ETV Bharat / bharat

Maharashtra: ଥାଣେରୁ ଜଣେ ISIS ସନ୍ଦିଗ୍ଧ ଆତଙ୍କୀକୁ ଗିରଫ କଲା NIA

author img

By

Published : Aug 5, 2023, 8:18 PM IST

ଥାଣେରୁ ଜଣେ ISIS ସନ୍ଦିଗ୍ଧ ଆତଙ୍କୀକୁ ଗିରଫ କଲା NIA
ଥାଣେରୁ ଜଣେ ISIS ସନ୍ଦିଗ୍ଧ ଆତଙ୍କୀକୁ ଗିରଫ କଲା NIA

ଥାଣେରୁ ଜଣେ ISIS ସନ୍ଦିଗ୍ଧ ଆତଙ୍କୀକୁ ଗିରଫ କଲା NIA । ଆଜି ସକାଳୁ ଏକାଧିକ ସ୍ଥାନରେ ଜାରି ରହିଥିଲା ଚଢାଉ । ଅଧିକ ପଢନ୍ତୁ

ମୁମ୍ବାଇ: ମହାରାଷ୍ଟ୍ର ଥାଣେ ଜିଲ୍ଲାର ଭିଓ୍ବାଣ୍ଡି ତାଲୁକାରରେ ଆଜି ଜାତୀୟ ତଦନ୍ତକାରୀ ସଂସ୍ଥା (ଏନଆଇଏ) ଚଢାଉ କରିଥିଲା । ଏଥିରେ ଜଣେ ISIS ସନ୍ଦିଗ୍ଧ ଆତଙ୍କୀକୁ ଗିରଫ କରାଯାଇଥିବାର ସୂଚନା ମିଳିଛି । ଏହି ସନ୍ଦିଗ୍ଧର ନାମ ଅକିବ ନାଚାନ ବୋଲି ସୂଚନା ମିଳିଛି । ତାକୁ ଏନଆଇଏ ଟିମ ପଦଘା ବୋରିଭାଲି ଗ୍ରାମରୁ ଗିରଫ କରିଛି । ଏହି ସମାନ ସ୍ଥାନରୁ ଗତମାସ (ଜୁଲାଇ) ଶାର୍ଜିଲ ଶେଖ, ଜୁଲଫିକର ଅଲ୍ଲୀ ବୋରଦଓ୍ବାଲା ନାମକ ଦୁଇ ସନ୍ଦିଗ୍ଧ ଆତଙ୍କୀଙ୍କୁ ମଧ୍ଯ କେନ୍ଦ୍ରୀୟ ସଂସ୍ଥା ଗିରଫ କରିବାରେ ସଫଳ ହୋଇଥିଲା । ଉଭୟଙ୍କୁ ଜେରା ପରେ ମିଳିଥିବା ସୂଚନା ଅନୁସାରେ ଆଜି ସକାଳୁ ଉକ୍ତ ସ୍ଥାନରେ ପୁଣି ସଂସ୍ଥା ଚଢାଉ କରିଥିଲା । ଆଜି ଅନ୍ୟଜଣେ ଅଭିଯୁକ୍ତକୁ ଗିରଫ କରିଛି ସଂସ୍ଥା ।

