ETV Bharat / bharat

Republic Day 2023: ନୂଆଦିଲ୍ଲୀରେ ପହଞ୍ଚିଲେ ଇଜିପ୍ଟ ରାଷ୍ଟ୍ରପତି, ସାଧାରଣତନ୍ତ୍ର ଦିବସରେ ହେବେ ମୁଖ୍ୟ ଅତିଥି

author img

By

Published : Jan 24, 2023, 7:11 PM IST

Etv Bharat
Etv Bharat

ଇଜିପ୍ଟ ହେଉଛି ଆରବ ଜଗତର ସବୁଠାରୁ ବୃହତ ଜନବହୁଳ ରାଷ୍ଟ୍ର । ଏହାସହ ଆଫ୍ରିକା ମହାଦେଶର ଦ୍ବିତୀୟ ବୃହତ ଅର୍ଥନୀତି ଦେଶ । ଗତବର୍ଷ ଉଭୟ ଦେଶ (ଭାରତ-ଇଜିପ୍ଟ) ନିଜର କୂଟନୀତି ସମ୍ପର୍କର 75 ବର୍ଷ ପୂର୍ତ୍ତି ପାଳନ କରିଛନ୍ତି । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ଆଜି ଠାରୁ 3ଦିନିଆ ଭାରତ ଗସ୍ତରେ ଆସିଛନ୍ତି ଇଜିପ୍ଟ ରାଷ୍ଟ୍ରପତି ଅବ୍ଦୁଲ ଫତ୍ତାହ ଅଲ-ସିସି । ଗସ୍ତ ଅବସରରେ ଇଜିପ୍ଟ ରାଷ୍ଟ୍ରପତି ସାଧାରଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ହେବେ । 2015 ପରେ ଏହା ରାଷ୍ଟ୍ରପତି ଅବ୍ଦୁଲ ଫତ୍ତାହ ଅଲ-ସିସିଙ୍କ ତୃତୀୟ ଭାରତ ଗସ୍ତ ହେବ । ଆଜି ସଂଧ୍ୟା 6 ଟା ପରେ ରାଷ୍ଟ୍ରପତିଙ୍କ ବିମାନ ନୂଆଦିଲ୍ଲୀ ଇନ୍ଦିରାଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଅବତରଣ କରିଥିଲା । ସେଠାରେ ତାଙ୍କୁ ଭାରତ ସରକାରଙ୍କ ପକ୍ଷରୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି ।

ରାଷ୍ଟ୍ରପତି ଅବ୍ଦୁଲ ଫତ୍ତାହ ଅଲ-ସିସିଙ୍କ ସହ 5 ଜଣିଆ ମନ୍ତ୍ରୀ ମଣ୍ଡଳ, ସମେତ ବରିଷ୍ଠ ଅଧିକାରୀ, ଉଚ୍ଚସ୍ତରୀୟ ପ୍ରତିନିଧି ମଣ୍ଡଳୀ ମଧ୍ୟ ଭାରତ ଆସିଛନ୍ତି । ଭାରତ ଗଣତନ୍ତ୍ର ଦିବସ ଇତିହାସରେ ପ୍ରଥମ ଥର ପାଇଁ କୌଣସି ଇଜିପ୍ଟ ରାଷ୍ଟ୍ରମୁଖ୍ୟ ଭାରତର ମୁଖ୍ୟ ଅତିଥି ହେବେ । ଏହା ବ୍ୟତୀତ ଇଜିପ୍ଟ ରାଷ୍ଟ୍ରପତି ତାଙ୍କ ଭାରତ ପ୍ରତିପକ୍ଷ ତଥା ରାଷ୍ଚ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ମୋଦି ଓ ବୈଦେଶିକ ମନ୍ତ୍ରୀ ଏସ ଜୟ ଶଙ୍କର ସହ ଦ୍ବିପାକ୍ଷିକ ବୈଠକ କରିବେ ।

