ETV Bharat / bharat

ଦର ବୃଦ୍ଧିରେ ଅତିଷ୍ଠ ସାଧାରଣ ଜନତା, ପେଟ୍ରୋଲ ପମ୍ପରେ ମୋଦିଙ୍କୁ ନେହୁରା

author img

By

Published : Jul 29, 2021, 4:25 PM IST

ଦର ବୃଦ୍ଧିରେ ଅତିଷ୍ଠ ସାଧାରଣ ଜନତା, ପେଟ୍ରୋଲ ପମ୍ପରେ ମୋଦିଙ୍କୁ ନେହୁରା
ଦର ବୃଦ୍ଧିରେ ଅତିଷ୍ଠ ସାଧାରଣ ଜନତା, ପେଟ୍ରୋଲ ପମ୍ପରେ ମୋଦିଙ୍କୁ ନେହୁରା

ହୁହୁ ହୋଇ ଦେଶରେ ପେଟ୍ରୋଲ ଡିଜେଲ ଦର ବୃଦ୍ଧି ପାଇବାରେ ଲାଗିଛି । ବର୍ତ୍ତମାନ ସୁଦ୍ଧା ପେଟ୍ରୋଲ ଦର ଦେଶରେ ୧୦୦ ପାର ହୋଇଥିବାବେଳେ ଡିଜେଲ ଦର ୯୦ ପାର ହୋଇଛି । ବର୍ଦ୍ଧିତ ଇନ୍ଧନ ତୈଳ ଦରକୁ ନେଇ ଅତିଷ୍ଠ ହୋଇଛନ୍ତି । ଅଧିକ ପଢ଼ନ୍ତୁ...

ନୂଆଦିଲ୍ଲୀ: ହୁହୁ ହୋଇ ଦେଶରେ ପେଟ୍ରୋଲ ଡିଜେଲ ଦର ବୃଦ୍ଧି ପାଇବାରେ ଲାଗିଛି । ବର୍ତ୍ତମାନ ସୁଦ୍ଧା ପେଟ୍ରୋଲ ଦର ଦେଶରେ ୧୦୦ ପାର ହୋଇଥିବାବେଳେ ଡିଜେଲ ଦର ୯୦ ପାର ହୋଇଛି । ବର୍ଦ୍ଧିତ ଇନ୍ଧନ ତୈଳ ଦରକୁ ନେଇ ଅତିଷ୍ଠ ହୋଇଛନ୍ତି । ଏଥିପାଇଁ ବିଭିନ୍ନ ପେଟ୍ରୋଲ ପମ୍ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନେହୁରା ହେଉଛନ୍ତି ଲୋକେ । ଏଭଳି କିଛି ଫଟୋ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗଛି ।

ଦର ବୃଦ୍ଧିରେ ଅତିଷ୍ଠ ସାଧାରଣ ଜନତା, ପେଟ୍ରୋଲ ପମ୍ପରେ ମୋଦିଙ୍କୁ ନେହୁରା
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ
ଦର ବୃଦ୍ଧିରେ ଅତିଷ୍ଠ ସାଧାରଣ ଜନତା, ପେଟ୍ରୋଲ ପମ୍ପରେ ମୋଦିଙ୍କୁ ନେହୁରା
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ବର୍ଦ୍ଧିତ ତୈଳ ଦରକୁ ନେଇ ବିଭିନ୍ନ ରାଜ୍ୟରେ ପ୍ରତିବାଦର ସ୍ବର ଉଠିଥିଲେ ସୁଦ୍ଧା ଏହାର କୌଣସି ପ୍ରଭାବ ପ୍ରତିଫଳନ ହେଉଥିବା ନଜର ଆସିନାହିଁ । ସେପଟେ ଅନ୍ତର୍ଜାତୀୟ ବଜାରରେ ତୈଳ ଦର ବୃଦ୍ଧି ହେଉଥିବାରୁ ପେଟ୍ରୋଲ ଦର ବୃଦ୍ଧି ପାଉଥିବା ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ବାରମ୍ବାର ସଫେଇ ଦିଆଯାଉଛି । ତେବେ କେତେକ ଜଣାଶୁଣା ଅର୍ଥନୀତିଜ୍ଞଙ୍କ ମତରେ ପେଟ୍ରୋଲ ଓ ଡିଜେଲ ଉପରେ ସରକାର ୫୦ ପ୍ରତିଶତରୁ ଅଧିକ ଟିକସ ଆଦାୟ କରୁଥିବାରୁ ପେଟ୍ରୋଲ ଦର ୧୦୦ ପାର ହୋଇଛି ।

