ETV Bharat / bharat

Parliament Budget Session: ସଂସଦ ଉଭୟ ଗୃହରେ ରାହୁଲ ତାତି, ଗାନ୍ଧୀ ପ୍ରତିମୂର୍ତ୍ତୀ ତଳେ ବିରୋଧୀଙ୍କ ବିକ୍ଷୋଭ

author img

By

Published : Mar 27, 2023, 1:12 PM IST

Parliament Budget Session
ସଂସଦ ଉଭୟ ଗୃହରେ ରାହୁଲ ତାତି

ସଂସଦ ବଜେଟ ଅଧିବେଶନରେ ରାହୁଲ ଗାନ୍ଧୀଙ୍କ ସଦସ୍ୟତା ରଦ୍ଦ ପ୍ରସଙ୍ଗରେ ବିରୋଧୀ ଦଳ ସଦସ୍ୟ ହୋହଲ୍ଲା କରିଛନ୍ତି । ଫଳର ଗୋଟିଏ ମିନିଟ ବି ଗୃହ କାର୍ଯ୍ୟ ଚଳାଇବା ମୁସକିଲ ହୋଇଥିଲା । ଅପରାହ୍ନ 4ଟା ଯାଏଁ ସଂସଦ ଉଭୟ ସଦନରେ ଗୃହକାର୍ଯ୍ୟ ମୁଲତବୀ ଘୋଷଣା କରାଯାଇଛି । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ଲୋକସଭାଠୁ ନେଇ ରାଜ୍ୟସଭା ସବୁଠି ରାହୁଲ ଗାନ୍ଧୀ ସଦସ୍ୟତା ରଦ୍ଦ ପ୍ରସଙ୍ଗରେ ବିରୋଧୀ ହଙ୍ଗାମା କରିଛନ୍ତି । ବିରୋଧୀଙ୍କ ହୋହଲ୍ଲାରେ ଉଭୟ ଗୃହକାର୍ଯ୍ୟକୁ ମୁଲତବୀ ଘୋଷଣା କରାଯାଇଛି । ଲୋକସଭାରେ ଗୃହ କାର୍ଯ୍ୟ ଆରମ୍ଭରୁ ବିରୋଧୀ ହୋହଲ୍ଲା କରିଥିଲେ । ଫଳରେ ବାଚସ୍ପତି ଗୃହକୁ ଅପରାହ୍ନ 4ଟା ଯାଏଁ ମୁଲତବୀ ଘୋଷଣା କରିଥିଲେ । ରାଜ୍ୟସଭାରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଥିଲା । ରାହୁଲଙ୍କ ସଭ୍ୟ ପଦ ରଦ୍ଦ ନେଇ ବିରୋଧୀ ହଟ୍ଟଗୋଳ କରିଥିଲେ । ଗୋଟିଏ ମିନିଟ ବି ଗୃହ ଚାଲି ପାରିନଥିଲା ଫଳରେ ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ ଅପରାହ୍ନ 2ଟା ଯାଏଁ ଗୃହ ମୁଲତବୀ ଘୋଷଣା କରିଥିଲେ ।

  • #WATCH | Delhi: Opposition MPs protest near Gandhi statue in Parliament, wearing black attire, over Adani Group issue.

    Congress president-Rajya Sabha LoP Mallikarjun Kharge and UPA chairperson Sonia Gandhi also join the protest. pic.twitter.com/JSYM8luVQt

    — ANI (@ANI) March 27, 2023 " class="align-text-top noRightClick twitterSection" data=" ">

ରାହୁଲଙ୍କ ସଭ୍ୟ ପଦ ରଦ୍ଦ ବିରୋଧୀ ସଂସଦ ପରିସର ଗାନ୍ଧୀ ପ୍ରତିମୂର୍ତ୍ତୀ ତଳେ ବିରୋଧୀ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । କେନ୍ଦ୍ର ସରକାରଙ୍କ ବିରୋଧରେ ନାରାବାଜି ଦେଇଛନ୍ତି । କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଓ ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ମଧ୍ୟ ଏହି ବିକ୍ଷୋଭରେ ସାମିଲ ହୋଇଛନ୍ତି । କଳା ପୋଷାକ ପିନ୍ଧି ରାହୁଲଙ୍କ ସଦସ୍ୟତା ରଦ୍ଦ ଓ ଆଦାନୀ ପ୍ରସଙ୍ଗରେ ସରକାରଙ୍କ ବିରୋଧରେ ନାରାବାଜି ଦେଇଛନ୍ତି । ପ୍ରଥମେ କଳାପୋଷାକରେ ସଂସଦରେ ଅସନ୍ତୋଷ ପ୍ରକାଶ କରିଥିଲେ ବିରୋଧୀ । ଗୃହକାର୍ଯ୍ୟ ମୁଲତବୀ ପରେ ଗାନ୍ଧୀ ପ୍ରତିମୂର୍ତ୍ତୀ ତଳେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ସମସ୍ତେ ଇଡି ଉପରେ ଚାପ ପକାଇ ଆଦାନୀ ପ୍ରସଙ୍ଗରେ ତଦନ୍ତ ପାଇଁ ଦାବି କରିଛନ୍ତି ।

