ETV Bharat / bharat

Defamation case: ଦିଲ୍ଲୀ କୋର୍ଟରେ ଭର୍ଚ୍ଚୁଆଲି ହାଜର ହେଲେ ଗେହେଲଟ

author img

By ETV Bharat Odisha Team

Published : Aug 28, 2023, 9:55 PM IST

Defamation case: ଦିଲ୍ଲୀ କୋର୍ଟରେ ଭର୍ଚ୍ଚୁଆଲି ହାଜର ହେଲେ ଗେହେଲଟ
Defamation case: ଦିଲ୍ଲୀ କୋର୍ଟରେ ଭର୍ଚ୍ଚୁଆଲି ହାଜର ହେଲେ ଗେହେଲଟ

କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାଓ୍ବତଙ୍କ ବିରୋଧରେ ମାନହାନୀ ମନ୍ତବ୍ୟ ମାମଲା । ଦିଲ୍ଲୀ କୋର୍ଟରେ ଭର୍ଚ୍ଚୁଆଲି ହାଜର ହେଲେ ଗେହେଲଟ । ଅଧିକ ପଢନ୍ତୁ

ଜୟପୁର: କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାଓ୍ବାତଙ୍କ ବିରୋଧରେ ମାନହାନୀ ମନ୍ତବ୍ୟ ଦେବା ମାମଲାରେ ଆଜି ଦିଲ୍ଲୀର ରାଉଜ ଆଭିନ୍ୟୁ କୋର୍ଟରେ ହାଜର ହୋଇଛନ୍ତି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲଟ । ଗେହେଲଟ ଆଜି ଭର୍ଚ୍ଚୁଆଲି ହାଜର ହୋଇଥିଲେ । ସେ ଏବେ ସରକାରୀ କାର୍ଯ୍ୟରେ ଯୋଧପୁରରେ ଥିବା ବେଳେ ସେଠାରୁ ହିଁ ଭର୍ଚ୍ଚୁଆଲି ହାଜର ହୋଇଥିଲେ । ଅବଶ୍ୟ ସେ ଏଥିପାଇଁ କୋର୍ଟଙ୍କ ଅନୁମତି ମଧ୍ୟ ପାଇଥିଲେ ।

ତେବେ ଆଜି କୋର୍ଟ ଶୁଣାଣି ସ୍ଥଗିତ ରଖିବା ସହ ଆସନ୍ତାମାସ (ସେପ୍ଟେମ୍ବର) 6କୁ ପରବର୍ତ୍ତୀ ଶୁଣାଣି ତାରିଖ ଧାର୍ଯ୍ୟ କରିଛନ୍ତି । ପରବର୍ତ୍ତୀ ଶୁଣାଣିରେ ଆବେଦନକାରୀ ତଥା କେନ୍ଦ୍ରମନ୍ତ୍ରୀ ଶେଖାଓ୍ବତଙ୍କୁ ମଧ୍ୟ ଉପସ୍ଥିତ ରହିବା ଲାଗି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ସଞ୍ଜିବନୀ କୋପରଟିଭି ସୋସାଇଟ ଘୋଟାଲାରେ ଶେଖାଓ୍ବତ ଓ ତାଙ୍କର ପରିବାର ସଦସ୍ୟଙ୍କ ସମ୍ପୃକ୍ତି ଅଭିଯୋଗ ଆଣିଥିଲେ ଗେହେଲଟ । ତେବେ ଏହି ଅଭିଯୋଗ ସହ ମୁଖ୍ୟମନ୍ତ୍ରୀ ଗେହେଲଟ କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ଶେଖାଓ୍ବାତ ଓ ତାଙ୍କ ପରିବାର ସଦସ୍ୟଙ୍କ ସମ୍ପର୍କରେ ଆପତ୍ତିଜନକ ତଥା ଅପମାନିତ କରିବା ପରି ମନ୍ତବ୍ୟ ଦେଇଥିବା ନିଜେ ଶେଖାଓ୍ବାତ ଅଭିଯୋଗ କରି ଏକ ମାନହାନୀ ମାମଲା ମଧ୍ୟ ଦାଏର କରିଥିଲେ ।