ଦର ବୃଦ୍ଧିରେ ଅତିଷ୍ଠ ସାଧାରଣ ଜନତା, ପେଟ୍ରୋଲ ପମ୍ପରେ ମୋଦିଙ୍କୁ ନେହୁରା
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ତେବେ ସେ ଯାହା ବି ହେଉ । ବର୍ଦ୍ଧିତ ପେଟ୍ରୋଲ ଦର ସିଧା ସାଧାରଣ ଜନତାଙ୍କ ପକେଟ ଉପରେ ପ୍ରଭାବ ପକାଇଛି । ଏଥିପାଇଁ ବିଭିନ୍ନ ପେଟ୍ରୋଲ ପମ୍ପରେ ଲାଗିଥିବା ମୋଦିଙ୍କ ପୋଷ୍ଟର ଆଗରେ ମୁଣ୍ଡିଆ ମାରୁଛନ୍ତି କିଛି ୟୁଜର । ଏହାର ଫଟୋ ଏବେ ଅନେକ ସୋସିଆଲ ମିଡିଆରେ ଘୁରି ବୁଲୁଛି । ଯାହାକୁ ୟୁଜର ଖୁବ ପସନ୍ଦ କରିବା ସହ ମଜାଦାର କମେଣ୍ଟ ଦେଉଛନ୍ତି । କିଏ କାର ଉପରେ ଶୋଇ ମୁଣ୍ଡିଆ ମାରୁଛି ତ କିଏ ତଳ ଦଣ୍ଡବତ ହୋଇ ମୋଦିଙ୍କୁ ଦର କମ କରିବାକୁ ନେହୁରା ହେଉଛନ୍ତି । କିଏ ବାଇକ ଉପରେ କିଏ ଜେସିବି ଉପରେ ଜେସିବିରେ ଛିଡ଼ା ହୋଇ ହାତ ଯୋଡ଼ି ତୈଳ ଦର କମ କରିବାକୁ ନେହୁରା ହୋଇଛନ୍ତି ।

ଦର ବୃଦ୍ଧିରେ ଅତିଷ୍ଠ ସାଧାରଣ ଜନତା, ପେଟ୍ରୋଲ ପମ୍ପରେ ମୋଦିଙ୍କୁ ନେହୁରା
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ଗତ ଜୁନ ମାସରେ ପେଟ୍ରୋଲ ଦର ୧୬ ଥର ବୃଦ୍ଧି ପାଇଥିଲା । ସେହିଭଳି ମେ ମାସରେ ମଧ୍ୟରେ ପେଟ୍ରୋଲ ଦର ୧୬ ଥର ବୃଦ୍ଧି ପାଇଥିଲା । ଗତ ଦୁଇ ମାସରେ ୩୨ ଥର ପେଟ୍ରୋଲ ଦର ବୃଦ୍ଧି ପାଇଛି । ଯାହାକୁ ନେଇ ଚିନ୍ତାରେ ରହିଛନ୍ତି ସାଧାରଣ ଜନତା । ୩୨ ଥର ଇନ୍ଧନ ତୈଳ ବୃଦ୍ଧି ଯୋଗୁଁ ପେଟ୍ରୋଲ ୧୧ ଟଙ୍କା ୪୪ ପଇସା ଦର ବୃଦ୍ଧି ହୋଇଥିବା ବେଳେ ଡିଜେଲ ୯ ଟଙ୍କା ୧୪ ପଇସା ବୃଦ୍ଧି ପାଇଛି ।

ବର୍ତ୍ତମାନ ରାଜସ୍ତାନ, ମଧ୍ୟ ପ୍ରଦେଶ, ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, କର୍ଣ୍ଣାଟକ, ଓଡ଼ିଶା, ତାମିଲନାଡ଼ୁ, ଲଦାଖ ଭଳି ୧୯ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ପେଟ୍ରୋଲ ଦର ୧୦୦ ପାର ହୋଇଛି । ଏହାକୁ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି, ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ମୂଲ୍ୟ ବ୍ୟାରେଲ ପିଛା ୩୬ ସେଣ୍ଟ ବୃଦ୍ଧି ପାଇଛି । ଫଳରେ ଗୋଟିଏ ଗୋଟିଏ ଅଶୋଧିତ ତୈଳ ମୂଲ୍ୟ ବ୍ୟାରେଲ ପିଛା ୭୫.୧୦ ଡଲାର ହୋଇଛି । ଗତ ଦୁଇ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଅନ୍ତର୍ଜାତୀୟ ବଜାରରେ ଏଭଳି ମୂଲ୍ୟ ବୃଦ୍ଧି ଦେଖା ଦେଇଛି ।

କେବେ ଦେଶରେ ପେଟ୍ରୋଲ ଦର ପୁନଃ ସଧାରଣ ଲୋକଙ୍କୁ ସୁହାଇଲା ଭଳି ହେବ ଏହି ପ୍ରଶ୍ନ ଘାଣ୍ଟି ହେଉଛନ୍ତି ଲୋକେ । ପେଟ୍ରୋଲ ପମ୍ପରେ ମୋଦିଙ୍କୁ ମୁଣ୍ଡିଆ କାମରେ ଆସୁଛି ନାହିଁ ତାହା ଦେଖିବାର ବାକି ରହିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.