ETV Bharat / bharat

ବିଦେଶ ମାଟିରେ ଭାରତକୁ ବଦନାମ କରୁଛନ୍ତି ରାହୁଲ, ଟାର୍ଗେଟ କଲେ ହିମନ୍ତ ବିଶ୍ବଶର୍ମା

author img

By

Published : Mar 4, 2023, 11:42 AM IST

କେମ୍ବ୍ରିଜରେ ରାହୁଲ ଗାନ୍ଧୀଙ୍କ ବକ୍ତବ୍ୟ ନେଇ ଟାର୍ଗେଟ କଲେ ହିମନ୍ତ ବିଶ୍ବଶର୍ମା । କହିଲେ ବିଦେଶ ମାଟିରେ ଭାରତକୁ ବଦନାମ କରୁଛନ୍ତି କଂଗ୍ରେସ ନେତା । ଅଧିକ ପଢନ୍ତୁ

ରାହୁଲ ଗାନ୍ଧୀଙ୍କୁ ସମାଲୋଚନା କଲେ ହିମନ୍ତ ବିଶ୍ବଶର୍ମା
ରାହୁଲ ଗାନ୍ଧୀଙ୍କୁ ସମାଲୋଚନା କଲେ ହିମନ୍ତ ବିଶ୍ବଶର୍ମା

ଗୌହାଟୀ: କେମ୍ବ୍ରିଜ ବିଶ୍ବବିଦ୍ୟାଳୟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବକ୍ତବ୍ୟକୁ ନେଇ ଭାରତରେ ଝଡ ଉଠିଛି । ଭାରତୀୟ ଜନତା ପାର୍ଟି ନେତାମାନେ ରାହୁଲଙ୍କୁ ତୀବ୍ର ସମାଲୋଚନା କରୁଛନ୍ତି । ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା କହିଛନ୍ତି, କଂଗ୍ରେସ ନେତା ବିଦେଶ ମାଟିରେ ଭାରତକୁ ବଦନାମ କରିବାକୁ ଚେଷ୍ଟା କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ କରିବାକୁ ଯାଇ ସେ ଦେଶକୁ ବଦନାମ କରିବାର ଅପଚେଷ୍ଟା କରିଛନ୍ତି ।

  • First foreign agents target us!
    Then our own targets us on a foreign land!

    Rahul Gandhi’s speech at Cambridge was nothing but a brazen attempt to denigrate our country on foreign soil in the guise of targeting Adarniya PM Shri @narendramodi ji.

    Thread

    — Himanta Biswa Sarma (@himantabiswa) March 3, 2023 " class="align-text-top noRightClick twitterSection" data=" ">

କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ମଧ୍ୟ ରାହୁଲ ଗାନ୍ଧୀଙ୍କୁ କଡା ଭାଷାରେ ନିନ୍ଦା କରିଛନ୍ତି । କେନ୍ଦ୍ରମନ୍ତ୍ରୀ ତାଙ୍କର ବୟାନକୁ ମିଥ୍ୟା ବୋଲି କହିଛନ୍ତି । ଭାରତକୁ ବଦନାମ କରିବାକୁ କଂଗ୍ରେସରେ ଏଭଳି ମନୋଭାବ ସେମାନଙ୍କ ପତନର କାରଣ ବୋଲି ସେ କହିଛନ୍ତି । ଆସାମ ମୁଖ୍ୟମନ୍ତ୍ରୀ ଟ୍ବିଟ୍ କରି ରାହୁଲଙ୍କୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ଯେ, ପୂର୍ବରୁ ବିଦେଶ ଏଜେଣ୍ଟମାନେ ଆମକୁ ଟାର୍ଗେଟ କରୁଥିଲେ । ଏବେ ଆମର ନିଜ ଲୋକମାନେ ବିଦେଶ ମାଟିରେ ଆମକୁ ବଦନାମ କରୁଛନ୍ତି । କେମ୍ବ୍ରିଜରେ ରାହୁଲ ଗାନ୍ଧୀଙ୍କ ବକ୍ତବ୍ୟ କେବଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିବା ଆଳରେ ବିଦେଶରେ ଭାରତକୁ ବଦନାମ କରିବାର ଅପଚେଷ୍ଟା ବ୍ୟତୀତ ଅନ୍ୟ କିଛି ନୁହେଁ ।

ଭାରତର ଗଣତନ୍ତ୍ର ବିପଦରେ ଏବଂ ଦେଶରେ ସ୍ବତନ୍ତ୍ର ଭାବେ ନିଜ ବିଚାର ରଖିପାରୁନଥିବା ରାହୁଲ ଗାନ୍ଧୀ କହିଥିଲେ । ଏହାର ଜବାବରେ ବିଶ୍ବଶର୍ମା ଟ୍ବିଟ କରିଛନ୍ତି, ମୋଦି ସରକାରଙ୍କ ସୁନିଶ୍ଚିତ ସୁରକ୍ଷା ବ୍ୟବସ୍ଥା ମଧ୍ୟରେ କଂଗ୍ରେସ ନେତା ଦୀର୍ଘ ୪୦୦୦ କିଲୋମିଟରର ଲମ୍ବା ପଦଯାତ୍ରା କରିଥିଲେ । କଂଗ୍ରେସ କ୍ଷମତାରେ ଥିବା ସମୟରେ ବିଜେପି ନେତାଙ୍କ ନେତୃତ୍ବରେ ହେଉଥିବା ଯାତ୍ରାକୁ କିପରି କ୍ଷତି ପହଞ୍ଚା ଯାଉଥିଲା ସେ ବିଷୟରେ ତାଙ୍କୁ ମନେ ପକାଇବା ଆବଶ୍ୟକ କି ବୋଲି ବିଶ୍ବଶର୍ମା କହିଛନ୍ତି ।

ଏହାମଧ୍ୟ ପଢନ୍ତୁ: ଅଧିକ ମେକଅପ୍ ନେଇ କଳା ପଡିଗଲା କନ୍ୟା ମୁହଁ, ବାହାଘର ଭାଙ୍ଗିଦେଲା ବର

ବର୍ତ୍ତମାନ ବ୍ରିଟେନ ଗସ୍ତରେ ଥିବା ରାହୁଲ ଗାନ୍ଧୀ କେମ୍ବ୍ରିଜ ବିଶ୍ବବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ଉଦବୋଧନ ଦେଇ କହିଥିଲେ ଯେ, ତାଙ୍କ ଫୋନରେ ପେଗାସସ୍ ଥିଲା । ଏନେଇ ଜଣେ ଅଧିକାରୀ ତାଙ୍କୁ ସତର୍କ କରାଇଥିଲେ । ଫୋନରେ କଥାବାର୍ତ୍ତା କରିବା ସମୟରେ ସତର୍କ ରହିବାକୁ କହିଥିଲେ । ଏହି ବୟାନ ଉପରେ ବିଶ୍ବଶର୍ମା କହିଛନ୍ତି, କୋର୍ଟଙ୍କ ନିର୍ଦ୍ଦେଶ ପରେ ମଧ୍ୟ କଂଗ୍ରେସ ନେତା ନିଜର ଫୋନ ଯାଞ୍ଚ ପାଇଁ ଦେଇନଥିଲେ । ଏହି ମାମଲାରେ ଗଭୀର ତଦନ୍ତ ପରେ ପେଗାସସ୍ ନେଇ କୌଣସି ପ୍ରମାଣ ମିଳିନଥିବା କୋର୍ଟ କହିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.