ETV Bharat / bharat

ଲୋକପ୍ରିୟତା ରହିଲା ଅକ୍ଷୁର୍ଣ୍ଣ, ପୁଣି ବିଶ୍ବ ନେତା ରାଙ୍କିଂରେ ଶୀର୍ଷରେ ମୋଦି

author img

By ETV Bharat Odisha Team

Published : Dec 9, 2023, 10:18 AM IST

Updated : Dec 9, 2023, 11:17 AM IST

Global Leader Approval Rating
Global Leader Approval Rating

Global Leader Approval Rating: ପୁଣି ବିଶ୍ୱର ସବୁଠାରୁ ଲୋକପ୍ରିୟ ନେତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । 76 ପ୍ରତିଶତ ସହ ବିଶ୍ବର ସବୁଠାରୁ ଲୋକପ୍ରିୟ ନେତାଙ୍କ ତାଲିକାର ପ୍ରଥମ ସ୍ଥାନରେ ରହିଛନ୍ତି । ଅଧିକ ପଢନ୍ତୁ

ହାଇଦ୍ରାବାଦ: ସାରା ବିଶ୍ବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜଲଓ୍ବା ଜାରି ରହିଛି । ବିଶ୍ବ ନେତା ରାଙ୍କିଂରେ ସମସ୍ତଙ୍କୁ ପଛରେ ପକାଇ ଲୋକପ୍ରିୟ ନେତା ଲିଷ୍ଟରେ ଟପରେ ରହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଗତ କିଛି ବର୍ଷ ଧରି ପ୍ରଧାନମନ୍ତ୍ରୀଙ୍କ ଲୋକପ୍ରିୟତା ବୃଦ୍ଧି ପାଉଥିବା ବେଳେ ଚଳିତ ବର୍ଷ ମଧ୍ୟ ଲୋକପ୍ରିୟ ନେତା ତାଲିକାରେ ସେ ବିଶ୍ବର ଅନେକ ନେତାକୁ ପଛରେ ପକାଇ ଶୀର୍ଷରେ ରହିଛନ୍ତି । ବିଜନେସ ଇଣ୍ଟେଲିଜେନ୍ସ କମ୍ପାନୀ ମର୍ଣ୍ଣିଂ କନସଲ୍ଟ(Morning Consult)ର ଏକ ସର୍ଭେ ଅନୁସାରେ ପ୍ରଧାନମନ୍ତ୍ରୀ ମୋଦି 76 ପ୍ରତିଶତ ସହ ବିଶ୍ବର ସବୁଠାରୁ ଲୋକପ୍ରିୟ ନେତାଙ୍କ ତାଲିକାର ପ୍ରଥମ ସ୍ଥାନରେ ରହିଛନ୍ତି ।

ଏହି ସର୍ଭେରେ ମେକ୍ସିକୋର ରାଷ୍ଟ୍ରପତି ଆଣ୍ଡ୍ରେସ ମାନୁଏଲ ଲୋପେଜ ଓବ୍ରାଡୋର 66 ପ୍ରତିଶତ ରେଟିଂ ପାଇ ମୋଦିଙ୍କ ପଛରେ ଅର୍ଥାତ ଦ୍ବିତୀୟ ସ୍ଥାନରେ ରହିଛନ୍ତି । ଏହି ତାଲିକାରେ ୟୁକେ ପ୍ରଧାନମନ୍ତ୍ରୀ ଋଷି ସୁନକ, ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ, ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନିଙ୍କ ଭଳି ଅନେକ ରାଷ୍ଟ୍ରନେତାଙ୍କ ନାମ ରହିଛି । ଏହି ସର୍ଭେ ସମ୍ପର୍କରେ ମର୍ଣ୍ଣିଂ କନସଲ୍ଟ ଦ୍ବାରା ଏକ୍ସରେ ଟ୍ବିଟ ଯୋଗେ ସୂଚନା ଦିଆଯାଇଛି ।

