ETV Bharat / bharat

ISISର ଆତଙ୍କବାଦ ଷଡଯନ୍ତ୍ର ପଣ୍ଡ: ଟାର୍ଗେଟରେ ଥିଲା ରାମ ମନ୍ଦିର, ୨୬/୧୧ ଠାରୁ ଆହୁରି ବଡ଼ ଆକ୍ରମଣ ଯୋଜନା ଚାଲିଥିଲା

author img

By ETV Bharat Odisha Team

Published : Oct 4, 2023, 7:36 AM IST

ଭାରତରେ ISISର ବଡ ଆତଙ୍କବାଦ ଷଡଯନ୍ତ୍ର ପଣ୍ଡ
ଭାରତରେ ISISର ବଡ ଆତଙ୍କବାଦ ଷଡଯନ୍ତ୍ର ପଣ୍ଡ

ଭାରତରେ ୨୬/୧୧ ଆକ୍ରମଣଠାରୁ ଆହୁରି କିଛି ଭୟଙ୍କର କରିବାକୁ ଷଡ଼ଯନ୍ତ୍ର ରଚିଥିଲା ISIS । ୩ ଆତଙ୍କୀଙ୍କୁ ଗିରଫ କରିବା ସହ ISISର ଆତଙ୍କୀ ଯୋଜନା ପଣ୍ଡ କଲା ଏନଆଇଏ । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ସୋମବାର ଧରାପଡ଼ିଥିବା ୩ ସନ୍ଦିଗ୍ଧ ଆଇଏସଆଇଏସ ଆତଙ୍କବାଦୀଙ୍କୁ ନେଇ ଚାଞ୍ଚଲ୍ୟକର ଖୁଲାସା ହୋଇଛି । ସେମାନେ ଭାରତରେ ୨୬/୧୧ଠାରୁ ଆହୁରି ବଡ଼ ଆକ୍ରମଣ ଷଡ଼ଯନ୍ତ୍ର କରୁଥିଲେ । ଆଯୋଧ୍ୟା ରାମ ମନ୍ଦିର ଆତଙ୍କୀଙ୍କ ଟାର୍ଗେଟରେ ଥିଲା । ଏଥିସହ ଦିଲ୍ଲୀ, ଉତ୍ତର ପ୍ରଦେଶ, ହରିୟାଣାର କେତେକ ବଡ଼ ବଡ଼ ରାଜନେତାଙ୍କୁ ସେମାନେ ନିଶାଣା କରିଥିଲେ । ଏନେଇ ତଦନ୍ତ ପ୍ରକ୍ରିୟା ସହ ଜଡିତ ଜଣେ ବରିଷ୍ଠ ଅଧିକାରୀ ମଙ୍ଗଳବାର ସୂଚନା ଦେଇଛନ୍ତି ।

ଭାରତରେ ISISର ବଡ ଆତଙ୍କବାଦ ଷଡଯନ୍ତ୍ର ପଣ୍ଡ
ଭାରତରେ ISISର ବଡ ଆତଙ୍କବାଦ ଷଡଯନ୍ତ୍ର ପଣ୍ଡ

ଗିରଫ ୩ ଆତଙ୍କୀଙ୍କ ମଧ୍ୟରୁ ମହମ୍ମଦ ଶେହନୱାଜ ଜାତୀୟ ତଦନ୍ତକାରୀ ସଂସ୍ଥା(NIA)ର ମୋଷ୍ଟ ୱାଣ୍ଟେଡ ଲିଷ୍ଟ୍‌ରେ ଥିଲା । ଗତ ମାସରେ ଏନଆଇଏ ଶେହନୱାଜ ସହିତ ଅନ୍ୟ ଦୁଇ ଜଣଙ୍କ ସମ୍ପର୍କରେ ସୂଚନା ଦେବା ଲୋକଙ୍କୁ ୩ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ରାଶି ପ୍ରଦାନ କରିବାକୁ ଘୋଷଣା କରିଥିଲା । ତଦନ୍ତକାରୀ ଏଜେନ୍ସିର ବରିଷ୍ଠ ଅଧିକାରୀଙ୍କ କହିବା ମୁତାବକ, "ପାକିସ୍ତାନରେ ଥିବା ହ୍ୟାଣ୍ଡଲରଙ୍କ ଠାରୁ ଗିରଫ ଆତଙ୍କବାଦୀମାନଙ୍କୁ ନିର୍ଦ୍ଦେଶ ମିଳୁଥିଲା । ସେମାନେ ଦିଲ୍ଲୀ, ୟୁପି, ହରିୟାଣା, ମଧ୍ୟପ୍ରଦେଶ ପ୍ରଭୃତି ବିଭିନ୍ନ ରାଜ୍ୟରେ କିଛି ଭୟଙ୍କର ଘଟାଇବାକୁ ଯୋଜନା କରୁଥିଲେ । ୨୬/୧୧ ମୁମ୍ବାଇ ଆକ୍ରମଣଠାରୁ ଆହୁରି ବଡ଼ ଆଟାକ୍ କରିବା ପାଇଁ ସେମାନଙ୍କ ଯୋଜନା ଥିଲା ।

