ETV Bharat / bharat

୨୦୨୪ରେ ରାହୁଲ ଗାନ୍ଧୀ କଂଗ୍ରେସର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ: ଅଶୋକ ଗେହଲଟ

author img

By ETV Bharat Odisha Team

Published : Aug 27, 2023, 12:21 PM IST

ରାହୁଲ ଗାନ୍ଧୀ କଂଗ୍ରେସର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ
ରାହୁଲ ଗାନ୍ଧୀ କଂଗ୍ରେସର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ

୨୦୨୪ରେ ରାହୁଲ ଗାନ୍ଧୀ କଂଗ୍ରେସର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ । ସୂଚନା ଦେଲେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ । ଅଧିକ ପଢନ୍ତୁ

ଜୟପୁର(ରାଜସ୍ଥାନ): ୱାୟନାଡ ସାଂସଦ ରାହୁଲ ଗାନ୍ଧୀ ୨୦୨୪ ଲୋକସଭା ନିର୍ବାଚନରେ କଂଗ୍ରେସ ଦଳର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବେ । ଶନିବାର ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଏକ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ୨୬ ବିରୋଧୀ ଦଳକୁ ନେଇ ଗଠିତ ମେଣ୍ଟ ଇଣ୍ଡିଆ ସମ୍ପର୍କରେ ଗେହଲଟ କହିଛନ୍ତି ଯେ, ସବୁ ଦଳ ଗୁଡିକ ଆଲୋଚନା ଓ ବିଚାର ବିମର୍ଶ କରିବା ପରେ ଏହି ନିଷ୍ପତ୍ତି ନେବ । କଂଗ୍ରେସ ରାହୁଲ ଗାନ୍ଧୀଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କରିବାକୁ ନିଷ୍ପତ୍ତି ନେଇଛି ।

ଇଣ୍ଡିଆ ମେଣ୍ଟର ଆବଶ୍ୟକତା ସମ୍ପର୍କରେ ଗେହଲଟ କହିଛନ୍ତି କି, ପ୍ରତି ନିର୍ବାଚନରେ ସ୍ଥାନୀୟ କାରକ ଗୁଡିକ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରନ୍ତି । ହେଲେ ସାମ୍ପ୍ରତିକ ସ୍ଥିତି ମେଣ୍ଟର ସବୁ ସହଯୋଗୀ ବିରୋଧୀ ଦଳଗୁଡିକ ଉପରେ ଅତ୍ୟଧିକ ଚାପ ସୃଷ୍ଟି କରିଛି । ଯାହାର ପରିଣାମ ସ୍ବରୂପ ଇଣ୍ଡିଆ ମେଣ୍ଟର ଗଠନ ହୋଇଛି । ଏହାସହିତ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ମଧ୍ୟ ସେ ତୀବ୍ର ସମାଲୋଚନା କରିଛନ୍ତି । ରାଜସ୍ଥାନ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ମୋଦି ଅହଙ୍କାର ହେବା ଅନୁଚିତ୍ । କାରଣ ବିଜେପି କେବଳ ୩୧ ପ୍ରତିଶତ ଅଧିକ ଭୋଟରେ କ୍ଷମତାକୁ ଆସିଛି । ବାକି ୬୯ ପ୍ରତିଶତ ଏହାର ବିରୋଧରେ ଅଛି ।

ବେଙ୍ଗାଲୁରୁରେ ଇଣ୍ଡିଆ ମେଣ୍ଟର ବୈଠକ ଦେଖି ଏନଡିଏ ଡରି ଯାଇଥିଲା । ମୋଦି ଯେତେବେଳେ ଲୋକପ୍ରିୟତାରେ ଶୀର୍ଷରେ ଥିଲେ ସେତେବେଳେ ୫୦ ପ୍ରତିଶତ ଭୋଟ ହାସଲ କରିପାରି ନଥିଲେ । ୨୦୨୪ ନିର୍ବାଚନରେ ତାଙ୍କର ଭୋଟ ପରିଣାମ ହ୍ରାସ ପାଇବ ଏବଂ କିଏ ପ୍ରଧାନମନ୍ତ୍ରୀ ହେଉଛନ୍ତି ସେତେବେଳେ ଜଣାପଡିବ ।

ଏହାମଧ୍ୟ ପଢନ୍ତୁ: INDIA ମେଣ୍ଟ ହାତ ଛାଡି BJP ସହ ହାତ ମିଳାଇଛନ୍ତି KCR: ଖଡଗେ

ତେବେ ଆଗାମୀ ସାଧାରଣ ନିର୍ବାଚନରେ ରାହୁଲଙ୍କ ପ୍ରଧାନମନ୍ତ୍ରୀ ପ୍ରାର୍ଥିତ୍ବ ନେଇ ପୂର୍ବରୁ ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ସଙ୍କେତ ଦେଇଥିଲେ । ରାହୁଲଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରିବା ପାଇଁ କଂଗ୍ରେସ ଉତ୍ସାହୀ । ଅନ୍ୟ ସହଯୋଗୀ ବିରୋଧୀ ଦଳମାନେ ମଧ୍ୟ ରାହୁଲଙ୍କ ନାମରେ ସହମତ ହେବେ ବୋଲି ଆମେ ଆଶାବାଦୀ ଅଛୁ । ଅନ୍ୟ ବିରୋଧୀ ଦଳଗୁଡିକ ରାହୁଲଙ୍କୁ ମିଳିତ ବିରୋଧୀ ମଞ୍ଚର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବେ ଗ୍ରହଣ କରିବେ କି ପ୍ରଶ୍ନରେ ସେ କହିଥିଲେ ଯେ, ସମୟ ଅନୁସାରେ ସ୍ଥିତିରେ ବି ପରିବର୍ତ୍ତନ ଆସିବ ।

ଏହାମଧ୍ୟ ପଢନ୍ତୁ: Rahul Gandhi China Remark: ଚୀନ ପ୍ରତି ରାହୁଲଙ୍କ ଏତେ ଶ୍ରଦ୍ଧାଭାବ କାହଁକି ? ପାଲଟା ପ୍ରଶ୍ନ କଲା ବିଜେପି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.