ଏହା ବି ପଢନ୍ତୁ...Budget Session: ବିଧାନସଭାରେ ରାହୁଲ ଝଡ, ଅପରାହ୍ନ 4ଟା ଯାଏଁ ଗୃହ ମୁଲତବୀ

ସଂସଦରେ ବିରୋଧୀ ଦଳ ନେତା କଳାପୋଷାକ ପିନ୍ଧି ହୋହଲ୍ଲା କରିଥିଲେ । କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ କହିଛନ୍ତି, ''ଆମେ କଳାପୋଷାକ ପିନ୍ଧି ଏହା ଜଣାଇବାକୁ ଚାହୁଁଛୁ ଯେ ପିଏମ ମୋଦି ଦେଶରେ ଗଣତନ୍ତ୍ର ସମାପ୍ତ କରି ଦେଇଛନ୍ତି । ନିର୍ବାଚନ ଜିତିବାକୁ ସେ ସବୁ ସ୍ଥାନରେ ନିଜ ସରକାର ସ୍ଥାପନ କରିଛନ୍ତି । ସେମାନେ ଇଡି, ସିବିଆଇ ଭଳି କେନ୍ଦ୍ରୀୟ ସଂସ୍ଥାର ବ୍ୟବହାର କରିଥିଲେ ଯାହା ଆଗରେ ଆମେ ନଇଁ ନାହୁଁ । ଆମକୁ ସମର୍ଥନ କରୁଥିବା ସମସ୍ତଙ୍କୁ ଧନ୍ୟବାଦ । ଗଣତନ୍ତ୍ର, ସମ୍ବିଧାନ ଓ ଲୋକଙ୍କ ସୁରକ୍ଷା ପାଇଁ ଯେଉଁମାନେ ଆଗେଇ ଆସିବେ ମୁଁ ସମସ୍ତଙ୍କୁ ସ୍ବାଗତ କରିବି । ଆମେ ଚାହୁଛୁଁ ସତ୍ୟ ବାହାରକୁ ଆସୁ । ସାଢେ ଦୁଇ ବର୍ଷ ଭିତରେ ଯଦି ଆଦାନୀଙ୍କ ସମ୍ପତ୍ତି ତାଲିକା ବୃଦ୍ଧି ପାଇଛି ଏହା ପଛର କାରଣ କଣ । ସେ କଣ ଯାଦୁ କରିଛନ୍ତି । ଆମେ ଦେଶବାସୀଙ୍କୁ ସତ୍ୟ ଜଣାଇବାକୁ ଚାହୁଁଛୁ । ଯହି jpc ଗଠନ ହୁଏ ତେବେ ସତ୍ୟ ପଦାକୁ ଆସିବ ।''

ବିରୋଧୀଙ୍କ ଏହି ବିକ୍ଷୋଭ ପ୍ରଦର୍ଶନକୁ ସମାଲୋଚନା କରିଛି ବିଜେପି । କେନ୍ଦ୍ର କ୍ରୀଡାମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି,'' ରାହୁଲ ଗାନ୍ଧୀ ଓ କଂଗ୍ରେସ ଦଳ ଲଗାତାର ଓବିସି ସମ୍ପ୍ରଦାୟର ଅପମାନ କରିଛନ୍ତି । ସେମାନେ କୋର୍ଟଙ୍କ ନିର୍ଦ୍ଦେଶ ପାଳନ କରିନାହାନ୍ତି । ବର୍ତ୍ତମାନ ସେ ଡ୍ରାମା କରୁଛନ୍ତି । ସେମାନଙ୍କ କଳା କାରନାମା ଏବେ ଲୁଚି ରହିବ ନାହିଁ । ରାହୁଲ ଗାନ୍ଧୀଙ୍କର ଏତେ ଅହଂକାର ଯେ ପଛୁଆ ବର୍ଗଙ୍କୁ କ୍ଷମା ମାରିବା ତ ଦୂର କୋର୍ଟରେ ମଧ୍ୟ କ୍ଷମା ମାଗିଲେ ନାହିଁ । ଜଣେ ବ୍ୟକ୍ତି ଯିଏକି ବାହାରେ ଭାରତର ଅପମାନ କରୁଛି ତାଙ୍କ ପାଇଁ ସଂସଦ ଗୃହ କାର୍ଯ୍ୟ ଚଲାଇ ଦେଉନାହିଁ କଂଗ୍ରେସ । ନିଜକୁ ରକ୍ଷା କରିବାକୁ କଂଗ୍ରେସ କଳାଯାଦୁ କରିପାରେ । ''

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.