ETV Bharat / bharat

ଆମେରିକୀୟ କଂଗ୍ରେସ ପ୍ରତିନିଧିମଣ୍ଡଳୀଙ୍କୁ ଭେଟିଲେ ମୋଦି

author img

By

Published : Nov 14, 2021, 11:44 AM IST

ଆମେରିକୀୟ କଂଗ୍ରେସ ପ୍ରତିନିଧିମଣ୍ଡଳୀଙ୍କୁ ଭେଟିଲେ ମୋଦି
ଆମେରିକୀୟ କଂଗ୍ରେସ ପ୍ରତିନିଧିମଣ୍ଡଳୀଙ୍କୁ ଭେଟିଲେ ମୋଦି

ଆମେରିକାର ଉଚ୍ଚସ୍ତରୀୟ କଂଗ୍ରେସ ପ୍ରତିନିଧିମଣ୍ଡଳଙ୍କ ସହ ପିଏମ ମୋଦିଙ୍କ ବୈଠକ । ବିଭିନ୍ନ ପ୍ରସଙ୍ଗ ଉପରେ ହେଲା ବିସ୍ତୃତ ଆଲୋଚନା । କୋଭିଡ ବିରୋଧରେ ଭାରତର ଲଢେଇ ପ୍ରଶଂସା କଲେ ପ୍ରତିନିଧିମଣ୍ଡଳୀ । ଅଧିକ ପଢନ୍ତୁ...

ନୂଆଦିଲ୍ଲୀ: ଶନିବାର ଆମେରିକାର ଉଚ୍ଚସ୍ତରୀୟ କଂଗ୍ରେସ ପ୍ରତିନିଧିମଣ୍ଡଳୀକୁ ଭେଟିଛନ୍ତି ପିଏମ ମୋଦି । ସାକ୍ଷାତକାର ଅବସରରେ ଉଭୟଙ୍କ ମଧ୍ୟରେ ଦ୍ବିପାକ୍ଷିକ ବିସ୍ତୃତ ଆଲୋଚନା ହୋଇଛି । ବୈଠକରେ ସିନେଟର ଜନ କାର୍ନିନ, କୋଚ୍ ଟମି ଟୁବେରଭିଲେ(Coach Tommy Tuberville ), ରିପବ୍ଲିକାନ ନେତା ଜେକ୍ ଇଲଜେ(Rep. Jake Ellzey), ଟୋନି ଗୋଞ୍ଜାଲେସ(Rep. Tony Gonzales), ସିନେଟର ମାଇକ କ୍ରାପୋ(Senator Mike Crapo) ପ୍ରମୁଖ ଉପସ୍ଥିତ ରହିଛନ୍ତି । ଏଥିରେ କୋରୋନା ବିରୁଦ୍ଧରେ ଭାରତର ଲଢେଇ ସମ୍ପର୍କରେ ମଧ୍ୟ ଚର୍ଚ୍ଚା ହୋଇଛି ଏବଂ କୋଭିଡକୁ ମାତ୍ ଦେବାରେ ଭାରତକୁ ପ୍ରତିନିଧିମଣ୍ଡଳୀ ଖୁବ୍ ପ୍ରଶଂସା କରିଛନ୍ତି ।

ଭାରତ ଉଚିତ୍ ପଦକ୍ଷେପ ଯୋଗୁଁ କୋରୋନା ମହାମାରୀ ଉପରେ କାବୁ ପାଇଛି ବୋଲି ପ୍ରତିନିଧି ମଣ୍ଡଳୀ କହିଛନ୍ତି । ଏଥିସହ ସିନେଟର ଜନ କାର୍ନିନ(Senator John Cornyn) ଦକ୍ଷିଣ ଏସିଆ ଏବଂ ଇଣ୍ଡୋ-ପାସିଫିକ ଅଞ୍ଚଳରେ ବିକାଶ ସମ୍ବନ୍ଧୀୟ ମୁଦ୍ଦା ଉପରେ ଚର୍ଚ୍ଚା କରିଛନ୍ତି । ପିଏମ ମୋଦି ମଧ୍ୟ ଲୋକତାନ୍ତ୍ରିକ ମୂଲ୍ୟ ସମ୍ପର୍କରେ ବୈଠକରେ ଆଲୋଚନା କରିଛନ୍ତି । କୋଭିଡ ଯୁଦ୍ଧରେ ଲୋକଙ୍କ ସହଭାଗିତା ଏହାକୁ ଏକ ଜନଆନ୍ଦୋଳନର ରୂପ ଦେଇଛି । ଯଦ୍ବାରା ଭାରତ ମହାମାରୀକୁ ନିୟନ୍ତ୍ରଣ କରିପାରିଛି ବୋଲି କହିଛନ୍ତି ପିଏମ । ଏଥିସହ ଭାରତ-ଆମେରିକା ମଧ୍ୟରେ ଗ୍ଲୋବାଲ ଷ୍ଟ୍ରାଟେଜିକ ପାର୍ଟନରସିପ ମଜବୁତ କରିବାରେ ଆମେରିକୀୟ କଂଗ୍ରେସର ସମର୍ଥନକୁ ସେ ପ୍ରଶଂସା କରିଛନ୍ତି ।

ଭାରତ-ଆମେରିକା ମଧ୍ୟରେ ମଜବୁତ ସମ୍ପର୍କ ବିଶ୍ବଶାନ୍ତି ରକ୍ଷା କରିବା ଦିଗରେ ସହାୟକ ହେବ । ଦୁଇ ରାଷ୍ଟ୍ର ମଧ୍ୟରେ ବନ୍ଧୁତ୍ବପୂର୍ଣ୍ଣ ସମ୍ପର୍କ ପଛରେ ଆମେରିକୀୟ କଂଗ୍ରେସ ମହତ୍ବ ଯୋଗଦାନ ରହିଛି । ଆତଙ୍କବାଦ, ଜଳବାୟୁ ପରିବର୍ତ୍ତନ ଭଳି ମହତ୍ତ୍ବପୂର୍ଣ୍ଣ ପ୍ରସଙ୍ଗରେ ଦୁଇ ରାଷ୍ଟ୍ର ଏକତ୍ର କାର୍ଯ୍ୟ କରିବେ ବୋଲି ବୈଠକରେ ଆଲୋଚନା ହୋଇଥିବା ସୂଚନା ମିଳିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.