଆନାରେ ବିଷାକ୍ତ ଗ୍ୟାସ୍ ଲିକ୍
ଲୁଧିଆନାରେ ବିଷାକ୍ତ ଗ୍ୟାସ୍ ଲିକ୍

ଚଣ୍ଡିଗଡ: ପଞ୍ଜାବ ଲୁଧିଆନାରେ ବଡ ଅଘଟଣ । ଏଠାରେ ଏକ କ୍ଷୀର ଫ୍ୟାକ୍ଟ୍ରିରୁ ବିଷାକ୍ତ ଗ୍ୟାସ୍ ଲିକ୍ ଯୋଗୁଁ ୧୧ ଜଣଙ୍କର ମୃତ୍ୟୁ ହୋଇଛି ଓ ୧୧ ଜଣ ଗୁରୁତର ଅଛନ୍ତି । ଆଜି (ରବିବାର) ସକାଳେ ଲୁଧିଆନାର ଗିଆସପୁରା ଅଞ୍ଚଳରେ ଏହି ଘଟଣା ଘଟିଛି । ଖବର ପାଇ ପୋଲିସ ଟିମ୍ ସେଠାରେ ପହଞ୍ଚି ପ୍ରଭାବିତ ଅଞ୍ଚଳକୁ ସିଲ୍ କରିଛି । ଅଗ୍ନିଶମ ବାହିନୀ, ଏନଡିଆରଏଫ ଏବଂ ଡାକ୍ତରୀ ଟିମ୍ ମଧ୍ୟ ଘଟଣାସ୍ଥଳରେ ଉପସ୍ଥିତ ରହିଛନ୍ତି । ଅସୁସ୍ଥମାନଙ୍କୁ ଉଦ୍ଧାର କରାଯାଇ ଆମ୍ବୁଲାନ୍ସ ଯୋଗେ ହସ୍ପିଟାଲ ନିଆଯାଇଛି । ତେବେ କେଉଁ କାରଣରୁ ଗ୍ୟାସ୍ ଲିକ୍ ଯୋଗୁଁ ଏହି ମୃତାହତ ହୋଇଛି ତାହା ସ୍ପଷ୍ଟ ହୋଇନି ।

  • #WATCH | Punjab: NDRF personnel reach the spot in Giaspura area of Ludhiana where a gas leak claimed 9 lives; 11 others are hospitalised.

    Local officials say that the area has been cordoned off. pic.twitter.com/BuxUEb8SCq

    — ANI (@ANI) April 30, 2023 " class="align-text-top noRightClick twitterSection" data=" ">

କ୍ଷୀର ଫ୍ୟାକ୍ଟ୍ରିରୁ ଗ୍ୟାସ୍‌ ଲିକ: ଆଜି ସକାଳେ ସ୍ଥାନୀୟ ଅଞ୍ଚଳରେ ଥିବା ଗୋୟଲ ମିଲ୍‌କ ପ୍ଲାଣ୍ଟ ନାମକ କ୍ଷୀର ଫ୍ୟାକ୍ଟ୍ରିରୁ ଏହି ବିଷାକ୍ତ ଗ୍ୟାସ୍ ଲିକ୍ ହୋଇଛି । ଏହାର ସଂସ୍ପର୍ଶରେ ଆସିବା ଯୋଗୁଁ ଫ୍ୟାକ୍ଟ୍ରିରେ କାମ କରୁଥିବା ୧୨ରୁ ଅଧିକ କର୍ମଚାରୀ ଅଚେତ୍ ହୋଇ ଯାଇଥିଲେ । ତେବେ ସେମାନଙ୍କ ମଧ୍ୟରୁ ୧୧ ଜଣଙ୍କ ମୃତ୍ୟୁ ହୋଇଯାଇଛି । ମୃତକଙ୍କ ମଧ୍ୟରେ ଦୁଇ ଜଣ ଶିଶୁ ଓ ୫ ମହିଳା ଅଛନ୍ତି । ଏ ସମ୍ପର୍କରେ ସୂଚନା ପାଇବା ପରେ ପୋଲିସ ସଙ୍ଗେ ସଙ୍ଗେ ଘଟଣାସ୍ଥଳରେ ପହଞ୍ଚିଥିଲା । ଏହି ସମୟରେ କେତେକ ପୋଲିସ କର୍ମଚାରୀ ମଧ୍ୟ ଗ୍ୟାସ୍ ସଂସ୍ପର୍ଶରେ ଆସିବା ଯୋଗୁଁ ଅଚେତ୍ ହୋଇଯାଇଥିବା ଜଣାପଡିଛି । ସମସ୍ତ ଅସୁସ୍ଥଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଏହାମଧ୍ୟ ପଢନ୍ତୁ: Godown Collapses in Bhiwandi: ଭିୱଣ୍ଡିରେ ଭୁଶୁଡିଲା ଗୋଦାମ, ୪ ମୃତ ଫସି ରହିଛନ୍ତି ଅନେକ

ପୁରା ଅଞ୍ଚଳକୁ ସିଲ୍‌ କଲା ପୋଲିସ: ଗ୍ୟାସ ଲିକ୍‌ ପରେ ବର୍ତ୍ତମାନ ପୋଲିସ ସମଗ୍ର ଅଞ୍ଚଳକୁ ସିଲ୍ କରି ତଦନ୍ତ ଆରମ୍ଭ କରିଛି । ପ୍ରଭାବିତ ଅଞ୍ଚଳକୁ ନ ଯିବା ପାଇଁ ଲୋକଙ୍କୁ ପରାମର୍ଶ ଦିଆଯାଇଛି । ବରିଷ୍ଠ ପୋଲିସ ଅଧିକାରୀମାନେ ମୁହଁରେ ମାସ୍କ ଲଗାଇ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରୁଛନ୍ତି । ତେବେ ଏ ଯାଏଁ କିପରି ଗ୍ୟାସ୍ ଲିକ୍ ହେଲା ଓ କେଉଁ ଗ୍ୟାସ୍ ଲିକ୍ ହୋଇଛି ତାହା ଅସ୍ପଷ୍ଟ ରହିଛି ।

ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ମାନ: ଅନ୍ୟପଟେ ଏହି ଗ୍ୟାସ୍ ଲିକ୍ ଘଟଣାରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି, ପୋଲିସ, ପ୍ରଶାସନ ଓ ଏନଡିଆରଏଫ ଟିମ୍ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି । ପ୍ରଭାବିତମାନଙ୍କୁ ସମସ୍ତ ଆବଶ୍ୟକୀୟ ସହାୟତା ପ୍ରଦାନ କରାଯିବ । ଏହାସହିତ ମୃତକଙ୍କ ପରିବାର ପ୍ରତି ୨ ଲକ୍ଷ ଟଙ୍କା ଓ ଆହତଙ୍କ ପାଇଁ ୫୦ ହଜାର ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ରାଶି ଘୋଷଣା କରିଛନ୍ତି ।

Last Updated :Apr 30, 2023, 1:55 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.