ETV Bharat / bharat

Nipah virus In Kerala: ପୁଣି ଜଣେ ଆକ୍ରାନ୍ତ ଚିହ୍ନଟ, ସମୀକ୍ଷା କଲା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ

author img

By ETV Bharat Odisha Team

Published : Sep 15, 2023, 10:29 AM IST

Nipah virus in Kerala
Nipah virus in Kerala

କେରଳରେ ବୃଦ୍ଧି ହେଉଥିବା ନିପା ଭାଇରସକୁ ନେଇ ସମୀକ୍ଷା ବୈଠକ କଲେ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଭାରତୀ ପ୍ରବୀଣ ପାୱର। ଅଧିକ ପଢନ୍ତୁ

ଥିରୁଅନନ୍ତପୁରମ/ନୂଆଦିଲ୍ଲୀ: କେରଳରେ ଭୟ ବଢାଉଛି ନିପା ଭାଇରସ । ପୁଣି ଜଣେ ନିପା ଭାଇରସରେ ସଂକ୍ରମିତ ହୋଇଥିବା ସୂଚନା ମିଳିଛି । ସଂକ୍ରମିତ ବ୍ୟକ୍ତି ଜଣଙ୍କ ବୟସ 39 ବର୍ଷ । କୋଝିକୋଡ ସ୍ଥିତ ଏକ ଡାକ୍ତରଖାନାରେ ସେ ଚିକିତ୍ସିତ ହେଉଛନ୍ତି । ଏନେଇ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ତରଫରୁ ସୂଚନା ପ୍ରଦାନ କରାଯାଇଛି । କେରଳରେ ଦିନକୁ ଦିନ ନିପା ଭାଇରସ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଭାରତୀ ପ୍ରବୀଣ ପାୱର ଏହାର ସମୀକ୍ଷା କରିଛନ୍ତି । ନିପା ଭାଇରସ ସଂକ୍ରମଣକୁ କିପରି ରୋକ ଲଗାଯାଇ ପାରିବ ସେନେଇ ଆଲୋଚନା କରାଯାଇଥିଲା । ପୁଣେ ସ୍ଥିତ ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ- ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜିରେ ସମୀକ୍ଷା ବୈଠକ ବସିଥିଲା ।

ଏହା ମଧ୍ୟ ପଢନ୍ତୁ-Kerala: 2 ମୃତ୍ୟୁ ନିପା ଭୂତାଣୁ ସଂକ୍ରମଣ ଜନିତ, ସ୍ପଷ୍ଟ କଲେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ

ଏନେଇ ଭାରତୀ ପ୍ରବୀଣ ପାୱର କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବରେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ନିପା ଭାଇରସ ସଂକ୍ରମଣ ଉପରେ ନଜର ରଖିଛନ୍ତି । ସଂକ୍ରମଣକୁ ରୋକିବାକୁ ସମୀକ୍ଷା ବୈଠକରେ ସବୁ ପ୍ରକାର ଆଲୋଚନା କରାଯିବା ସହ ପଦକ୍ଷେପ ମଧ୍ୟ ଗ୍ରହଣ କରାଯାଇଛି । ନିପା ଭାଇରସ ସଂକ୍ରମଣ କିପରି ଅଧିକ ବୃଦ୍ଧି ନହେବ ତାଉପରେ ଦୃଷ୍ଟି ଦିଆଯିବ । ନିପା ଭାଇରସର ପରୀକ୍ଷା ପାଇଁ ଏକ ଉଚ୍ଚ ସ୍ତରୀୟ ଟିମ କୋଝିକୋଡକୁ ପଠାଯାଇଛି। । ଏଥିସହ କୋଝିକୋଡ ଅଞ୍ଚଳରେ କିଛି ଗ୍ରାମ ପଞ୍ଚାୟତକୁ ଯେଉଁଠି ନିପା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ସେହି ସ୍ଥାନକୁ କଣ୍ଟେନମେଣ୍ଟ ଜୋନ୍ ଭାବରେ ଘୋଷଣା କରାଯାଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏବଂ ICMR-NIV ନିପା ଭାଇରସ ସଂକ୍ରମଣ ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି । ନିପା ଭାଇରସକୁ ସଫଳତାର ସହ ମୁକାବିଲା କରିବା ପାଇଁ କେନ୍ଦ୍ର ପକ୍ଷରୁ ସମସ୍ତ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯାଉଛି ।

ଏହା ମଧ୍ୟ ପଢନ୍ତୁ-Nipah Virus: କୋଜିକୋଡରେ 2ଜଣଙ୍କ ମୃତ୍ୟୁ ପରେ ସ୍ବାସ୍ଥ୍ୟ ବିଭାଗ ଆଲର୍ଟ, ଲକ୍ଷଣ ଦେଖି ଚିହ୍ନନ୍ତୁ ରୋଗ

ଗତ 12 ତାରିଖରେ କେରଳ କୋଝିକୋଡରେ ନାପା ଭାଇରସରେ ଆକ୍ରାନ୍ତ ହୋଇ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିଲା । ଉଭୟ ନିପା ଭୂତାଣୁରେ ସଂକ୍ରମିତ ହୋଇ ପ୍ରାଣ ହରାଇଥିବା ସ୍ପଷ୍ଟ ହୋଇଥିବା ନେଇ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟ ସ୍ପଷ୍ଟ କରିଥିଲେ । ଏହି ଦୁଇ ସନ୍ଦିଗ୍ଧଙ୍କ ମୃତ୍ୟୁ ପରେ ସେମାନଙ୍କ ନମୂନା ସଂଗ୍ରହ କରାଯାଇ ପୁଣେ ସ୍ଥିତ ଜାତୀୟ ଭୂତାଣୁ ସଂସ୍ଥାନକୁ ପଠାଯାଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.