ETV Bharat / bharat

ଚୋରି ଅଭିଯୋଗରେ ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର, ଭାଙ୍ଗିଗଲା ମେରୁଦଣ୍ଡ ହାଡ

author img

By

Published : Jul 26, 2023, 11:02 PM IST

ଶିକ୍ଷକଙ୍କ ମାଡରେ ଭାଙ୍ଗିଗଲା ଛାତ୍ର ଗୁରୁତର, ଭାଙ୍ଗିଯାଇଛି ମେରୁଦଣ୍ଡ ହାଡ
ଶିକ୍ଷକଙ୍କ ମାଡରେ ଭାଙ୍ଗିଗଲା ଛାତ୍ର ଗୁରୁତର, ଭାଙ୍ଗିଯାଇଛି ମେରୁଦଣ୍ଡ ହାଡ

ଘଣ୍ଟା ଚୋରି ଅଭିଯୋଗରେ ଶିକ୍ଷକଙ୍କ ମାଡରେ ଭାଙ୍ଗିଗଲା ଛାତ୍ରଙ୍କ ମେରୁଦଣ୍ଡ ହାଡ । ଝାଡଖଣ୍ଡରେ ଘଟିଛି ଘଟଣା । ଅଧିକ ପଢନ୍ତୁ

ରାଞ୍ଚି: ପ୍ରଧାନ ଶିକ୍ଷକ ଓ ଅନ୍ୟଜଣେ ଶିକ୍ଷକଙ୍କ ମାଡରେ ଜଣେ 6ଷ୍ଠ ଶ୍ରେଣୀ ଛାତ୍ରର ମେରୁଦଣ୍ଡ ହାଡ ଭାଙ୍ଗିଯିବାରୁ ସେ ଗୁରୁତର ହୋଇପଡିଛି । ଏପରି ଏକ ଅଭାବନୀୟ ଘଟଣା ଝାଡଖଣ୍ଡର ପାଲାମୁ ଜିଲ୍ଲାରେ ଥିବା ଏକ ସ୍କୁଲରେ ଦେଖିବାକୁ ମିଳିଛି । ଘଟଣାଟି ସୋମବାର (ଜୁଲାଇ 24) ତାରିଖରେ ତାରସି ବ୍ଲକରେ ଥିବା ଏକ ସ୍କୁଲରେ ଘଟିଥିବା ମଧ୍ୟ ସୂଚନା ମିଳିଛି । ହେଲେ ଘଟଣା ସମ୍ପର୍କରେ ଜଣାପଡିବା ପରେ 25 ତାରିଖରେ ପୋଲିସ ମାମଲା ରୁଜୁ କରିଛି ।

ପିଲାଟି ଶିକ୍ଷକଙ୍କ ମାଡ଼ରେ ଗୁରୁତର ହୋଇପଡିଥିଲା । ତାକୁ ହସ୍ପିଟାଲରେ ଭର୍ତ୍ତି କରାଯିବା ପରେ ତାର ମେରୁଦଣ୍ଡ ହାଡ଼ରେ ଆଘାତ ଲାଗିଥିବା ସହ ମେରୁଦଣ୍ଡ ଫ୍ୟାକ୍ଚର ସୃଷ୍ଟି ହୋଇଥିବା ଡାକ୍ତରୀ ପରୀକ୍ଷାରୁ ଜଣାପଡିଥିଲା । ପରେ ପରିବାର ସଦସ୍ୟ ଏନେଇ ସମ୍ପୃକ୍ତ ଶିକ୍ଷକଙ୍କ ବିରୋଧରେ ଥାନାରେ ଅଭିଯୋଗ କରିଥିଲେ । ପରିବାର ସଦସ୍ୟଙ୍କ ଅଭିଯୋଗ ପରେ ପାଲାମୁ ଜିଲ୍ଲା ଅଧିକାରୀ ଏ.ଡୋଡେ ପୁରା ଘଟଣା ବିଷୟରେ ମଣ୍ଡଳ ପ୍ରଶାସନକୁ ତଥ୍ୟ ମାଗିଥିଲେ । ତଦନ୍ତ ପରେ ଅଭିଯୁକ୍ତ ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସମ୍ପର୍କରେ ଜିଲ୍ଲାଧିକାରୀ କହିଛନ୍ତି ।

ଘଟଣା ସମ୍ପର୍କରେ ଜଣାପଡିବା ପରେ ଯନ୍ତ୍ରଣାରେ ଛଟପଟ ହେଉଥିବା ଛାତ୍ରଙ୍କୁ ସମ୍ପର୍କୀୟମାନେ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ହେଲେ ତାଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ MMCH କୁ ପଠାଇଥିଲେ । ଦାୟିତ୍ୱରେ ଥିବା ସ୍ଥାନୀୟ ତହସି ପୋଲିସ ଷ୍ଟେସନ ଏହି ଘଟଣାକୁ ନିଶ୍ଚିତ କରିଛି । ଏସମ୍ପର୍କରେ କାର୍ଯ୍ୟାନୁଷ୍ଠାନ ହେବା ନେଇ ପୋଲିସ କହିଛି ।

ପୁରା ଘଟଣା କ’ଣ:- ପାରିବାରିକ କଳହରୁ ସ୍ବାମୀକୁ ପିଟି ପିଟି ମାରିଦେଲା ସ୍ତ୍ରୀ !

ଏହି ଛାତ୍ରଜଣକ ତାରସିର ସେଲାରୀ ନିବାସୀ ଓ ସେ ୱାର୍ସି ବ୍ଲକର ସେଲାରି ହାଇସ୍କୁଲରେ ଷଷ୍ଠ ଶ୍ରେଣୀରେ ପାଠ ପଢୁଛନ୍ତି । ଛାତ୍ର ଜଣକ ଜଣେ ଶିକ୍ଷକଙ୍କ ଘଣ୍ଟା ଚୋରି କରିଥିବା ଅଭିଯୋଗ ହୋଇଥିଲା । ଏଥିପାଇଁ ପ୍ରଧାନଶିକ୍ଷକ ଓ ଶିକ୍ଷକ ତାଙ୍କୁ ମାଡ଼ ମାରିଥିଲେ । ସୋମବାର(ଜୁଲାଇ 24) ସ୍କୁଲରେ ଜଣେ ଶିକ୍ଷକ ନିରଞ୍ଜନ କୁମାରଙ୍କ ଘଣ୍ଟା ମିଳିନଥିଲା । ଛାତ୍ର ଜଣକ ଘଣ୍ଟା ଚୋରି କରିଥିବା ଅଭିଯୋଗ ହୋଇଥିଲା । ଏହା କାରଣରୁ ଉଭୟ ପ୍ରଧାନ ଶିକ୍ଷକ ଓ ଅନ୍ୟଜଣେ ଶିକ୍ଷକ ତାଙ୍କୁ ନିସ୍ତୁକ ମାଡ଼ ମାରିଥିଲେ । ତାଙ୍କ ମେରୁଦଣ୍ଡରେ ଆଘତ ଲାଗିବା ସହ ସେ ଗୁରୁତର ହୋଇପଡିଥିଲେ । ତାଙ୍କର ଚିକିତ୍ସା ଜାରି ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.