ETV Bharat / bharat

Rajasthan Assembly Polls: କଂଗ୍ରେସର ଫୋକସରେ 52 ଦୁର୍ବଳ ଆସନ

author img

By ETV Bharat Odisha Team

Published : Sep 11, 2023, 5:29 PM IST

ରାଜସ୍ଥାନ ବିଧାନସଭା ନିର୍ବାଚନରେ କଂଗ୍ରେସର ଫୋକସରେ 52 ଦୁର୍ବଳ ଆସନ । ସ୍କ୍ରିନିଂ କମିଟି ମୁଖ୍ୟ ଗୌରବ ଗୋଗେଇଙ୍କ କାନ୍ଧରେ ଦାୟିତ୍ବ । ଅଧିକ ପଢ଼ନ୍ତୁ

ରାଜସ୍ଥାନ ବିଧାନସଭା ନିର୍ବାଚନ
ରାଜସ୍ଥାନ ବିଧାନସଭା ନିର୍ବାଚନ

ନୂଆଦିଲ୍ଲୀ: କଂଗ୍ରେସ ଶାସିତ ପଶ୍ଚିମ ରାଜ୍ୟ ରାଜସ୍ଥାନରେ ଚଳିତ ବର୍ଷ ଶେଷ ଭାଗରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ଏଥିପାଇଁ ପ୍ରଚାର ମଧ୍ୟ ଆରମ୍ଭ ହୋଇଗଲାଣି । ଗେହେଲଟ-ପାଇଲଟ ଦଳୀୟ କନ୍ଦଳ ମଧ୍ୟରେ କ୍ଷମତା ବଜାୟ ରଖିବା ପାଇଁ କଂଗ୍ରେସ ଅଣ୍ଟା ଭିଡିଥିବା ବେଳେ ପୂର୍ବରୁ ଶାସନରେ ଥିବା ଭାରତୀୟ ଜନତା ପାର୍ଟି କ୍ଷମତାକୁ ପ୍ରତ୍ୟାବର୍ତ୍ତନ କରିବା ପାଇଁ ବେଶ ଉତ୍ସାହୀ ନଜର ଆସୁଛି । ଉଭୟ ଦଳ ନିର୍ବାଚନୀ ରଣନୀତି ପ୍ରସ୍ତୁତିରେ ଲାଗି ପଡିଛନ୍ତି ।

ଏହାରି ମଧ୍ୟରେ କଂଗ୍ରେସର ଫୋକସରେ ରହିଛି କ୍ରମାଗତ ଖରାପ ପ୍ରଦର୍ଶନ କରିବା ତାଲିକାରେ ଥିବା 52ଟି ଆସନ । ଏହି ଆସନରେ ପୂର୍ବରୁ ବିଫଳତା ଧାରା ଭାଙ୍ଗି ଦଳ ବିଜୟ ହାସଲ କରିବା ପାଇଁ ରଣନୀତି ପ୍ରସ୍ତୁତିରେ ଲାଗିଛି । ଏହି ଆସନର ପ୍ରାର୍ଥୀ ଚୟନ କରିବା ଦାୟିତ୍ବ ଏଆଇସିସି ରାଜ୍ୟସ୍ଥାନ ସ୍କ୍ରିନିଂ କମିଟି ମୁଖ୍ୟ ଗୌରବ ଗୋଗେଇଙ୍କ ଉପରେ ନ୍ୟସ୍ତ କରିଛି ।

ରାଜସ୍ଥାନ ବିଧାନସଭା ନିର୍ବାଚନ ପାଇଁ ରାଜ୍ୟ ସ୍କ୍ରିନିଂ କମିଟିର ମୁଖ୍ୟ ଭାବେ ନିଯୁକ୍ତି ପାଇଛନ୍ତି ଉତ୍ତର-ପୂର୍ବର ଦଳୀୟ ସାଂସଦ ଗୌରବ ଗୋଗେଇ । ଗୋଗେଇ ଗତମାସ ଅଗଷ୍ଟ 28 ରୁ31 ପର୍ଯ୍ୟନ୍ତ ରାଜ୍ୟର 200 ଆସନରେ ସ୍ଥିତି ସମୀକ୍ଷା କରିସାରିଛନ୍ତି । ଦଳ କ୍ରମାଗତ ପରାଜୟର ସ୍ବାଦ ଚାଖି ଆସିଥିବା ଏହି 52 ଆସନ ଗୋଗେଇଙ୍କ ଟିମର ମୁଖ୍ୟ ଫୋକରେ ରହିଛି । ପରାଜୟର କାରଣ ଖୋଜିବା, ଚଳିତ ଥର ଯୋଗ୍ୟ ପ୍ରାର୍ଥୀଙ୍କୁ ଚୟନ କରି ଟିକେଟ୍‌ ପାଇଁ ସୁପାରିଶ କରିବା ଓ ଦଳୀୟ ସଙ୍ଗଠନକୁ ଉକ୍ତ ଆସନଗୁଡ଼ିକରେ ସୁଦୃଢ଼ କରିବା ଉପରେ ଦଳ ଗୁରୁତ୍ବ ଦେଉଛି । ଚଳିତ ଥର ଏହି 52 ଆସନରେ ଦଳ ପ୍ରାୟ ଅଧା ଆସନରେ ବିଜୟ ନିଶ୍ଚିତ କରିବା ପାଇଁ ରଣନୀତିରେ ଲାଗିଛି ।

ଏହା ମଧ୍ୟ ପଢନ୍ତୁ :- Rahul Gandhi At Paris Event : ‘ହିନ୍ଦୁ ଗ୍ରନ୍ଥରେ BJP କହୁଥିବା ହିନ୍ଦୁତ୍ବ ନାହିଁ ’

ଅଖିଳ ଭାରତୀୟ କଂଗ୍ରେସ କମିଟି ସାଧାରଣ ସମ୍ପାଦକ ତଥା ଦଳର ରାଜସ୍ଥାନ ରାଜ୍ୟ ପ୍ରଭାରୀ ବିରେନ୍ଦ୍ର ରାଠୋର ଇଟିଭି ଭାରତକୁ ପ୍ରତିକ୍ରିୟାରେ କହିଛନ୍ତି, ଚଳିତଥର ଏହି 52 ଆସନରେ କେନ୍ଦ୍ରୀୟ କମିଟି ପ୍ରତ୍ୟେକ୍ଷ ତତ୍ତ୍ୱବଧାନରେ ନିର୍ବାଚନ ଲଢ଼ାଯିବ । ଆମେ ଏହିଥର ସଫଳତା ପାଇବା ପାଇଁ ଆଶାବାଦୀ । ଏହି 52 ଆସନ ଉପରେ ଏଆଇସିସି ନଜର ରଖିଛି । ସ୍କ୍ରିନିଂ କମିଟି ଅନୁଧ୍ୟାନ ରିପୋର୍ଟ ଓ ଟିକେଟ୍‌ ବଣ୍ଟନ ପାଇଁ ସୁପାରିଶ କରିବା ପରେ କେନ୍ଦ୍ରୀୟ ନେତା ଏହି ସବୁ ଆସନ ପରିଦର୍ଶନ କରିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.