ETV Bharat / bharat

Rajasthan: ନାଲି ଡାଏରୀ ସହ ବିଧାନସଭାରେ ପହଞ୍ଚିଲେ ବରଖାସ୍ତ ମନ୍ତ୍ରୀ, ପୁରାଇ ଦେଲେନି ସୁରକ୍ଷା ଅଧିକାରୀ

author img

By

Published : Jul 24, 2023, 6:54 PM IST

Updated : Jul 24, 2023, 7:44 PM IST

Rajasthan: ନାଲି ଡାଏରୀ ସହ ବିଧାନସଭାରେ ପହଞ୍ଚିଲେ ବରଖାସ୍ତ ମନ୍ତ୍ରୀ ରେଜେନ୍ଦ୍ର ଗୁଡ୍ଡା, ପୁରାଇ ଦେଲେନି ସୁରକ୍ଷା ଅଧିକାରୀ
Rajasthan: ନାଲି ଡାଏରୀ ସହ ବିଧାନସଭାରେ ପହଞ୍ଚିଲେ ବରଖାସ୍ତ ମନ୍ତ୍ରୀ ରେଜେନ୍ଦ୍ର ଗୁଡ୍ଡା, ପୁରାଇ ଦେଲେନି ସୁରକ୍ଷା ଅଧିକାରୀ

ରାଜସ୍ଥାନ ବିଧାନସଭାରେ ନାଟକୀୟ ଘଟଣା । ନାଲି ଡାଏରୀ ସହ ବିଧାନସଭାରେ ପହଞ୍ଚିଲେ ବରଖାସ୍ତ ମନ୍ତ୍ରୀ ରେଜେନ୍ଦ୍ର ଗୁଡ୍ଡା । ପୁରାଇ ଦେଲେନି ସୁରକ୍ଷା ଅଧିକାରୀ । ଗୁଡ୍ଡା କହିଲେ ମୋ ପାଖେ ରହିଛି ମୁଖ୍ୟମନ୍ତ୍ରୀଙ୍କ ଦୁର୍ନୀତିର ରେକର୍ଡ । ଅଧିକ ପଢନ୍ତୁ

ନାଲି ଡାଏରୀ ସହ ବିଧାନସଭାରେ ପହଞ୍ଚିଲେ ବରଖାସ୍ତ ମନ୍ତ୍ରୀ ରେଜେନ୍ଦ୍ର ଗୁଡ୍ଡା, ପୁରାଇ ଦେଲେନି ସୁରକ୍ଷା ଅଧିକାରୀ

ଜୟପୁର: ରାଜସ୍ଥାନ ବିଧାନସଭାରେ ଦେଖିବାକୁ ମିଳିଲା ନାଟକୀୟ ଘଟଣା । ନିକଟରେ ଗେହେଲଟଙ୍କ କ୍ୟାବିନେଟରୁ ବରଖାସ୍ତ ହୋଇଥିବା ମନ୍ତ୍ରୀ ରାଜେନ୍ଦ୍ର ଗୁଡ୍ଡାଙ୍କୁ ଆଜି ବିଧାନସଭା ପରିସରରେ ପ୍ରବେଶ କରିବାକୁ ବାରଣ କରାଯାଇଛି । ଗୁଡ୍ଡା ହାତରେ ଏକ ନାଲି ଡାଏରୀ ଧରି ବିଧାନସଭାକୁ ପ୍ରବେଶ କରିବାକୁ ଉଦ୍ୟମ କରୁଥିବା ବେଳେ ତାଙ୍କୁ ସୁରକ୍ଷା ଅଧିକାରୀମାନେ ରୋକିବା ସହ ଗୃହକୁ ପ୍ରବେଶ କରିବାକୁ ଦେଇନଥିଲେ । ଏହା ପରେ ଗୁଡ୍ଡା କହିଥିଲେ, ସେ ସାଙ୍ଗରେ ଆଣିଥିବା ନାଲି ଡାଏରୀରେ ଗେହଲୋଟ ସରକାରଙ୍କ ଆର୍ଥିକ ଅନିୟମିତତାର ପ୍ରମାଣ ଥିଲା । ସେ ଏହାକୁ ବିଧାନସଭାରେ ଉପସ୍ଥାପିତ କରିବାକୁ ଆସିଥିଲେ । ହେଲେ ତାଙ୍କୁ ପ୍ରବେଶ କରିବା ପାଇଁ ଅନୁମତି ମିଳିଲା ନାହିଁ ।

