ETV Bharat / bharat

Cyclone Mandous: ମାଡି ଆସୁଛି ବାତ୍ୟା, ଚେନ୍ନାଇରୁ ୧୦ ବିମାନ ବାତିଲ

author img

By

Published : Dec 9, 2022, 4:32 PM IST

Cyclone Mandous: ମାଡି ଆସୁଛି ବାତ୍ୟା, ଚେନ୍ନାଇରୁ ୧୦ ବିମାନ ବାତିଲ
Cyclone Mandous: ମାଡି ଆସୁଛି ବାତ୍ୟା, ଚେନ୍ନାଇରୁ ୧୦ ବିମାନ ବାତିଲ

ତାମିଲନାଡ଼ୁ ଉପକୂଳକୁ ମାଡି ଆସୁଛି ବାତ୍ୟା ମାଣ୍ଡୋସ୍‌ (Cyclone Mandous) । ବାତ୍ୟା ଯୋଗୁଁ ପ୍ରତିକୂଳ ପାଣିପାଗକୁ ଦୃଷ୍ଟିରେ ରଖି ଚେନ୍ନାଇ ବିମାନ ବନ୍ଦରରୁ ପ୍ରାୟ ୧୦ଟି ବିମାନକୁ ବାତିଲ କରାଯାଇଛି । ଅଧିକ ପଢନ୍ତୁ

ଚେନ୍ନାଇ: ଭୀଷଣ ବାତ୍ୟାର ରୂପ ନେଉଛି ସାମୁଦ୍ରିକ ଝଡ଼ ମାଣ୍ଡୋସ୍‌ (Cyclone Mandous) । ଆଜି ମଧ୍ୟରାତ୍ରୀରେ ତାମିଲନାଡୁର ମହାବଳିପୁରମରେ ଲ୍ୟାଣ୍ଡଫଲ୍ କରିବା ନେଇ ଆକଳନ କରିଛି ପାଣିପାଗ ବିଭାଗ (Cyclone Mandous set to Hit Tamilnadu Tonight) । ପ୍ରତିକୂଳ ପାଣିପାଗ ଲାଗି ଚେନ୍ନାଇ ଏୟାରପୋର୍ଟରୁ ୧୦ଟି ବିମାନକୁ ବାତିଲ କରାଯାଇଛି (Over 10 flights cancelled at Chennai airport) । ଏନେଇ ଶୁକ୍ରବାର ବିମାନ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ଦିାଯାଇଛି । ଚେନ୍ନାଇ ଏୟାରପୋର୍ଟକୁ ଆସିବା ଓ ଯିବାକୁ ଥିବା ବିମାନକୁ ବାତିଲ କରାଯାଇଛି ।

ଚେନ୍ନାଇ ବିମାନ କର୍ତ୍ତୃପକ୍ଷଙ୍କ କହିବାନୁସାରେ ଆଜି (ଡିସେମ୍ବର ୯) ଏହି ବିମାନ ଗୁଡ଼ିକୁ ବାତିଲ କରାଯାଇଛି । ଯାତ୍ରୀମାନେ ନିଜ ନିଜ ଏୟାରଲାଇନ୍ସର ଅପଡେଟ ନେବାକୁ କର୍ତ୍ତୃପକ୍ଷ ଅନୁରୋଧ କରିଛନ୍ତି । ବାତ୍ୟା ମାଣ୍ଡୋସ ଧୀରେ ଧୀରେ ଭୀଷଣ ବାତ୍ୟାର ରୂପ ନେଉଛି । ସମସ୍ତ ପରିସ୍ଥିତିକୁ ସାମନା କରିବା ଲାଗି ବିଭିନ୍ନ ସ୍ଥାନରେ NDRF ଟିମକୁ ନିୟୋଜିତ କରାଯାଇଛି । ଏନେଇ ଏନଡିଆରଏଫର ସବ-ଇନିସପେକ୍ଟର ସନ୍ଦୀପ କୁମାର କହିଛନ୍ତି, "ଚେନ୍ନାଇରେ ବାତ୍ୟା ପ୍ରଭାବରେ ସୃଷ୍ଟି ହେବାକୁ ଥିବା ସମସ୍ତ ପରିସ୍ଥିତିକୁ ସାମନା କରିବା ଲାଗି ଟିମ ପ୍ରସ୍ତୁତ ରହିଛି । ରାଜ୍ୟ କର୍ତ୍ତୃପକ୍ଷ ସୂଚନା ଦେବା ମାତ୍ରେ ଟିମ ନିଜର କାମ ଆରମ୍ଭ କରିବ ।"

