ETV Bharat / bharat

Lakhimpur Kheri Violence: ସରକାରଙ୍କ ଉପରେ ଖପ୍ପା ସୁପ୍ରିମକୋର୍ଟ

author img

By

Published : Oct 8, 2021, 3:54 PM IST

Lakhimpur Kheri Violence: ସରକାରଙ୍କ ଉପରେ ଖପ୍ପା ସୁପ୍ରିମକୋର୍ଟ
Lakhimpur Kheri Violence: ସରକାରଙ୍କ ଉପରେ ଖପ୍ପା ସୁପ୍ରିମକୋର୍ଟ

ସୁପ୍ରିମକୋର୍ଟରେ ଲଖିମପୁର ଖେରୀ ମାମଲାର ପ୍ରାଥମିକ ରିପୋର୍ଟ ଦାଖଲ କରିଛନ୍ତି ଉତ୍ତରପ୍ରଦେଶ ସରକାର । ମାମଲାକୁ ନେଇ ଉତ୍ତରପ୍ରଦେଶ ସରକାରଙ୍କ ଉପରେ ଖପ୍ପା ହୋଇଯାଇଛନ୍ତି ସୁପ୍ରିମକୋର୍ଟ । ଅଧିକ ପଢନ୍ତୁ...

ଲକ୍ଷ୍ନୌ: ଲଖିମପୁର ଖେରୀ ହିଂସା ମାମଲାରେ ସୁପ୍ରିମକୋର୍ଟରେ ହୋଇଛି ଶୁଣାଣି । ସୁପ୍ରିମକୋର୍ଟରେ ମାମଲାର ପ୍ରାଥମିକ ରିପୋର୍ଟ ଦାଖଲ କରିଛନ୍ତି ଉତ୍ତରପ୍ରଦେଶ ସରକାର । ମୁଖ୍ୟ ଅଭିଯୁକ୍ତକୁ ହାଜର ହେବା ପାଇଁ ସମନ ଜାରି କରାଯାଇଥିବା ଅଦାଲତଙ୍କୁ ଜଣାଇଛନ୍ତି ୟୁପି ସରକାରଙ୍କ ପକ୍ଷ ରଖୁଥିବା ଆଇନଜୀବୀ ହରିଶ ସାଲଭେ । ଏଥିପାଇଁ ସାଲଭେ କିଛି ସମୟ ମାଗିଛନ୍ତି । ଯଦି ଶନିବାର ସକାଳ ସୁଦ୍ଧା ଅଭିଯୁକ୍ତ ହାଜର ନହୁଏ, ତାହେଲେ ଆଇନ ତା'ର କାର୍ଯ୍ୟ କରିବ ବୋଲି କହିଛନ୍ତି ସାଲଭେ ।

ସେପଟେ ମାମଲାକୁ ନେଇ ଉତ୍ତରପ୍ରଦେଶ ସରକାରଙ୍କ ଉପରେ ଖପ୍ପା ହୋଇଯାଇଛନ୍ତି ସୁପ୍ରିମକୋର୍ଟ । ଅଭିଯୁକ୍ତକୁ ହାଜର ହେବା ପାଇଁ ଅନୁରୋଧ କରିବାର କଣ ଆବଶ୍ୟକତା ରହିଛି ବୋଲି ପ୍ରଶ୍ନ କରିଛନ୍ତି ସର୍ବୋଚ୍ଚ ଅଦାଲତ । ଏହାର ଉତ୍ତରରେ ଆଇନଜୀବୀ ସାଲଭେ କହିଛନ୍ତି, ବର୍ତ୍ତମାନ ଯାଏଁ ପ୍ରମାଣ ମିଳିନାହିଁ । ତଥ୍ୟର ଯାଞ୍ଚ ଚାଲିଛି । ଯଦି ପ୍ରମାଣ ସ୍ପଷ୍ଟ ହୁଏ ତେବେ ସିଧାସଳଖ ହତ୍ୟାର ମାମଲା ରୁଜୁ ହେବ ।

ହରିଶ ସାଲଭେଙ୍କ ଉତ୍ତର ଶୁଣି ଖପ୍ପା ହୋଇଯାଇଥିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏନଭି ରମଣା । ୟୁପି ସରକାରଙ୍କୁ ଭର୍ତ୍ସନା କରି ସିଜେଆଇ କହିଛନ୍ତି, ଏହା ଖଣ୍ଡପୀଠର ମିଳିତ ମତ । ଆମେ ଦାୟିତ୍ବସମ୍ପନ୍ନ ସରକାର ଚାହୁଁଛୁ । ଯଦି ଅଭିଯୁକ୍ତ କୌଣସି ସାଧାରଣ ବ୍ୟକ୍ତି ହୁଏ, ତେବେ କଣ ଏହି ଆଭିମୁଖ୍ୟ ରହିବ କି ବୋଲି ପ୍ରଶ୍ନ କରିଥିଲେ ସିଜେଆଇ । ଅପରପକ୍ଷେ ଗୁଳିବାଜି ମୃତ୍ୟୁ ହୋଇଥିବା ସ୍ପଷ୍ଟ ହୋଇନି ବୋଲି ୟୁପି ସରକାରଙ୍କ ପକ୍ଷ ରଖି କହିଛନ୍ତି ସାଲଭେ ।

ସିଜେଆଇ ରାମଣା କହିଛନ୍ତି, ମୃତଦେହ ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା କରିବାର କୌଣସି ଆବଶ୍ୟକତା ନାହିଁ। ଏହାକୁ ନେଇ ସାଲଭେ କହିଥିଲେ ଯେ ବିଚାରପତିଙ୍କ ମନରେ କ’ଣ ଅଛି ମୁଁ ବୁଝିପାରୁଛି। ମୁଁ ସହମତ ଯେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ୍। ଏହା ପରେ ସିଜେଆଇ କହିଛନ୍ତି ଯେ ଏହା ଆମ ମନର କଥା ନୁହେଁ। ଆମେ ଲୋକମାନଙ୍କୁ କେଉଁ ବାର୍ତ୍ତା ଦେଉଛୁ?

ପ୍ରଧାନ ବିଚାରପତି ୟୁପି ସରକାରଙ୍କୁ ପ୍ରଶ୍ନ କରିଛନ୍ତି ଯେ ଆପଣଙ୍କ SIT ରେ କିଏ ଅଛନ୍ତି? ସମସ୍ତେ ସ୍ଥାନୀୟ ଅଧିକାରୀ। ତାହା ହେଉଛି ସମସ୍ୟା | ଏହି ଘଟଣାରେ ରାଜ୍ୟ ସରକାର ସିବିଆଇ ତଦନ୍ତ ପାଇଁ ସୁପାରିଶ କରିଛନ୍ତି କି? ଯଦି ଆବଶ୍ୟକ ହୁଏ ତେବେ ତଦନ୍ତକୁ ସିବିଆଇକୁ ହସ୍ତାନ୍ତର କରନ୍ତୁ ବୋଲି କହିଛନ୍ତି ସୁପ୍ରିମକୋର୍ଟ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.