ମିଳିଥିବା ସୂଚନା ଅନୁସାରେ, ପଦଘା ରୁରାଲ ପୋଲିସ ଷ୍ଟେସନ ଅଞ୍ଚଳରେ ଆଜି ସକାଳେ ଏନଆଇଏ ଟିମ୍‌ ପହଞ୍ଚି ରେଡ ଆରମ୍ଭ କରିଥିଲା । ଆଜି ଗିରଫ ହୋଇଥିବା ସନ୍ଦିଗ୍ଧ ଆତଙ୍କୀ ଅକିବକୁ ପୂର୍ବରୁ ଗୁଜୁରାଟ ଏଟିଏସ ଗିରଫ କରିଥିଲା । ଅନୁସନ୍ଧାନରୁ ଜଣାପଡିଛି ଯେ, ଅକିବ ପୂର୍ବରୁ ଗିରଫ ହୋଇଥିବା ସନ୍ଦିଗ୍ଧ ଆତଙ୍କୀ ଶର୍ଜିଲ ଶେଖ ଏବଂ ଜୁଲଫିକର ଅଲି ବରୋଦାୱାଲା ସହ ସମ୍ପୃକ୍ତ ଥିଲା । ଏହି ତିନିଜଣ ପାକିସ୍ତାନ ଓ ଅନ୍ୟ ଦେଶରୁ ଅପରେଟ ହେଉଥିବା କୁଖ୍ୟାତ ଆତଙ୍କୀ ସଂଗଠନ ଆଇଏସଆଇଏସ ସହ ସମ୍ପୃକ୍ତ ଥିଲେ । ସେମାନେ କିଛି ଯୁବକଙ୍କୁ ଆତଙ୍କୀ ସଂଗଠନ ସହ ସାମିଲ ମଧ୍ୟ କରିଥିବା ନେଇ କେନ୍ଦ୍ରୀୟ ସଂସ୍ଥା ନିକଟରେ ସୂଚନା ମିଳିଛି । ସେମାନେ ଟେରର ଫଣ୍ଡିରେ ସାମିଲ ରହିବା ସହ ଆଇଡି ଓ ଅନ୍ୟ ବିସ୍ଫୋରକ ମଧ୍ୟ ପ୍ରସ୍ତୁତ କରିବା ପ୍ରଶିକ୍ଷଣ ନେଇଥିଲେ ।

ଏହା ମଧ୍ଯ ପଢନ୍ତୁ:- SI shot dead: ପୋଲିସ ଉପରକୁ ଦୁର୍ବୃତ୍ତଙ୍କ ଆଖିବୁଜା ଗୁଳିମାଡ, ଟଳି ପଡିଲେ ଏସଆଇ

ଏହା ପୂର୍ବରୁ ଜୁନ 28 ତାରିଖରେ ଥାଣେରେ ଏକ ବଡ ଧରଣର ଟେରର ମଡ୍ୟୁଲ ଠାବ କରିଥିଲା ଏନଆଇଏ । ଜିଲ୍ଲାର ବିଭିନ୍ନ ସ୍ଥାନରେ ଏକକାଳୀନ 5 ଟି ସ୍ଥାନରେ ଚଢାଉ କରାଯାଇଥିଲା । ଏଥିରେ ଏକାଧିକ ଇଲକ୍ଟ୍ରୋନିକ୍ସ ସାମଗ୍ରୀ ଠାବ କରିବା ସହ ଆଇଏସଆଇଏସ ସହ ଜଡିତ ସାମଗ୍ରୀ ମଧ୍ୟ ଜବତ କରାଯାଇଥିଲା । ଇନପୁଟ ସୂଚନା ଆଧାରରେ ଜାତୀୟ ତଦନ୍ତକାରୀ ସଂସ୍ଥା ଦେଶର ବିଭିନ୍ନ ସ୍ଥାନରେ ଆତଙ୍କବାଦ ନିରୋଧୀ ଅପରେସନ ଜାରି ରଖିଛି । ଅନେକ ସ୍ଥାନରେ ସନ୍ଦିଗ୍ଧଙ୍କୁ ଗିରଫ ମଧ୍ୟ କରାଯାଉଛି । ଗିରଫ ସନ୍ଦିଗ୍ଧଙ୍କ ମଧ୍ୟରେ ଅଧିକାଂଶ ବ୍ୟାନ ଘୋଷିତ ହୋଇଥିବା ଇସଲାମିକ ‘ପିଏଫଆଇ’ ସଂଗଠନ ସହ ଜଡିତ ଥିବା ମଧ୍ୟ ପ୍ରମାଣ ମିଳୁଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.