ETV Bharat / bharat

Petrol-Diesel Prices Update: ପୁଣି ବଢିଲା ତେଲ ଦର, ଦୁଇ ସପ୍ତାହରେ ବଢିଲାଣି ୧୨ଥର

author img

By

Published : Apr 4, 2022, 7:37 AM IST

ପୁଣି ବଢିଲା ତେଲ ଦର
ପୁଣି ବଢିଲା ତେଲ ଦର

ତେଲ ଦର ବୃଦ୍ଧିରେ ଲାଗୁନି ବ୍ରେକ୍ । ଆଜି ମଧ୍ୟ ୪୦ରୁ ୮୦ ପଇସା ମହଙ୍ଗା ହେଲା ପେଟ୍ରୋଲ ଓ ଡିଜେଲ । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ଦେଶବାସୀଙ୍କୁ ଅତିଷ୍ଠ କଲାଣି ମହଙ୍ଗା ମାଡ । ରନ୍ଧନ ଗ୍ୟାସ ସହ ବେଲଗାମ୍ ତୈଳ ଦର ମଧ୍ୟରେ ହନ୍ତସନ୍ତ ଖାଉଟି । ଲଗାତାର ତୈଳ ଦର ବଢାଇ ଚାଲିଛନ୍ତି ତୈଳ କମ୍ପାନୀ । ଆଜି ମଧ୍ୟ ପୁଣି ଥରେ ଦେଶରେ ପେଟ୍ରୋଲ ଓ ଡିଜେଲ ରେଟ୍ ବଢିଛି । ଦୁଇ ସପ୍ତାହରେ ୧୨ ଥର ବଢିଲାଣି ଦର । ଆଜି (ସୋମବାର) ଦିଲ୍ଲୀରେ ପେଟ୍ରୋଲ ଓ ଡିଜେଲ ଲିଟର ପିଛା ୪୦ ପଇସା ଲେଖାଏଁ ବଢିଛି ।

ବର୍ଦ୍ଧିତ ଦର ପରେ ଏବେ ଦିଲ୍ଲୀରେ ପେଟ୍ରୋଲ ଲିଟର ୧୦୩. ୮୧ ଟଙ୍କା ହୋଇଛି । ସେହିପରି ଡିଜେଲ ମଧ୍ୟ ୯୫.୦୭ ଟଙ୍କା ରହିଛି । ମୁମ୍ବାଇରେ ପେଟ୍ରୋଲ ଲିଟର ପିଛା ୮୪ ପଇସା ବୃଦ୍ଧି ସହ ଦର ୧୧୮.୮୩ ଟଙ୍କା ଏବଂ ଡିଜେଲ ୪୩ ପଇସା ବଢି ୧୦୩.୭ ଟଙ୍କା ହୋଇଯାଇଛି ।

କିଛି ଦିନ ପୂର୍ବେ ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଥିବାରୁ ତୈଳ ଦର ଦୀର୍ଘ ୪ ମାସ ଯାଏଁ ଅପରିବର୍ତ୍ତିତ ରହିଥିଲା । ହେଲେ ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ସହ ସରକାର ଗଠନ ପରେ ଗତ ୨୨ ତାରିଖରୁ କମ୍ପାନୀମାନେ ତୈଳ ଦର ବଢାଇ ଚାଲିଛନ୍ତି । ଯାହା ଜଣେ ସାଧାରଣ ଲୋକର ମୁଣ୍ଡବିନ୍ଧାର କାରଣ ପାଲଟିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.