ଅକ୍ଟୋବର 11ରେ ମହାକାଳେଶ୍ବର ମନ୍ଦିର ପ୍ରକଳ୍ପର ଉଦ୍‌ଘାଟନ କରିବେ ମୋଦି

author img

By

Published : Sep 20, 2022, 8:11 AM IST

Updated : Sep 20, 2022, 11:12 AM IST

pm modi will inaugurate mahakaleshwar temple corridor project in ujjain

ଉଜୈନରେ ଅବସ୍ଥିତ ବିଶ୍ୱ ପ୍ରସିଦ୍ଧ ମହାକାଳେଶ୍ବର ମନ୍ଦିରର ପରିକ୍ରମା ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟର ଉଦଘାଟନ କରିବେ ମୋଦି । ଆସନ୍ତା ଅକ୍ଟୋବର 11 ତାରିଖରେ ମୋଦି ପ୍ରକଳ୍ପର ଉଦଘାଟନ କରିବା ନେଇ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ସୂଚନା ଦେଇଛନ୍ତି । ଅଧିକ ପଢ଼ନ୍ତୁ

ଭୋପାଳ: ମଧ୍ୟପ୍ରଦେଶର ଧାର୍ମିକ ନଗରୀ ଉଜୈନରେ ଅବସ୍ଥିତ ବିଶ୍ୱ ପ୍ରସିଦ୍ଧ ମହାକାଳେଶ୍ବର ମନ୍ଦିରର ପରିକ୍ରମା ପ୍ରକଳ୍ପର (Mahakaleshwar Temple Corridor Project) ପ୍ରଥମ ପର୍ଯ୍ୟାୟ କାର୍ଯ୍ୟ ଶେଷ ହୋଇଛି। ଆସନ୍ତା ଅକ୍ଟୋବର 11 ତାରିଖରେ ପ୍ରଧାନମନ୍ତ୍ରୀ ମୋଦି (Prime Minister Narendra Modi) ଏହି ପ୍ରକଳ୍ପର ଉଦଘାଟନ କରିବେ । ଏନେଇ ସୋମବାର ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ (CM Shivraj Singh Chauhan) ସୂଚନା ଦେଇଛନ୍ତି ।

ଅକ୍ଟୋବର 11ରେ ମହାକାଳେଶ୍ବର ମନ୍ଦିର ପ୍ରକଳ୍ପର ଉଦଘାଟନ କରିବେ ମୋଦି

750 କୋଟି ବ୍ୟୟ ଅଟକଳରେ ଉଜୈନ ସ୍ଥିତ ମହାକାଳେଶ୍ବର ମନ୍ଦିରର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହେଇଥିଲା । ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟ କାର୍ଯ୍ୟ ପାଇଁ 316 କୋଟି ଟଙ୍କା ବିନିଯୋଗ ହୋଇଥିଲା । ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଟ୍ବିଟ ମାଧ୍ୟମରେ ମହାକାଳେଶ୍ବର ମନ୍ଦିରର ଏକ ଭିଡ଼ିଓ ସେୟାର କରି କହିଛନ୍ତି, "ମହାକାଳେଶ୍ବର ମନ୍ଦିରର ଭବ୍ୟ ଦୃଶ୍ୟ । ଯାହା ଅବିସ୍ମରଣୀୟ ଏବଂ ଆଲୌକିକ ଅଟେ । ବାବା ମହାକାଳଙ୍କ କୃପା ସଭିଙ୍କ ଉପରେ ଥାଉ, ଏହା ହିଁ କାମନା କରୁଛି । ଏହି ଭବ୍ୟ କରିଡରର ଆସନ୍ତା ଅକ୍ଟୋବର 11 ତାରିଖରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଦ୍ବାରା ଲୋକାର୍ପିତ ହେବ ।"

  • महाकाल मंदिर कॉरिडोर की छटा अद्भुत, अविस्मरणीय और अलौकिक है।

    बाबा महाकाल की कृपा हम सभी पर सदैव बनी रहे। यही कामना, यही प्रार्थना है।

    🙏जय बाबा महाकाल🙏

    इस दिव्य और भव्य कॉरिडोर का लोकार्पण देश के यशस्वी प्रधानमंत्री श्री @narendramodi 11 अक्टूबर को करेंगे: CM pic.twitter.com/qeR5Cq7akO

    — Chief Minister, MP (@CMMadhyaPradesh) September 19, 2022 " class="align-text-top noRightClick twitterSection" data=" ">

ଏହା ମଧ୍ୟ ପଢ଼ନ୍ତୁ: Chandigarh University video row: 7 ଦିନିଆ ପୋଲିସ କଷ୍ଟଡିକୁ ଗଲେ 3 ଅଭିଯୁକ୍ତ

ମୁଖ୍ୟମନ୍ତ୍ରୀ ସେୟାର କରିଥିବା ଭିଡ଼ିଓରେ ମନ୍ଦିରଟି ଅନେକ ଆକର୍ଷଣୀୟ ଦେଖାଯାଉଛି । ଭଗବାନ ଶିବଙ୍କ ପ୍ରତିମା ସହିତ କରିଡର କମ୍ଲେକ୍ସର ଆଲୋକ ମଧ୍ୟ ବେଶ ଆକୃଷ୍ଟ କରୁଛି । ଏହା ବ୍ୟତୀତ କୃତ୍ରିମ ଝରଣା ମଧ୍ୟରେ ଭଗବାନ ଶିବଙ୍କ ପ୍ରତିମୂର୍ତ୍ତି ମଧ୍ୟ ଅତ୍ୟନ୍ତ ଚମତ୍କାର ଦେଖାଯାଉଛି । ଉଜୈନର ମହାକାଳେଶ୍ବର ମନ୍ଦିର ଖୁବଶୀଘ୍ର ଭକ୍ତଙ୍କ ପାଇଁ ଖୋଲିବ । ସୋମବାର ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ମନ୍ଦିର କରିଡର ପରିଦର୍ଶନ କରିଥିଲେ ।

ତେବେ କରିଡରର ଉଦଘାଟନ ପୂର୍ବରୁ ହେବାର ଥିଲା । କିନ୍ତୁ ପୌର ନିର୍ବାଚନ ପାଇଁ ଆଚାର ସଂହିତା ଲାଗୁ ହେବା ଯୋଗୁଁ ସ୍ଥଗିତ ରଖାଯାଇଥିଲା । ପୁନଃ ଉଦଘାଟନ ତାରିଖ ଧାର୍ଯ୍ୟ କରାଯାଇଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି । ବାକି ରହିଥିବା ପ୍ରକଳ୍ପ କାର୍ଯ୍ୟ ଗୁଡ଼ିକୁ ତୁରନ୍ତ ଶେଷ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ । ମହାକାଳେଶ୍ବର ମନ୍ଦିରର ପରିକ୍ରମା ପ୍ରକଳ୍ପ ଯୋଜନା ପାଇଁ ଏହାର ପରିସର 10 ଗୁଣା ବଡ଼ କରାଯାଇଛି ।

Last Updated :Sep 20, 2022, 11:12 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.