ETV Bharat / bharat

ନୂଆ ସଂସଦକୁ ‘ମୋଦି ମଲ୍ଟିପ୍ଲେକ୍ସ’ କହିଲା କଂଗ୍ରେସ, ଟାର୍ଗେଟ କଲେ ନଡ୍ଡା

author img

By ETV Bharat Odisha Team

Published : Sep 23, 2023, 5:51 PM IST

ନୂଆ ସଂସଦକୁ ‘ମୋଦି ମଲ୍ଟିପ୍ଲେକ୍ସ’ କହିଲା କଂଗ୍ରେସ, ଟାର୍ଗେଟ କଲେ ନଡ୍ଡା
ନୂଆ ସଂସଦକୁ ‘ମୋଦି ମଲ୍ଟିପ୍ଲେକ୍ସ’ କହିଲା କଂଗ୍ରେସ, ଟାର୍ଗେଟ କଲେ ନଡ୍ଡା

ଅଧିବେଶନ ଶେଷ ହେବା ପରେ ନୂଆ ସଂସଦ ଭବନର ଡିଜାଇନ ନେଇ ପ୍ରଶ୍ନ ଉଠାଇଲା କଂଗ୍ରେସ । ଯୋଗାଯୋଗ ପ୍ରକ୍ରିୟା ଓ ଚର୍ଚ୍ଚାରେ ଅଂଶଗ୍ରହଣ କଷ୍ଟଦାୟକ ଅଭିଯୋଗ କଲା କଂଗ୍ରେସ । ଜୟରାମ ରମେଶ କହିଲେ ନାମକରଣ ହେଉ ‘ମୋଦି ମଲ୍ଟିପ୍ଲେକ୍ସ’ । ପାଲଟା ବର୍ଷିଲା ବିଜେପି । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ନିକଟରେ ସ୍ବତନ୍ତ୍ର ଅଧିବେଶନ ସହ କାର୍ଯ୍ୟକ୍ଷମ ହୋଇଥିବା ନୂତନ ସଂସଦ ଭବନ ନିର୍ମାଣ ଦିନରୁ ହିଁ ବିରୋଧ ଓ ଚର୍ଚ୍ଚାରେ ରହିଆସିଛି । ଏପରକି ଏହାର ଲୋକାର୍ପଣ କାର୍ଯ୍ୟକ୍ରମ ମଧ୍ୟ ବିବାଦରୁ ବାହାରେ ନଥିଲା । ଏବେ କାର୍ଯ୍ୟକାରୀ ହୋଇସାରିଥିବା ଏହି ସଂସଦ ଭବନର ଡିଜାଇନକୁ ନେଇ କଂଗ୍ରେସ ପ୍ରଧାନମନ୍ତ୍ରୀଙ୍କୁ ସମାଲୋଚନା କରିଛି । ଏହି ନୂତନ ବିଶାଳ ଭବନରେ ଗୃହକାର୍ଯ୍ୟ ଓ ଯୋଗାଯୋଗ ପ୍ରକ୍ରିୟା କଷ୍ଟସାଧ୍ୟ ବୋଲି କହି ଏହି ସଂସଦ ଭବନକୁ ‘ମୋଦି ମଲ୍ଟିପ୍ଲେକ୍ସ’ ନାମିତ କରାଯିବାର ଆବଶ୍ୟକତା ରହିଥିବା କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ତଥା ଦଳର ଜାତୀୟ ସାଧାରଣ ସମ୍ପାଦକ ଜୟରାମ ରମେଶ ।

  • Even by the lowest standards of the Congress Party, this is a pathetic mindset. This is nothing but an insult to the aspirations of 140 crore Indians.

    In any case, this isn’t the first time Congress is anti-Parliament. They tried in 1975 and it failed miserably.😀 https://t.co/QTVQxs4CIN

    — Jagat Prakash Nadda (@JPNadda) September 23, 2023 " class="align-text-top noRightClick twitterSection" data=" ">

