Chandigarh University video row: 7 ଦିନିଆ ପୋଲିସ କଷ୍ଟଡିକୁ ଗଲେ 3 ଅଭିଯୁକ୍ତ

author img

By

Published : Sep 19, 2022, 9:38 PM IST

Updated : Sep 19, 2022, 9:53 PM IST

Chandigarh University video row: 7 ଦିନିଆ ପୋଲିସ କଷ୍ଟଡିକୁ ଗଲେ 3 ଅଭିଯୁକ୍ତ

ଚଣ୍ଡିଗଡ ବିଶ୍ୱବିଦ୍ୟାଳୟରେ ଛାତ୍ରୀଙ୍କ ଆପତ୍ତିଜନକ ଭିଡିଓ ଭାଇରାଲ ଘଟଣାରେ ଗିରଫ 3 ଅଭିଯୁକ୍ତଙ୍କୁ 7 ଦିନିଆ ପୋଲିସ କଷ୍ଟଡିକୁ ପଠାଇଲେ କୋର୍ଟ (Chandigarh University video row )। ଗତକାଲି ସମ୍ପୃକ୍ତ ଛାତ୍ରୀଙ୍କ ସମେତ ଗିରଫ ହୋଇଥିଲେ 3 ଅଭିଯୁକ୍ତ । ଅଧିକ ପଢନ୍ତୁ

ଚଣ୍ଡିଗଡ: ଚଣ୍ଡିଗଡ ବିଶ୍ୱବିଦ୍ୟାଳୟରେ ଛାତ୍ରୀଙ୍କ ଆପତ୍ତିଜନକ ଭିଡିଓ ଭାଇରାଲ ହେବା ଘଟଣାରେ ଗିରଫ ହୋଇଥିବା 3 ଅଭିଯୁକ୍ତଙ୍କୁ 7 ଦିନିଆ ପୋଲିସ କଷ୍ଟଡିକୁ ପଠାଯାଇଛି (Chandigarh University video row )। ଗତକାଲି ବିଳମ୍ବିତ ସଂଧ୍ୟାରେ ସମ୍ପୃକ୍ତ ଛାତ୍ରୀଙ୍କ ସମେତ ମୋଟ 3 ଜଣଙ୍କୁ ଗିରଫ କରାଯାଇଥିଲା । ଆଜି ସେମାନଙ୍କୁ କୋର୍ଟରେ ହାଜର କରାଯିବା ପରେ କୋର୍ଟ ସମସ୍ତ ଅଭିଯୁକ୍ତଙ୍କୁ 7 ଦିନିଆ ପୋଲିସ କଷ୍ଟଡିକୁ ପଠାଇଛନ୍ତି । ଗତକାଲି ଦିନ ତମାମ ଉତ୍ତେଜନା ମଧ୍ୟରେ ରାତିରେ ଅଭିଯୁକ୍ତଙ୍କୁ ଗିରଫ କରିଥିଲା ପୋଲିସ ।

ଗତକାଲି ସଂଧ୍ୟାରେ ହିମାଚଳ ପ୍ରଦେଶ ପୋଲିସ ଦୁଇ ପୁରୁଷ ଅଭିଯୁକ୍ତଙ୍କୁ ଶିମଲାରୁ ଗିରଫ କରିବା ପରେ ପଞ୍ଜାବ ପୋଲିସକୁ ହସ୍ତାନ୍ତର କରିଥିଲା । ଗିରଫଙ୍କ ମଧ୍ୟରେ ସମ୍ପୃକ୍ତ ଯୁବତୀଙ୍କ ପୁରୁଷ ବନ୍ଧୁ ମଧ୍ୟ ରହିଥିଲେ । ପରେ ମୋହାଲିରୁ ସମ୍ପୃକ୍ତ ଛାତ୍ରୀଙ୍କୁ ମଧ୍ୟ ଗିରଫ କରିଥିଲା ପଞ୍ଜାବ ପୋଲିସ । ପ୍ରାୟ ୬୦ ଛାତ୍ରୀଙ୍କର ଆପତ୍ତିଜନକ ଭିଡିଓ (60 students mms viral) ଭାଇରାଲ ହେବା ଘଟଣାରେ ସମଗ୍ର ବିଶ୍ବବିଦ୍ୟାଳୟ କ୍ୟାମ୍ପସ ଉତ୍ତେଜନାପୂର୍ଣ୍ଣ ରହିଥିଲା । ହଜାର ହଜାର ଛାତ୍ରଛାତ୍ରୀ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଦାବିରେ କ୍ୟାମ୍ପସରେ ପ୍ରତିବାଦ କରିଥିଲେ (ruckus in mohali university)। ସ୍ଥିତିକୁ ଦେଖି ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଗତକାଲି 2 ଦିନ (ସେପ୍ଟେମ୍ବର 19 ଏବଂ 20 ତାରିଖ) ପର୍ଯ୍ୟନ୍ତ କ୍ୟାମ୍ପସରେ ସମସ୍ତ ଏକାଡେମିକ କାର୍ଯ୍ୟକ୍ରମ ବନ୍ଦ ରଖିବା ପାଇଁ ଘୋଷଣା କରିଥିଲେ । ଆଜି ସ୍ଥିତିକୁ ଦେଖି ଏହି ଅବଧିକୁ 26 ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ।