ଏହା ମଧ୍ୟ ପଢନ୍ତୁ: Most Popular World Leader: 78% ସହ ଆଗରେ ମୋଦି, ପଛରେ ବାଇଡେନ-ସୁନାକ

ସର୍ଭେ ତାଲିକାରେ ବିଶ୍ବ ନେତାଙ୍କ ରାଙ୍କିଂ: ସର୍ଭେର ରିପୋର୍ଟ ଅନୁସାରେ ପ୍ରଧାନମନ୍ତ୍ରୀ ତାଲିକାର ଶୀର୍ଷ ସ୍ଥାନରେ ରହିଛନ୍ତି । ଦ୍ବିତୀୟ ସ୍ଥାନରେ ମେକ୍ସିକୋ ରାଷ୍ଟ୍ରପତି ଲୋପେଜ ଓବ୍ରାଡର 66%ରେ ରହିଛନ୍ତି । ସେହିପରି ବ୍ରାଜିଲର ରାଷ୍ଟ୍ରପତି ଲୁଲା ଡି ସିଲଭା 49 ପ୍ରତିଶତ ସହିତ ତୃତୀୟ ସ୍ଥାନରେ ରହିଛନ୍ତି । ଅନ୍ୟପଟେ 47 ପ୍ରତିଶତ ରେଟିଂ ପାଇ ଚତୁର୍ଥ ସ୍ଥାନରେ ରହିଛନ୍ତି ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଆଲବାନିଜ । ଇଟାଲୀର ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି 41 ପ୍ରତିଶତ ସହିତ 5ମ ସ୍ଥାନରେ ରହିଛନ୍ତି । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନକୁ 37 ପ୍ରତିଶତ ରେଟିଂ ମିଳିଥିବା ବେଳେ ସେ ଷଷ୍ଠ ସ୍ଥାନରେ ରହିଛନ୍ତି । ସ୍ପେନ ପ୍ରଧାନମନ୍ତ୍ରୀ ପେଡ୍ରୋ ସାନେଜ୍ 37 ପ୍ରତିଶତ ରେଟିଂ ପାଇ ସପ୍ତମ ସ୍ଥାନରେ ରହିଛନ୍ତି । ଯଦି କହିବା ବାଇଡେନ ଏବଂ ପେଡ୍ରୋଙ୍କର ଲୋକପ୍ରିୟତା ରେଟିଂ ସମାନ ଅଟେ । ଅଷ୍ଟମ ସ୍ଥାନରେ ରହିଥିବା କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କୁ ମିଳିଛି 31 ପ୍ରତିଶତ ରେଟିଂ । ୟୁକେର ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କୁ 25 ପ୍ରତିଶତ ରେଟିଂ ମିଳିଥିବା ବେଳେ ସେ ନବମ ସ୍ଥାନରେ ରହିଛନ୍ତି । ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ 24 ପ୍ରତିଶତ ସହିତ 10ମ ସ୍ଥାନରେ ରହିଛନ୍ତି । ଗତ ନଭେମ୍ବର 29 ତାରିଖରୁ ଡିସେମ୍ବର 5 ତାରିଖ ମଧ୍ୟରେ ଏହି ସର୍ଭେ କରାଯାଇଥିଲା ।

ପ୍ରକାଶଥାଉକି, ମର୍ଣ୍ଣିଂ କନସଲ୍ଟ ଏହି ସର୍ଭେ ପାଇଁ ଦୈନିକ ପ୍ରାୟ 20 ହଜାର ସାକ୍ଷାତକାର କରିଥାଏ । ଏହି ସାକ୍ଷାତକାରକୁ ଆଧାର କରି ସର୍ଭେ କରାଯାଇଥାଏ । ପ୍ରତ୍ୟେକ ଦେଶର ଅଂଶଗ୍ରହଣକାରୀଙ୍କ ବୟସ, ଲିଙ୍ଗ, ଅଞ୍ଚଳ ଆଧାରରେ ଏହି ସର୍ଭେ କରାଯାଇଥାଏ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated :Dec 9, 2023, 11:17 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.