ତେବେ କୋର୍ଟ ମାମଲା ପଞ୍ଜିକୃତ ହେବା ପରେ ଗତବର୍ଷ (ଜୁଲାଇ) 6 ତାରିଖରେ କୋର୍ଟରେ ହାଜର ହେବା ପାଇଁ ଗେହେଲଟଙ୍କୁ ନ୍ୟାୟିକ ନୋଟିସ ପଠାଯାଇଥିଲା । ପରେ ଗେହେଲଟ ମଧ୍ୟ କୋର୍ଟରେ ହାଜର ହୋଇ ପ୍ରତ୍ୟେକ୍ଷ ହାଜିରା ପରିବର୍ତ୍ତେ ଭର୍ଚ୍ଚୁଆଲି ହାଜର ହେବାକୁ ଅନୁମତି ମାଗିଥିଲେ । ଯାହା କୋର୍ଟ ଗ୍ରହଣ ମଧ୍ୟ କରିଥିଲେ । ଆଜି ଗେହେଲଟ ଦିଲ୍ଲୀ କୋର୍ଟରେ ଭର୍ଚ୍ଚୁଆଲି ହାଜର ହୋଇ ପକ୍ଷ ରଖିଛନ୍ତି । ଆସନ୍ତା ଶୁଣାଣି ତାରିଖ ଆସନ୍ତାମାସ 6 ତାରିଖକୁ ଧାର୍ଯ୍ୟ କରାଯାଇଛି ।

ଏହା ମଧ୍ୟ ପଢନ୍ତୁ:-Article 370 hearing: 35-A କାଶ୍ମୀରବାସୀଙ୍କୁ ମୌଳିକ ସୁବିଧାରୁ ବଞ୍ଚିତ କରୁଥିଲା କହିଲେ ସର୍ବୋଚ୍ଚ କୋର୍ଟ

ପ୍ରାୟ 6 ମାସ ପୂର୍ବରୁ ଗେହେଲଟଙ୍କର ଏହି ବିବାଦୀୟ ବୟାନ ଆସିଥିଲା । ସଞ୍ଜିବନୀ କୋପରେଟିଭ ସୋସାଇଟର ନିବେଶକଙ୍କ ସହ ଆଲୋଚନା ବେଳେ ସେ ଶେଖାଓ୍ବତ ଓ ତାଙ୍କ ପରିବାର ସଦସ୍ୟ ଏହି ଘୋଟାଲାରେ ସମ୍ପୃକ୍ତ ଥିବା କହିଥିଲେ । ଦୁର୍ନୀତିରେ ସାମିଲ ବ୍ୟକ୍ତି ନିଜେ ସାମ୍ନାକୁ ଆସି ନିବେଶକଙ୍କ ଟଙ୍କା ଫେରାନ୍ତୁ ବୋଲି ଗେହେଲଟ କହିଥିଲେ । ଏନେଇ ଏକ ଏସଓଜି ରିପୋର୍ଟ ମଧ୍ୟ ରାଜସ୍ଥାନ ହାଇକୋର୍ଟରେ ଦାଖଲ କରାଯାଇଥିଲା । ତେବେ କୋର୍ଟ କେନ୍ଦ୍ରମନ୍ତ୍ରୀ ଶେଖାଓ୍ବତଙ୍କ ଗିରଫଦାରୀ ଉପରେ ରୋକ ଲଗାଇଥିଲେ । ଏହା ପରେ ଶେଖାଓ୍ବାତ ପାଲାଟା ମାନହାନୀ ଅଭିଯୋଗ ଆଣି ଗେହେଲଟଙ୍କ ବିରୋଧରେ ମାମଲା ଦାଏର କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.