ETV Bharat / bharat

ମଧ୍ୟପ୍ରଦେଶରେ ଗୋଟିଏ ସିରିଞ୍ଜରେ ୩୦ ଛାତ୍ରଛାତ୍ରୀ ନେଲେ ଟିକା, ତଦନ୍ତ ନିର୍ଦ୍ଦେଶ

author img

By

Published : Jul 28, 2022, 12:37 PM IST

ଗୋଟିଏ ସିରିଞ୍ଜରେ ୩୦ ଜଣ ଛାତ୍ରଛାତ୍ରୀଙ୍କୁ ଟିକା
ଗୋଟିଏ ସିରିଞ୍ଜରେ ୩୦ ଜଣ ଛାତ୍ରଛାତ୍ରୀଙ୍କୁ ଟିକା

ମଧ୍ୟପ୍ରଦେଶର ସାଗର ଜୈନ ପବ୍ଲିକ ସ୍କୁଲରେ ଗୋଟିଏ ସିରିଞ୍ଜରେ ୩୦ ଜଣ ଛାତ୍ରଛାତ୍ରୀଙ୍କୁ ଟିକା ଦେଲେ ଡାକ୍ତର । ଅଭିଯୋଗ ପରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ସ୍ୱାସ୍ଥ୍ୟ ଅଧିକାରୀଙ୍କ ତଦନ୍ତ ନିର୍ଦ୍ଦେଶ । ଅଧିକ ପଢନ୍ତୁ

ଭୋପାଳ: ଗୋଟିଏ ସିରିଞ୍ଜରେ ୩୦ ଜଣଙ୍କୁ କୋରୋନା ଟିକା ଦେଲେ ଡାକ୍ତର । ମଧ୍ୟପ୍ରଦେଶର ସାଗର ଜୈନ ପବ୍ଲିକ ସ୍କୁଲରେ ଏଭଳି ଘଟଣା ଘଟିଛି । ଏନେଇ ଛାତ୍ରଛାତ୍ରୀଙ୍କ ଅଭିଭାବକ ଜାଣିବାପରେ ସ୍କୁଲରେ ପହଞ୍ଚି ଆନ୍ଦୋଳନ କରିଥିଲେ । ପରିସ୍ଥିତି ଅଣାୟତ ହେବାରୁ ଘଟଣାସ୍ଥଳରେ CMHO ପହଞ୍ଚି ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଏନେଇ ଡାକ୍ତରଙ୍କୁ ପଚାରିବାରି ମୋତେ ଟୀକାକରଣ ପାଇଁ ଗୋଟିଏ ସିରିଞ୍ଜ ଦିଆଯାଇଲା, ତେଣୁ ୩୦ ଜଣଙ୍କୁ ଏହି ଗୋଟିଏ ସିରିଞ୍ଜରେ ଟିକା ଦେଇଥିବା ସେ କହିଛନ୍ତି ।

ବୁଧବାର ସହରର ମୁଖ୍ୟ ବସଷ୍ଟାଣ୍ଡ ନିକଟରେ ଥିବା ଜୈନ ପବ୍ଲିକ ସ୍କୁଲରେ ଛାତ୍ରଛାତ୍ରୀଙ୍କୁ ଟୀକାକରଣ ପାଇଁ ଟିକା ଶିବିରର ଆୟୋଜନ କରାଯାଇଥିଲା । ଟିକା ଦାନ ଶିବିରରେ ସ୍ୱାସ୍ଥ୍ୟ ବିଭାଗ ଏକ ଘରୋଇ ନର୍ସିଂ କଲେଜର ଜଣେ ନର୍ସିଂ ଛାତ୍ରଙ୍କୁ ଦାୟିତ୍ବରେ ରଖାଯାଇଥିଲା । କିନ୍ତୁ ଟିକାକରଣ ପାଇଁ ତାଙ୍କୁ ଗୋଟିଏ ସିରିଞ୍ଜ ଦିଆଯାଇଥିବାରୁ ସେ ୩୦ଜଣଙ୍କୁ ଗୋଟିଏ ସିରିଞ୍ଜରେ ଟୀକା ଦେଇଥିଲେ। ଏନେଇ ଛାତ୍ରଛାତ୍ରୀ ଜାଣିବା ପରେ ପରିବାର ସଦସ୍ୟଙ୍କୁ ଜଣାଇଥିଲେ ।

ଏନେଇ ଖବର ପାଇ ସାଗର ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ସ୍ୱାସ୍ଥ୍ୟ ଅଧିକାରୀ ଡକ୍ଟର ଡି.କେ ଗୋସ୍ୱାମୀ ହାଇସ୍କୁଲରେ ପହଞ୍ଚି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ସମସ୍ତ ଶିଶୁଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ମଧ୍ୟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.