ବୋମା ତିଆରିରେ ପାରଙ୍ଗମ ଥିଲେ ଗିରଫ ଆତଙ୍କୀ:

ସୋମବାର ଦିନ NIA ହାତରେ ଧରାପଡିଥିବା ୩ ଜଣ ଆତଙ୍କୀ ଇଞ୍ଜିନିୟର ଏବଂ ବୋମା ତିଆରି କରିବାରେ ପାରଙ୍ଗମ ଥିଲେ । ସେମାନଙ୍କୁ ଗିରଫ କରାଯିବା ପରେ ଏବେ ପଚରାଉଚରା କରାଯାଉଛି । ଶେହନୱାଜକୁ ଦିଲ୍ଲୀରୁ ଗିରଫ କରାଯାଇଥିବା ବେଳେ ରିଜୱାନ ଓ ଅସରଫ ଯଥାକ୍ରମେ ୟୁପିର ଲକ୍ଷ୍ନୌ ଓ ମୁରାଦାବାଦରୁ ଗିରଫ ହୋଇଥିଲେ । ତେବେ ବଢୁଥିବା ଆତଙ୍କବାଦ ବିପଦ ଉପରେ ଆଲୋଚନା କରିବାକୁ କେନ୍ଦ୍ର ତଥା ରାଜ୍ୟର ଶୀର୍ଷ ଗୁଇନ୍ଦା ଏଜେନ୍ସିଗୁଡିକ ଦିଲ୍ଲୀ ଠାରେ ଏକାଠି ହେବାକୁ ଯାଉଥିବା ସମୟରେ ସମ୍ପୃକ୍ତ ୩ ଆତଙ୍କୀଙ୍କ ଗିରଫଦାରୀ ଏବଂ ଭାରତରେ ଆତଙ୍କ ଖେଳାଇବାକୁ ଆଇଏସଆଇଏସର ବଡ ଷଡ଼ଯନ୍ତ୍ରର ପର୍ଦ୍ଦାଫାସ ହୋଇଛି ।

କାଲିଠୁ ଦିଲ୍ଲୀରେ ଆଣ୍ଟି ଟେଟର କନଫରେନ୍ସ:

ପ୍ରକାଶ ଥାଉକି, ଆସନ୍ତା ଗୁରୁବାରଠାରୁ ଜାତୀୟ ତଦନ୍ତକାରୀ ସଂସ୍ଥା(NIA) ପକ୍ଷରୁ ଦିଲ୍ଲୀରେ ଦୁଇ ଦିନିଆ ଆଣ୍ଟି-ଟେରର୍‌ କନଫରେନ୍ସ ଆୟୋଜିତ ହେଉଛି । ଗୃହମନ୍ତ୍ରୀ ଅମିତ ଶାହା ଏହାକୁ ଉଦ୍‌ଘାଟନ୍‌ କରିବେ । ଏଥିରେ ସାରା ଦେଶରୁ ଆଣ୍ଟି ଟେରର ସ୍କ୍ବାର୍ଡ ମୁଖ୍ୟମାନେ ଯୋଗ ଦେବେ । ଏନଆଇଏ, ର', ଆଇବି ମୁଖ୍ୟ ଏବଂ ରାଜ୍ୟର ଜିଡିପିମାନଙ୍କ ସମେତ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ କନଫରେନ୍ସରେ ସାମିଲ ହେବା ନେଇ ସୂଚନା ରହିଛି । କନଫରେନ୍ସରେ ଗ୍ୟାଙ୍ଗଷ୍ଟାର ଓ ଆତଙ୍କବାଦୀଙ୍କ ମଧ୍ୟରେ ବଢୁଥିବା ସମ୍ପର୍କ ଏବଂ ଭାରତ ବିରୋଧୀ ଗତିବିଧିଙ୍କୁ ପ୍ରୋତ୍ସାହନ ପାଇଁ ନିଶାଦ୍ରବ୍ୟର ବ୍ୟବହାର ପ୍ରସଙ୍ଗକୁ ଅଧିକ ଫୋକସ କରାଯିବା ସହ ଖଲିସ୍ତାନୀ ଆତଙ୍କବାଦୀ ବିରୋଧରେ ଲଢେଇ ପାଇଁ ରଣନୀତି ଉପରେ ଆଲୋଚନା ହେବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.