ETV Bharat / bharat

Vice-Presidential Election: ନାମାଙ୍କନ ଭରିଲେ ବିରୋଧୀ ପ୍ରାର୍ଥୀ ମାର୍ଗରେଟ ଅଲଭା

author img

By

Published : Jul 19, 2022, 5:15 PM IST

Vice Presidential election: ନାମାଙ୍କନ ଭରିଲେ ବିରୋଧୀ ପ୍ରାର୍ଥୀ ମାର୍ଗରେଟ ଅଲଭା
Vice Presidential election: ନାମାଙ୍କନ ଭରିଲେ ବିରୋଧୀ ପ୍ରାର୍ଥୀ ମାର୍ଗରେଟ ଅଲଭା

ଉପରାଷ୍ଟ୍ରପତି ନିର୍ବାଚନ ନାମାଙ୍କନର ଶେଷ ତାରିଖରେ ନାମାଙ୍କନ ଭରିଲେ ବିରୋଧୀ ପ୍ରାର୍ଥୀ ମାର୍ଗରେଟ ଅଲଭା । ଉପସ୍ଥିତ ଥିଲେ ବିରୋଧୀ ମେଣ୍ଟର ବହୁ ବରିଷ୍ଠ ନେତା । ଗତକାଲି ନାମାଙ୍କନ ଭରିଥିଲେ ଏନଡିଏ ପ୍ରାର୍ଥୀ ଜଗଦୀପ ଖନଖର । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଆଜି (ମଙ୍ଗଳବାର) ନାମାଙ୍କନ ଦାଖଲ କରିଛନ୍ତି ମିଳିତ ବିରୋଧୀଙ୍କ ପ୍ରାର୍ଥୀ ମାର୍ଗରେଟ ଅଲଭା । ଆଜି ନାମାଙ୍କନ ଦାଖଲ କାର୍ଯ୍ୟକ୍ରମରେ ଅଲଭାଙ୍କ ସହ ବିରୋଧୀ ମେଣ୍ଟର ବହୁ ବରିଷ୍ଠ ନେତା ମଧ୍ୟ ଉପସ୍ଥିତ ରହିଥିଲେ । କଂଗ୍ରେସ ନେତା ରାହୁଲ ଗାନ୍ଧୀ, ମଲ୍ଲିକାର୍ଜୁନ ଖାଡଗେ, ଏନସିପି ନେତା ଶରଦ ପାଓ୍ବାରଙ୍କ ସମେତ ଅନ୍ୟ କିଛି ନେତାଙ୍କୁ ଅଲଭାଙ୍କ ସହ ଦେଖିବାକୁ ମିଳିଥିଲା ।

  • #WATCH | Opposition's Vice-Presidential candidate Margaret Alva files her nomination papers at Parliament, in the presence of Congress leaders Rahul Gandhi, Mallikarjun Kharge & Adhir Ranjan Chowdhury, NCP chief Sharad Pawar, Shiv Sena's Sanjay Raut and other Opposition leaders. pic.twitter.com/oHmMvB6ij3

    — ANI (@ANI) July 19, 2022 " class="align-text-top noRightClick twitterSection" data=" ">

ରବିବାର ମିଳିତ ବିରୋଧୀଙ୍କ ପକ୍ଷରୁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ପୂର୍ବତନ ରାଜସ୍ଥାନ ରାଜ୍ୟପାଳ ମାର୍ଗରେଟ ଅଲଭାଙ୍କୁ ଉପରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଚୟନ କରାଯାଇଥିଲା । ଗତକାଲି ଶାସକ ମେଣ୍ଟ ଏନଡିଏର ଉପରାଷ୍ଟ୍ରପତି ପ୍ରାର୍ଥୀ ଜଗଦୀପ ଧନଖର ନାମାଙ୍କନ ଦାଖଲ କରିଥିବା ବେଳେ ଆଜି ଶେଷ ତାରିଖରେ ବିରୋଧୀ ପ୍ରାର୍ଥୀ ଅଲଭା ମଧ୍ୟ ନିଜ ନାମାଙ୍କନ ଦାଖଲ କରିଛନ୍ତି ।

ରାଷ୍ଟ୍ରପତି ନିର୍ବାଚନରେ ମିଳିତ ବିରୋଧୀ ତୃଣମୂଳ କଂଗ୍ରେସ ସୁପ୍ରିମୋ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନେତୃତ୍ବରେ ଏକାଠି ହେବା ସହ ଯଶୋବନ୍ତ ସିହ୍ନାଙ୍କୁ ପ୍ରାର୍ଥୀ ଭାବେ ମୈଦାନକୁ ଓହ୍ଲାଇଛନ୍ତି । ଉପରାଷ୍ଟ୍ରପତି ନିର୍ବାଚନରେ ମଧ୍ୟ ପୂର୍ବଧାରା ବଜାୟ ରଖି ମିଳିତ ବିରୋଧୀ ମଞ୍ଚ ଉପରାଷ୍ଟ୍ରପତି ପ୍ରାର୍ଥୀ ପାଇଁ ମଧ୍ୟ ଅଣ୍ଟା ଭିଡିଥିଲା । ଗତକାଲି ଏନସିପି ମୁଖ୍ୟ ଶରଦ ପାଓ୍ବରଙ୍କ ବାସଭବନରେ ବିରୋଧୀ ନେତାଙ୍କ ବୈଠକ ପରେ ଅଲଭାଙ୍କୁ ପ୍ରାର୍ଥୀ ଭାବେ ଚୟନ କରାଯାଇଥିବା ଶରଦ ଗଣମାଧ୍ୟମକୁ ସୂଚନା ଦେଇଥିଲେ । ଆଜି ନାମାଙ୍କନର ଶେଷ ତାରିଖରେ ଅଲଭା ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.