ETV Bharat / bharat

Kanjhawla incident: ଦିଲ୍ଲୀ ପୋଲିସକୁ ରିପୋର୍ଟ ମାଗିଲେ ଗୃହମନ୍ତ୍ରୀ ଶାହ

author img

By

Published : Jan 2, 2023, 9:52 PM IST

ଦିଲ୍ଲୀ କାର ଟ୍ରାଜେଡି ମାମଲାରେ ଦିଲ୍ଲୀ ପୋଲିସକୁ ବିସ୍ତୃତ ରିପୋର୍ଟ ମାଗିଲା କେନ୍ଦ୍ର ଗୃହ ମନ୍ତ୍ରମାଳୟ (Kanjhawla incident)। ସ୍ବତନ୍ତ୍ର କମିଶନର ଶାଲିନୀ ସିଂଙ୍କୁ ତଦନ୍ତ ଦାୟିତ୍ବ । ଆଜି ଦିଲ୍ଲୀର ବିଭିନ୍ନ ସ୍ଥାନରେ ପ୍ରତିବାଦ । ଅଧିକ

Kanjhawla incident: ଦିଲ୍ଲୀ ପୋଲିସକୁ ରିପୋର୍ଟ ମାଗିଲେ ଗୃହମନ୍ତ୍ରୀ ଶାହ
Kanjhawla incident: ଦିଲ୍ଲୀ ପୋଲିସକୁ ରିପୋର୍ଟ ମାଗିଲେ ଗୃହମନ୍ତ୍ରୀ ଶାହ

ହାଇଦ୍ରାବାଦ: ଦିଲ୍ଲୀରେ ଯୁବତୀଙ୍କୁ ଏକ କାର 12 କି.ମି ଘୋଷାଡି ନେବା ଓ ତାଙ୍କର ଶୋଚନୀୟ ମୃତ୍ୟୁ ହେବା ଘଟଣାରେ ରାଜଧାନୀ ସମେତ ବିଭିନ୍ନ ସ୍ଥାନରେ ଉଦବେଗ ଦେଖାଯାଇଛି (Kanjhawla incident) । ଘଟଣାରେ ଏବେ କେନ୍ଦ୍ର ଗୃହ ମନ୍ତ୍ରାଣାଳୟ ମଧ୍ୟ ତତ୍ପରତା ପ୍ରକାଶ କରିଛି । ଆଜି (ସୋମବାର) ଘଟଣାର ବିସ୍ତୃତ ରିପୋର୍ଟ ଦାଖଲ କରିବା ପାଇଁ ଦିଲ୍ଲୀ ପୋଲିସକୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ନିର୍ଦ୍ଦେଶ ଦେଇଛନ୍ତି ।

  • Ministry of Home Affairs under the direction of Union Home Minister Amit Shah has sought a detailed report from Delhi Police Commissioner on the Kanjhawla incident. Special Commissioner in Delhi Police Shalini Singh has been asked to submit the detailed report to MHA: Sources pic.twitter.com/EQ6MUCQrKm

    — ANI (@ANI) January 2, 2023 " class="align-text-top noRightClick twitterSection" data=" ">

ଗୃହମନ୍ତ୍ରୀ ଶାହଙ୍କ ନିର୍ଦ୍ଦେଶରେ ଗୃହ ମନ୍ତ୍ରଣାଳୟ ଦିଲ୍ଲୀ ପୋଲିସ କମିଶନର ସଞ୍ଜୟ ଆରୋରାଙ୍କୁ ଚିଠି ଲେଖି ଘଟଣା ସମ୍ପର୍କରେ ବିସ୍ତୃତ ରିପୋର୍ଟ ଦାଖଲ କରିବାକୁ କହିଛି । ସେହିପରି ଉପଯୁକ୍ତ ତଥା ତ୍ବରିତ ତଦନ୍ତ ପରେ ଗୃହ ମନ୍ତ୍ରଣାଳୟକୁ ବିସ୍ତୃତ ରିପୋର୍ଟ ଦାଖଲ କରିବା ପାଇଁ ସ୍ୱତନ୍ତ୍ର ପୋଲିସ କମିଶନର ଶାଲିନୀ ସିଂଙ୍କୁ ଦାୟିତ୍ବ ଦିଆଯାଇଛି । ପୂର୍ବରୁ ଏହି ମାମଲାରେ ଦିଲ୍ଲୀ ମହିଳା କମିଶନ ତୀବ୍ର ଉଦବେଗ ପ୍ରକାଶ କରିଥିଲା । ପୋଲିସକୁ କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ରିପୋର୍ଟ ତଲବ କରିଥିଲେ ମହିଳା କମିଶନ ଅଧ୍ୟକ୍ଷା ସ୍ବାତୀ ମାଲିଓ୍ବାଲ ।

ନୂଆବର୍ଷରେ ଦିଲ୍ଲୀର ସୁଲତାନପୁରୀ ଅଞ୍ଚଳରେ ଏହି ସ୍କୁଟି ଆରୋହୀ ଯୁବତୀଙ୍କୁ ଏକ କାର ଧକ୍କା ଦେବା ପରେ ପ୍ରାୟ 12 କି.ମି ଘୋଷାଡି ନେଇଥିଲା । ଏଥିରେ ଯୁବତୀଙ୍କ ମୃତ୍ୟୁ ହେବା ସହ ମୃତଦେହ ଉଲଗ୍ନ ଅବସ୍ଥାରେ ଉଦ୍ଧାର ହୋଇଥିଲା । ଏହି ଘଟଣାରେ ବ୍ୟବହୃତ ବାଲେନୋ କାର ସହ ସମ୍ପୃକ୍ତ 5 ଯୁବକଙ୍କୁ ପୋଲିସ ଗିରଫ କରିଛି । ତେବେ ଆଜି କାରଟି ଯୁବତୀଙ୍କୁ ଘୋଷାଡି ନେଉଥିବା ସିସିଟିଭି ଫୁଟେଜ ମଧ୍ୟ ସାମ୍ନାକୁ ଆସିଛି । ଯାହାକୁ ନେଇ ଦିଲ୍ଲୀର ବିଭିନ୍ନ ଅଞ୍ଚଳରେ ଉତ୍ତେଜନା ଓ ପ୍ରତିବାଦ ଦେଖିବାକୁ ମିଳିଥିଲା ।

ଉତ୍ୟେକ୍ତ ଲୋକେ ସୁଲତାନପୁରୀ ଥାନା ଘେରିବାକୁ ଉଦ୍ୟମ କରିଛନ୍ତି । ସେହିପରି ଆମ ଆଦମୀ ପାର୍ଟି କର୍ମୀ ଓ ସମର୍ଥକ ଉପରାଜ୍ୟପାଳ ବିନୟ ସକ୍ସେନାଙ୍କ ବାସଭବନ ଘେରାଉ ଉଦ୍ୟମ କରିଛନ୍ତି । ଉଭୟ ସ୍ଥାନରେ ପୋଲିସ ଓ ଆନ୍ଦୋଳନକାରୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା । ପୋଲିସ ଆନ୍ଦୋଳନକାରୀଙ୍କୁ ରୋକିବା ପାଇଁ ବାରିକେଡ ଲଗାଇଥିଲା । ଏବେ ଏହି ଘଟଣାରେ କେନ୍ଦ୍ର ଗୃହମନ୍ତ୍ରଣାଳୟ ମଧ୍ୟ ରିପୋର୍ଟ ମାଗିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.