ଏହା ବି ପଢନ୍ତୁ- Cyclone Mandous: ଆଜି ମଧ୍ୟରାତ୍ରୀରେ ଲ୍ୟାଣ୍ଡଫଲ୍, ଆନ୍ଧ୍ରରେ ବର୍ଷା ଆରମ୍ଭ

ଏନଡିଆରଫ ଟିମ ବୋଟ, ହାଇ ଭୋଲ୍ଟେଜ ମୋଟର, ସକର ମେସିନ, କଟର ମେସିନ ସହିତ ପ୍ରସ୍ତୁତ ରହିଛନ୍ତି । ବର୍ତ୍ତମାନ ଚେନ୍ନାଇ ଠାରୁ ୧୮୦ କିଲୋମିଟର ଦୂରରେ ବାତ୍ୟା କେନ୍ଦ୍ରୀଭୂତ ରହିଛି । ବାତ୍ୟା ଅଧିକ ଘନୀଭୂତ ହେବା ପରେ ଏହା ଉତ୍ତର ତାମିଲନାଡୁ, ପୁଡୁଚେରୀ ଓ ଦକ୍ଷିଣ ଆନ୍ଧ୍ର ଦେଇ ଗତିକରିବ । ତାମିଲନାଡୁର ମହାବଳିପୁରମରେ ବାତ୍ୟା ମାଣ୍ଡୋସ ସ୍ଥଳଭାଗ ଛୁଇଁବ ବୋଲି ଆକଳନ କରାଯାଉଛି । ଏହା ଆଜି ମଧ୍ୟରାତ୍ରରେ ଭୀଷଣ ବାତ୍ୟାର ରୂପ ନେଇ ପୁଡୁଚେରୀ ଓ ଶ୍ରୀହରିକୋଟା ମଧ୍ୟରେ ସ୍ଥଳଭାଗ ଛୁଇଁବା ନେଇ ଆଶଙ୍କା କରାଯାଉଛି। ଏନେଇ ଆଜି ଭାରତୀୟ ପାଣିପାଗ ପକ୍ଷରୁ ସୂଚନା ଦିଆଯାଇଛି(IMD)।

ସେପଟେ ବାତ୍ୟା ପ୍ରଭାବରେ ଏବେଠୁ ଆନ୍ଧ୍ରପ୍ରଦେଶର ତିରୁମାଲା, ତିରୁପତି ଅଞ୍ଚଳରେ ପ୍ରବଳ ବର୍ଷା ଆରମ୍ଭ ହୋଇଛି । ସେହିପରି ତାମିଲନାଡୁର କୋଡିକାନଲ ଅଞ୍ଚଳରେ ବର୍ଷା ସାଙ୍ଗକୁ ପ୍ରବଳ ବେଗରେ ପବନ ମଧ୍ୟ ବହୁଛି । ଯାହା ପ୍ରଭାବରେ କେତେକ ସ୍ଥାନରେ ଗଛ ମଧ୍ୟ ଉପୁଡି ପଡ଼ିଛି । ଅନ୍ୟପଟେ ପୁଡୁଚେରୀ ମୁଖ୍ୟମନ୍ତ୍ରୀ ଏନ. ରଙ୍ଗସ୍ବାମୀ ବାତ୍ୟୀ ପ୍ରସ୍ତୁତି ନେଇ ସମୀକ୍ଷା କରିଛନ୍ତି । ବାତ୍ୟା ଆସନ୍ତାକାଲି (ଡିସେମ୍ବର ୧୦)ରେ ପୁଡୁଚେରୀ, ଶ୍ରୀହରିକୋଟା ଉପକୂଳ ଦେଇ ମଧ୍ୟରାତ୍ରୀରେ ସ୍ଥଳଭାଗ ଛୁଇଁବ ବୋଲି ଆକଳନ କରିଛି ପାଣିପାଗ ବିଭାଗ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.