ଗୁଡ୍ଡାଙ୍କୁ ବିଧାନସଭାରେ ପ୍ରବେଶ କରିବାରୁ ରୋକାଯାଉଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ସେ ହାତରେ ଏକ ଡାଏରୀ ଧରି ପ୍ରବେଶ କରିବାକୁ ଉଦ୍ୟମ କରୁଥିବା ବେଳେ ଏକାଧିକ ସୁରକ୍ଷା ଅଧିକାରୀ ତାଙ୍କୁ ରୋକିବା ପାଇଁ ପ୍ରୟାସ କରୁଥିଲେ । ସେ ଶେଷରେ ପ୍ରବେଶ ନକରିପାରି ଫେରି ଆସିଥିଲେ । ତେବେ ପ୍ରବେଶ କରିବାରୁ ବଞ୍ଚିତ ହେବା ପରେ ଗୁଡ୍ଡା ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲଟଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଥିଲେ । କହିଥିଲେ ମୁଖ୍ୟମନ୍ତ୍ରୀଙ୍କର ଆର୍ଥିକ ଅନିୟମିତତାର ରେକର୍ଡ ସେ ସାଙ୍ଗରେ ଆଣିଥିବା ଡାଏରୀରେ ଥିଲା । ସେ କଂଗ୍ରେସ ନେତା ଧର୍ମେନ୍ଦ୍ର ରାଥୋଡଙ୍କ ବାସଭବନରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଚଢଉ ସମୟରେ ମୁଖ୍ୟମନ୍ତ୍ରୀ ଗେହେଲଟଙ୍କ ନିର୍ଦ୍ଦେଶରେ ଏହି ଡାଏରୀ ସୁରକ୍ଷିତ ଆଣିଥିଲେ ଓ ନିଜ ପାଖରେ ରଖିଥିଲେ ।

ଏଥିରେ ମୁଖ୍ୟମନ୍ତ୍ରୀ ଗେହଲୋଟ ଓ ତାଙ୍କର ପୁଅଙ୍କ ଆର୍ଥିକ କାରବାର ସମ୍ପର୍କରେ ଉଲ୍ଲେଖ କରାଯାଇଛି । କୋଟି କୋଟି ଟଙ୍କାର କାରବାର ସମ୍ପର୍କରେ ଏହି ଡାଏରୀରେ ରେକର୍ଡ ରହିଛି । ଆହୁରି ମଧ୍ୟ ସେ କହିଛନ୍ତି, ସେ ଆଜି ଏହାକୁ ବିଧାନସଭାରେ ଉପସ୍ଥାପିତ କରିବାକୁ ଆଣିଥିବା ବେଳେ ତାଙ୍କୁ କଂଗ୍ରେସର ମନ୍ତ୍ରୀ ଓ ବିଧାୟକଙ୍କ ଦ୍ବାରା ଆକ୍ରମଣ କରାଯାଇଥିଲା । ତାଙ୍କୁ ଗୃହରେ ପ୍ରବେଶ କରିବା ପାଇଁ ରୋକାଯିବା ସହ ତାଙ୍କ ଡାଏରୀ ଛଡାଇ ନେବା ପାଇଁ ମଧ୍ୟ ଉଦ୍ୟମ କରାଯାଇଛି । ତାଙ୍କୁ ପ୍ରାୟ 50ରୁ ଅଧିକ ଲୋକେ ଆକ୍ରମଣ କରି ଗୃହ ବାହାରକୁ ଫିଙ୍ଗି ଦିଆଯାଇଥିବା ମଧ୍ୟ ସେ ଅଭିଯୋଗ କରିଛନ୍ତି ।

ବିଧାନସଭା ନିର୍ବାଚନ ହେବାକୁ ଯାଉଥିବା ରାଜସ୍ଥାନରେ ମହିଳାଙ୍କ ବିରୋଧରେ ହିଂସାକୁ ନେଇ ନିଜ ସରକାରକୁ ସମାଲୋଚନା କରିବା ପରେ ଶୁକ୍ରବାର ମୁଖ୍ୟମନ୍ତ୍ରୀ ଗେହେଲଟ ତାଙ୍କୁ ମନ୍ତ୍ରୀମଣ୍ଡଳରୁ ବରଖାସ୍ତ କରିଥିଲେ । ଗୁଡ୍ଜା କହିଥିଲେ, ରାଜ୍ୟରେ ଜେଲରେ ଥିବା ଲରେନ୍ସ ବିଷ୍ଣୋଇ ପରି କଏଦୀମାନେ ଜେଲ ଭିତରୁ ଅପରାଧ ଘଟାଇବା ଜାରି ରଖିଛନ୍ତି । ରାଜ୍ୟରେ କଂଗ୍ରେସ ନେତା ଓ ବିଧାୟକମାନେ ମଧ୍ୟ ଘରେ ବସି ଅପରାଧରେ ସାମିଲ ରହିଛନ୍ତି । ସେ ନିଜ କ୍ଷେତ୍ରର ମହିଳାଙ୍କ ସୁରକ୍ଷା ପ୍ରସଙ୍ଗ ଉଠାଇବାକୁ ତାଙ୍କୁ ମନ୍ତ୍ରୀପଦରୁ ବରଖାସ୍ତ କରାଯାଇଥିବା ମଧ୍ୟ ସେ କହିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated :Jul 24, 2023, 7:44 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.