ଏହା ମଧ୍ୟ ପଢନ୍ତୁ:- Chandigarh university case: ଯୁବତୀଙ୍କ ପୁରୁଷ ବନ୍ଧୁଙ୍କ ସମେତ ୨ ଗିରଫ

ପ୍ରଥମେ ଏହି ଅଭିଯୋଗକୁ ଖଣ୍ଡନ କରିଥିଲେ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ । ସମ୍ପୃକ୍ତ ଛାତ୍ରୀଜଣଙ୍କ ନିଜର ବ୍ୟକ୍ତିଗତ ଭିଡିଓ ନିଜର ପୁରୁଷ ବନ୍ଧୁଙ୍କ ନିକଟକୁ ପଠାଇଛନ୍ତି । ଅନ୍ୟ କୌଣସି ଛାତ୍ରୀଙ୍କ ଭିଡିଓ ଭାଇରାଲ ହୋଇନଥିବା କହିଥିଲେ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ (video row in Chandigarh University) । କଲେଜ କର୍ତ୍ତୃପକ୍ଷ ଏହା ମଧ୍ୟ ସ୍ପଷ୍ଟ କରିଥିଲେ,‘‘ ଯେ ଘଟଣା ନେଇ ବିଭିନ୍ନ ମିଥ୍ୟା ଓ ବିଭ୍ରାନ୍ତିକର ତଥ୍ୟ ପ୍ରସାରିତ ହେବାରେ ଲାଗିଛି । ଘଟଣା ପରେ ୭ଜଣ ଛାତ୍ରୀ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିବା ଖବର ଏକ ଗୁଜବ । କୌଣସି ଛାତ୍ରୀ ଏପରି କରିବାକୁ ଉଦ୍ୟମ କରିନାହାନ୍ତି । ଏପରି ଉଦ୍ୟମ କରି କିଛି ଛାତ୍ରୀ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଖବର ମଧ୍ୟ ସମ୍ପୂର୍ଣ୍ଣ ମିଥ୍ୟା । କାରଣ ଅନ୍ୟ କୌଣସି ଛାତ୍ରୀଙ୍କର ଗୋପନୀୟ କିମ୍ବା ଆପତ୍ତିଜନକ ଭିଡିଓ ଭାଇରାଲ ହୋଇନାହିଁ । ଏପରି କରିଥିବା ଛାତ୍ରୀଜଣଙ୍କ ନିଜର ବ୍ୟକ୍ତିଗତ ଭିଡିଓ ନିଜର ପୁରୁଷ ବନ୍ଧୁଙ୍କ ନିକଟକୁ ପଠାଇଛି ।’’

ଅନ୍ୟପଟେ ବିଶ୍ବବିଦ୍ୟାଳୟର ଏପରି ସଫେଇର କିଛି ଘଣ୍ଟା ପରେ ସଂଧ୍ୟାରେ ଗିରଫଦାରୀ ପ୍ରକ୍ରିୟା ଆରମ୍ଭ କରିଥିଲା ପୋଲିସ । ଘଟଣା ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ମଧ୍ୟ ଦୁଇଟି ଗୋଷ୍ଠୀ ଦେଖିବାକୁ ମିଳିଛି । ଆଜି ଏହି 3 ଅଭିଯୁକ୍ତଙ୍କୁ କଷ୍ଟଡିରେ ଆଣିବା ପରେ ଅଧିକ ତଥ୍ୟ ହାସଲ କରିବା ପାଇଁ ପୋଲିସ ଚେଷ୍ଟା କରିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated :Sep 19, 2022, 9:53 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.