ETV Bharat / bharat

Sikkim Flash Flood: ମୃତ୍ୟୁ ସଂଖ୍ୟା 34କୁ ବୃଦ୍ଧି, ଏବେବି 105 ନିଖୋଜ

author img

By ETV Bharat Odisha Team

Published : Oct 9, 2023, 12:52 PM IST

Sikkim flash floods
Sikkim flash floods

ସିକ୍କିମ ବନ୍ୟାରେ ବୃଦ୍ଧି ପାଉଛି ମୃତ୍ୟୁ ସଂଖ୍ୟା। 34 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଏବେବି 105 ଜଣ ନିଖୋଜ।ଅଧିକ ପଢନ୍ତୁ

ଗ୍ୟାଙ୍ଗଟକ: ସିକ୍କିମରେ ବନ୍ୟା ପରେ ମୃତ୍ୟୁସଂଖ୍ୟା ବଢିବାରେ ଲାଗିଛି । ବାଦଲ ଫଟା ବର୍ଷା ଓ ବନ୍ୟା ଯୋଗୁଁ ମୃତ୍ୟୁସଂଖ୍ୟା 34ରେ ପହଞ୍ଚିଛି । ବର୍ତ୍ତମାନ ମଧ୍ୟ 105 ଜଣ ନିଖୋଜ ରହିଥିବା ବେଳେ ସର୍ଚ୍ଚ ଅପରେସନ ଜାରି ରହିଛି । ଏନେଇ ସିକ୍କିମର ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ବନ୍ୟାରେ 90ଟି ପଞ୍ଚାୟତ ପ୍ରଭାବିତ ହୋଇଥିବା ବେଳେ 85 ହଜାର870 ଜଣ ଲୋକ ପ୍ରଭାବିତ ହୋଇଛନ୍ତି । ମାଙ୍ଗନ, ଗ୍ୟାଙ୍ଗ୍‌ଟକ୍‌, ପାକୟଙ୍ଗ୍‌ ଓ ନାମଚ୍ଛି ଅଧିକ କ୍ଷୟକ୍ଷତି ହୋଇଛି ।

ଏହା ମଧ୍ୟ ପଢନ୍ତୁ-Sikkim Flash Flood: ସିକ୍କିମ ବନ୍ୟାରେ ମୃତ୍ୟୁସଂଖ୍ୟା 26କୁ ବୃଦ୍ଧି, ଏବେ ବି 142 ନିଖୋଜ

ବନ୍ୟା ଯୋଗୁଁ 1716 ଘର ଭାଙ୍ଗି ଯାଇଥିବା ବେଳେ1381ଟି ଘର ସାମାନ୍ୟ କ୍ଷୟକ୍ଷତି ହୋଇଛି । ବର୍ତ୍ତମାନ ସୁଦ୍ଧା 2563 ବନ୍ୟାପୀଡ଼ିତଙ୍କୁ ଉଦ୍ଧାର କରାଇଛି । 2767 ଜଣଙ୍କୁ ଉଚ୍ଚ ସ୍ଥାନକୁ ନିଆୟାଇଛି । ମୋଟ 26ଟି ରିଲିଫ୍‌ କ୍ୟାମ୍ପରେ ବର୍ତ୍ତମାନ 6 ହଜାରରୁ ଉର୍ଦ୍ଧ୍ବ ବନ୍ୟା ପୀଡ଼ିତ ଆଶ୍ରୟ ନେଉଛନ୍ତି । ବନ୍ୟା ଆସିବା ପରେ ଅନେକ ଅଞ୍ଚଳକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ଏଥିସହ ବିଦ୍ୟୁତ ସେବା ଓ ଜଳ ଯୋଗାଣ ମଧ୍ୟ ବନ୍ଦ ହୋଇଛି। ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଲୋକେ। ସିକ୍କିମ ମୁଖ୍ୟମନ୍ତ୍ରୀ ମୃତକଙ୍କ ପରିବାରକୁ ସହାୟତା ଯୋଗାଇ ଦିଆଯିବା ନେଇ ମଧ୍ୟ ଘୋଷଣା କରାଯାଇଛି ।

ଏହା ମଧ୍ୟ ପଢନ୍ତୁ-ସିକ୍କିମ ବନ୍ୟାରେ ନିଖୋଜ ଓଡିଆ ଯବାନ ଶହୀଦ: ଫଟୋ ଦେଖି ମୃତଦେହ ଚିହ୍ନଟ କଲେ ପରିବାର, କାଲି ପହଞ୍ଚିବ ପାର୍ଥିବ ଶରୀର

ବନ୍ୟାରେ ସିଙ୍ଗତମ ଅନ୍ତର୍ଗତ ବାରଦାଙ୍ଗ ନିକଟରେ ପାର୍କିଂ ହୋଇଥିବା ସେନାର ଅନେକ ଯାନବାହନ ଓ ଲାଚେନ୍‌ ଉପତ୍ୟାକାରେ ଥିବା ସେନା କ୍ୟାମ୍ପ୍‌ ଭାସି ଯାଇଥିଲା । ସ୍ଥଳସେନାର ପ୍ରାୟ 23 ଜଣ ଯବାନ ବନ୍ୟାରେ ନିଖୋଜ ହୋଇଯାଇଥିଲେ । ସେମାନଙ୍କ ମଧ୍ୟରୁ ବର୍ତ୍ତମାନ ସୁଦ୍ଧା 10ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । ବାକି ନିଖୋଜ ଯବାନଙ୍କୁ ଉଦ୍ଧାର ପାଇଁ ସର୍ଚ୍ଚ ଅପରେସନ ଜାରି ରହିଛି । ଗତ ମଙ୍ଗଳବାର ରାତିରେ ଉତ୍ତର ସିକ୍କିମର ଲୋହନକ ହ୍ରଦ ଅଞ୍ଚଳରେ ବାଦଲଫଟା ବର୍ଷା ହୋଇଥିଲା । ତିସ୍ତା ନଦୀର ଜଳସ୍ତର ମାତ୍ରାଧିକ ବୃଦ୍ଧି ପାଇବା ପରେ ଚୁଙ୍ଗଥାଙ୍ଗ ଡ୍ୟାମ ଗେଟ୍ ଖୋଲାଯିବାରୁ ବନ୍ୟା ସ୍ଥିତି ସୃଷ୍ଟି ହୋଇଥିଲା । ସେନା ଟ୍ରକ ଓ କ୍ୟାମ୍ପ ମଧ୍ୟ ବନ୍ୟାରେ ଭାସିଯାଇଥିଲା । ଏବେବି ବନ୍ୟାରେ 105 ଜଣ ନିଖୋଜ ରହିଥିବା ବେଳେ ସର୍ଚ୍ଚ ଅପରେସନ ଜାରି ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.