ଜୟରାମ ରମେଶ ଏକ୍ସରେ ଟ୍ବିଟ କହି କହିଛନ୍ତି, ‘‘ ନୂତନ ସଂସଦ ଭବନ ପ୍ରକୃତରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟକୁ ସ୍ପଷ୍ଟ ଭାବରେ ଦର୍ଶାଉଛି । ଏହାକୁ‘ ମୋଦି ମଲ୍ଟିପ୍ଲେକ୍ସ’ କିମ୍ବା ‘ମୋଦି ମ୍ୟାରିଅଟ୍’ ଭାବେ ବିବେଚନା କରାଯିବା ଉଚିତ୍ । ଚାରି ଦିନ (ସଂସଦ ସ୍ବତନ୍ତ୍ର ଅଧିବେଶନ)ରେ ଅଂଶଗ୍ରହଣ ପରେ, ମୁଁ ଦେଖିଲି ଯେ ଉଭୟ ଗୃହ ଭିତରେ ଏବଂ ଲବିରେ ବାର୍ତ୍ତାଳାପ, ପାରସ୍ପରିକ ଯୋଗାଯୋଗ ପ୍ରକ୍ରିୟା କ୍ରିୟାଶୂନ୍ୟ ହୋଇପଡିଛି । ସମ୍ବିଧାନ ପୁନଃଲିଖନ ନକରି ମଧ୍ୟ ପ୍ରଧାନମନ୍ତ୍ରୀ ତାକୁ ପରିବର୍ତ୍ତନ କରିବାରେ ସଫଳ ହୋଇଛନ୍ତି । ସ୍ଥିତି ଏପରି ଯେ, ଗୃହରେ ସଦସ୍ୟମାନେ ପରସ୍ପରକୁ ଦେଖିବା ପାଇଁ ମଧ୍ୟ ବାଇନାକୁଲାର ବ୍ୟବହାର ଆବଶ୍ୟକ ପଡିବା ପରି ମନେ ହେଉଛି । ଉଭୟ ହଲ୍ଗୁଡିକ ଆରାମଦାୟକ କିମ୍ବା କମ୍ପାକ୍ଟ ନୁହେଁ ।’’

‘‘ପୁରୁଣା ସଂସଦ ଭବନରେ ବାର୍ତ୍ତାଳାପ ପ୍ରକ୍ରିୟା ବେଶ ସୁଗମ ଥିଲା । ଉଭୟ ଗୃହ ଓ କେନ୍ଦ୍ରୀୟ ହଲ ସମେତ କରିଡର ମଧ୍ୟରେ ଯାତାୟତ କରିବା ମଧ୍ୟ ସହଜ ଥିଲା । ହେଲେ ଏବେ ଏହି ନୂତନ ବିଲ୍ଡିଂ ପୂର୍ବ ଭବନର ପୁରା ବିପରୀତ । ଦୁଇ ଗୃହ ମଧ୍ୟରେ ଦ୍ରୁତ ସମନ୍ୱୟ ବର୍ତ୍ତମାନ ଅତ୍ୟନ୍ତ କଷ୍ଟଦାୟକ । ସ୍ଥିତି ଏପରି ଯେ, ଜଣେ ସଦସ୍ୟ ଗୃହରେ ହଜିଗଲେ, ବାହାରକୁ ବାହାରିବା ପାଇଁ ରାସ୍ତା ପାଇବେ ନାହିଁ । ମୁଁ ପୁରୁଣା ଭବନ ପରିଦର୍ଶନ କରିବାକୁ ଆଗ୍ରହୀ ଥିଲି । ହେଲେ ଏବେ ନୂତନ ଭବନ ଅତ୍ୟନ୍ତ କଷ୍ଟଦାୟକ ପରି ଅନୁଭବ ହେଉଛି ।’’

ଏହା ମଧ୍ୟ ପଢନ୍ତୁ:- ପୁଣି ଗୋଟିଏ କଥା ଦୋହରାଇଲେ ଟ୍ରୁଡୋ, କହିଲେ ‘ଆମ ଅଭିଯୋଗକୁ ଗୁରୁତ୍ୱ ଦେଉ ଭାରତ, ଆମକୁ ସହଯୋଗ କରୁ’

ତେବେ କଂଗ୍ରେସ ସଂସଦ ଭବନ ଡିଜାଇନିଂକୁ ନେଇ ଅସନ୍ତୋଷ ବ୍ୟକ୍ତ କରିବା ପରେ ଏହାକୁ ନେଇ କଡା ଟିପ୍ପଣୀ କରିଛନ୍ତି ଭାରତୀୟ ଜନତା ପାର୍ଟି ଅଧ୍ୟକ୍ଷ ଜେପି ନଡ୍ଡା । ଏକ୍ସରେ କଂଗ୍ରେସକୁ ଟାର୍ଗେଟ କରି ନଡ୍ଡା କହିଛନ୍ତି, ‘‘ଏପରି ମନ୍ତବ୍ୟ କଂଗ୍ରେସ ଦଳର ନିଚ୍ଚ ମାନଦଣ୍ଡ ଓ ହୀନ ମାନସିକତା ମଧ୍ୟ । ଏପରି ମନ୍ତବ୍ୟ 140 କୋଟି ଭାରତୀୟଙ୍କ ଆକାଂକ୍ଷାକୁ ଅପମାନ କରିବା ଛଡା ଆଉ କିଛି ନୁହେଁ । ’’

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.