ଇଜିପ୍ଟ ହେଉଛି ଆରବ ଜଗତର ସବୁଠାରୁ ବୃହତ ଜନବହୁଳ ରାଷ୍ଟ୍ର । ଏହାସହ ଆଫ୍ରିକା ମହାଦେଶର ଦ୍ବିତୀୟ ବୃହତ ଅର୍ଥନୀତି ଦେଶ । ଗତବର୍ଷ ଉଭୟ ଦେଶ ନିଜର କୂଟନୀତି ସମ୍ପର୍କର 75 ବର୍ଷ ପୂର୍ତ୍ତି ପାଳନ କରିଛନ୍ତି । ଏତତ ବ୍ୟତୀତ ଗତବର୍ଷ ଭିନ୍ନ ଭିନ୍ନ ସମୟରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଓ ବୈଦେଶିକ ମନ୍ତ୍ରୀ ଡା. ଏସ ଜୟ ଶଙ୍କର ଇଜିପ୍ଟ ଗସ୍ତ କରି ସମ୍ପର୍କ ସୁଦୃଢ ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି । ଗତବର୍ଷ ବୈଦେଶିକ ମନ୍ତ୍ରୀ ନିଜର ଗସ୍ତ ବେଳେ ପ୍ରଧାନମନ୍ତ୍ରୀ ମୋଦିଙ୍କର ବ୍ୟକ୍ତିଗତ ସନ୍ଦେଶ ପତ୍ରକୁ ଇଜିପ୍ଟ ରାଷ୍ଟ୍ରପତି ଅବ୍ଦୁଲ ଫତ୍ତାହ ଅଲ-ସିସିଙ୍କୁ ସାକ୍ଷାତ କରି ପ୍ରଦାନ କରିଥିଲେ । ଏଥିରୁ ସ୍ପଷ୍ଟ ନୂଆଦିଲ୍ଲୀ- କାଇରୋ ମଧ୍ୟରେ ସୁଦୃଢ ବାଣିଜ୍ୟକ ଓ କୂଟନୈତିକ ସମ୍ପର୍କ ବୃଦ୍ଧି ପାଇଁ ନୂଆଦିଲ୍ଲୀ ଚାହୁଁଛି ।

ସେହିଭଳି ଗସ୍ତ ଅବସରରେ ଉଭୟ ଦେଶର ସାମାରିକ ସମ୍ପର୍କ ସୁଦୃଢ ନେଇ ଇଜିପ୍ଟ ପ୍ରତିପକ୍ଷଙ୍କ ସହ ଦ୍ବିପାକ୍ଷିକ ଆଲୋଚନା କରିଥିଲେ ରାଜନାଥ ସିଂ । ଏହି ଦ୍ବିପାକ୍ଷିକ ଆଲୋଚନାରେ ଉଭୟ ସେନାର ମିଳିତ ପ୍ରଶିକ୍ଷଣ, ଅସ୍ତ୍ର ଶସ୍ତ୍ର ରପ୍ତାନୀ ଆମଦାନୀ ଜ୍ଞାନ କୌଶଳ ଆଦାନ ପ୍ରଦାନ ନେଇ ଏକାଧିକ ଚୁକ୍ତି ସ୍ବାକ୍ଷରିତ ହୋଇଥିଲା । ଖାଲି ଏତିକି ନୁହେଁ ଇଜିପ୍ଟ ଭାରତ ସ୍ବଦେଶୀ ଜ୍ଞାନ କୌଶଳରେ ନିର୍ମିତ ଯୁଦ୍ଧ ବିମାନ ତେଜସ କିଣିବା ପାଇଁ ଆଗ୍ରହୀ ରହିଛି । ରାଜନାଥ ଗସ୍ତ ଅବସରରେ ଇଜିପ୍ଟକୁ 12 ତମ ଡିଫେନ୍ସ ଏକ୍ସପୋ ରେ ସାମିଲ ହେବା ପାଇଁ ନିମନ୍ତ୍ରଣ ମଧ୍ୟ ଦେଇଥିଲେ । ଯାହା ଗତ ବର୍ଷରେ ଶେଷ ହୋଇଛି ।

2014 ମସିହାରୁ ଇଜିପ୍ଟ ରାଷ୍ଟ୍ରପତି ଥିବା ଅବ୍ଦୁଲ ଫତ୍ତାହ ଅଲ-ସିସି ଶେଷ ଥର ପାଇଁ 2016 ମସିହାରେ ଭାରତ ଗସ୍ତରେ ଆସିଥିଲେ । ଏହା ପୂର୍ବରୁ 2015 ନୂଆଦିଲ୍ଲୀ ରେ ଅନୁଷ୍ଠିତ ଇଣ୍ଡିଆ-ଆଫ୍ରିକା ଫୋରମ ସମିଟରେ ଭାଗ ନେବାକୁ ଭାରତ ଆସିଥିଲେ । ଏହି ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ମୋଦି ଓ ଇଜିପ୍ଚ ରାଷ୍ଟ୍ରପତି ଦ୍ବିପାକ୍ଷିକ ବୈଠକ କରିଥିଲେ ।

ସୂଚନାଯୋଗ୍ୟ ମୋଦି ସରକାର ସାଧାରଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ଭାବେ ଏକାଧିକ ରାଷ୍ଚ୍ରମୁଖ୍ୟଙ୍କୁ ଆଣିସାରିଛନ୍ତି । ତେବେ ଗତ 2 ବର୍ଷ କୋରନା କଟକଣା ପାଇଁ କୌଣସି ବିଦେଶୀ ଅତିଥିଙ୍କୁ ନିମନ୍ତ୍ରଣ ଦେଇନଥିଲେ ସରକାର ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.