ETV Bharat / bharat

Parliament Budget Session: 31 ଜାନୁୟାରୀରୁ ବଜେଟ ଅଧିବେଶନ, ରାଷ୍ଟ୍ରପତିଙ୍କ ଅଭିଭାଷଣରୁ ହେବ ଆରମ୍ଭ

author img

By

Published : Jan 2, 2023, 10:43 PM IST

Parliament Budget Session
Parliament Budget Session

ବଜେଟ ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟ (Second Part of Budget Session) ମାର୍ଚ୍ଚ 6 ରୁ ଆରମ୍ଭ ହୋଇ ଏପ୍ରିଲ 6ରେ ଶେଷ ହେବ । ଏହି ସମୟରେ ଏକାଧିକ ବିଲ ସରକାର ସଂସଦରେ ଆଗତ କରିବେ । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ସଂସଦ ବଜେଟ ଅଧିବେଶନ (Budget Session of Parliament) ଆସନ୍ତା 31 ଜାନୁୟାରୀରୁ ଆରମ୍ଭ ହେବ । ଅଧିବେଶନ ଏପ୍ରିଲ 6 ରେ ଶେଷ ହେବ । ବଜେଟ ଅଧିବେଶନ 2 ଟି ପର୍ଯ୍ୟାୟରେ ଚାଲିବ । ରାଷ୍ଟ୍ରପତିଙ୍କ ଅଭିଭାଷଣରୁ ବଜେଟ ଅଧିବେଶନ ଆରମ୍ଭ ହେବ । ଏନେଇ ଆଜି ସରକାରୀ ସୂତ୍ରରୁ ସୂଚନା ମିଳିଛି ।

ଏହାବି ପଢନ୍ତୁ- Kanjhawla incident: ଦିଲ୍ଲୀ ପୋଲିସକୁ ରିପୋର୍ଟ ମାଗିଲେ ଗୃହମନ୍ତ୍ରୀ ଶାହ

ଜାନୁୟାରୀ 31 ରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ (President Droupadi Murmu) ସଂସଦର ଯୁଗ୍ମ ସଦନକୁ ସେଣ୍ଟ୍ରାଲ ହଲରେ ସମ୍ବୋଧିତ କରିବେ । ରାଷ୍ଟ୍ରପତିଙ୍କ ଏହା ପ୍ରଥମ ସମ୍ବୋଧନ ହେବ ସଂସଦକୁ । ପ୍ରଥମ ଦିନରେ ହିଁ ସରକାର ସଂସଦରେ ଅର୍ଥନୈତିକ ସର୍ଭେ ରିପୋର୍ଟ (Economic Survey Report) ରଖିବେ । ଫେବୃୟାରୀ 1ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ (Finance Minister Nirmala Sitaraman) ଆର୍ଥିକ ବର୍ଷ 2023-24 ପାଇଁ ବଜେଟ ଆଗତ କରିବେ । ବଜେଟ ଅଧିବେଶନର ପ୍ରଥମ ପର୍ଯ୍ୟାୟ ଫେବୃୟାରୀ 10 ପର୍ଯ୍ୟନ୍ତ ଚାଲିବ ।

ଏହାବି ପଢନ୍ତୁ- Kanjhawala Accident: ନିନ୍ଦା କଲେ ମୁଖ୍ୟମନ୍ତ୍ରୀ-ଉପ ରାଜ୍ୟପାଳ, ପରିବାରର ଦୁଷ୍କର୍ମ ଅଭିଯୋଗ

ପୁଣି ବଜେଟ ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟ (Second Part of Budget Session) ମାର୍ଚ୍ଚ 6 ରୁ ଆରମ୍ଭ ହୋଇ ଏପ୍ରିଲ 6 ରେ ଶେଷ ହେବ । ଏହି ସମୟରେ ଏକାଧିକ ବିଲ ସରକାର ସଂସଦରେ ଆଗତ କରିବେ । ବଜେଟ ଅଧିବେଶନର ପ୍ରଥମ ପର୍ଯ୍ଯାୟରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଉଭୟ ସଦନରେ ଧନ୍ୟବାଦ ପ୍ରସ୍ତାବ ଆଲୋଚନ ହେବ । ପରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ପ୍ରଧାନମନ୍ତ୍ରୀ ମୋଦି ଏବଂ ବଜେଟ ସମ୍ପର୍କରେ ଅର୍ଥମନ୍ତ୍ରୀ ସମସ୍ତ ଅଭିଯୋଗ ଓ ବିତର୍କର ଜବାବ ଦେବେ ।

ତେବେ ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ବଜେଟ ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟ ସମ୍ଭବତଃ ନୂଆ ସଂସଦରେ (New Parliament Building) ଅନୁଷ୍ଠିତ ହେବ । ତେବେ ଏସମ୍ପର୍କରେ କେନ୍ଦ୍ର ସରକାର କୌଣସି ସ୍ପଷ୍ଟ ସୂଚନା ଦେଇନାହାଁନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.