ତିରୁପତି ମନ୍ଦିରକୁ କୋଟିଏ ଟଙ୍କା ଦାନ କରି ଚର୍ଚ୍ଚାରେ ମୁସଲିମ ଦମ୍ପତି

author img

By

Published : Sep 21, 2022, 1:24 PM IST

ତିରୁପତି ମନ୍ଦିରକୁ ୧କୋଟି ଟଙ୍କା ଦାନ କରି ଚର୍ଚ୍ଚାରେ ମୁସଲମାନ ଦମ୍ପତି

ମଙ୍ଗଳବାର ତିରୁପତି ମନ୍ଦିରକୁ ୧ କୋଟି ଟଙ୍କା ଦାନ କରି ଚର୍ଚ୍ଚାରେ ତାମିଲନାଡୁର ମୁସଲମାନ ଦମ୍ପତି(A Muslim couple donated one crore rupees to TTD) । ତାମିଲନାଡୁ ଚେନ୍ନାଇର ଦମ୍ପତି ସୁବିନା ବାନୁ ଏବଂ ଅବଦୁଲ ଘାନି ମଙ୍ଗଳବାର ନିଜ ଛୁଆଙ୍କ ସହ ଯାଇ ତିରୁପତି ଦେବାସ୍ଥାନମ(TTD)କୁ ୧କୋଟି ଟଙ୍କା ଦାନ କରିଥିଲେ(chennai muslim family donation to tirumala) । ଅଧିକ ପଢନ୍ତୁ

ଅମରାବତୀ: ମୁସଲମାନ ଭକ୍ତଙ୍କ ବଦାନ୍ୟତା । ତିରୁପତି ମନ୍ଦିରକୁ ୧କୋଟି ଟଙ୍କା ଦାନ କରି ଚର୍ଚ୍ଚାରେ ତାମିଲନାଡୁର ମୁସଲମାନ ଦମ୍ପତି(A Muslim couple donated one crore rupees to TTD) । ତାମିଲନାଡୁ ଚେନ୍ନାଇର ଦମ୍ପତି ସୁବିନା ବାନୁ ଏବଂ ଅବଦୁଲ ଘାନି ମଙ୍ଗଳବାର ନିଜ ଛୁଆଙ୍କ ସହ ଯାଇ ତିରୁପତି ଦେବାସ୍ଥାନମ(TTD)କୁ ୧କୋଟି ଟଙ୍କା ଦାନ କରିଥିଲେ(chennai muslim family donation to tirumala) । ଏହି ବ୍ୟବସାୟୀ ଦମ୍ପତି TTDକୁ ଏକ ଚେକ୍ ପ୍ରଦାନ କରିଥିଲେ । ଯାହାକୁ ନେଇ ଏହି ଦମ୍ପତିଙ୍କ ନାମରେ ଅନେକ ଚର୍ଚ୍ଚା ହେଉଛି ।

ଏହି ମୁସଲମାନ ଦମ୍ପତିଙ୍କ ଦ୍ବାରା ପ୍ରଦାନ କରାଯାଇଥିବା ୧ କୋଟି ଟଙ୍କା ମଧ୍ୟରୁ ତିରୁମାଲାର ଆଧୁନିକୀକରଣ ହୋଇଥିବା ଶ୍ରୀପଦ୍ମାବତୀ ବିଶ୍ରାମ ଗୃହରେ ଏସଭି ଅନ୍ନପ୍ରସାଦ ଟ୍ରଷ୍ଟକୁ 15 ଲକ୍ଷ ଟଙ୍କା ଏବଂ ନୂତନ ଆସବାବପତ୍ର ଏବଂ ରୋଷେଇ ଘରର ବାସନ ପାଇଁ 87 ଲକ୍ଷ ଟଙ୍କା ଦାନ କରାଯାଇଛି । ତିରୁମାଲା ମନ୍ଦିରର ରଙ୍ଗନାୟକୁଲା ମଣ୍ଡପରେ ଟିଟିଡି କାର୍ଯ୍ୟନିର୍ବାହୀ ଅଧିକାରୀ ଏ.ଭି ଧର୍ମ ରେଡ୍ଡୀଙ୍କୁ ଏକ ଡିମାଣ୍ଡ ଡ୍ରାଫ୍ଟ ହସ୍ତାନ୍ତର କରିଥିଲେ । ଦାନ କରିବା ପୂର୍ବରୁ ଏହି ଦମ୍ପତି ତିରୁପତିଙ୍କୁ ଦର୍ଶନ କରି ଆର୍ଶୀବାଦ ଭିକ୍ଷା କରିଥିଲେ ।

ଏହା ମଧ୍ୟ ପଢନ୍ତୁ: ଥିରୁମାଲା ପ୍ରଭୁ ବାଲାଜୀଙ୍କୁ ୨.୪୫ କୋଟିର ଅଳଙ୍କାର ଦାନ କଲେ ଭକ୍ତ

ତେବେ ଏକ ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ, ଏହି ମୁସଲମାନ ବ୍ୟକ୍ତି ଅବଦୁଲ ଘାନିଙ୍କ ହିନ୍ଦୁ ମନ୍ଦିରକୁ ଦାନ କରିବା ଏହା ପ୍ରଥମ ଘଟଣା ନୁହେଁ । ଏହା ପୂର୍ବରୁ ସେ ବାଲାଜୀ ମନ୍ଦିରକୁ ମଧ୍ୟ ଦାନ କରିଥିଲେ । 2020 ମସିହା କୋଭିଡ -19 ମହାମାରୀ ସମୟରେ ମନ୍ଦିର ପରିସରରେ ଡିଜେନ୍ଫେକ୍ଟାଣ୍ଟ ସ୍ପ୍ରେ କରିବା ପାଇଁ ଏକ ମଲ୍ଟି-ଡାଇମେନ୍ସନାଲ ଟ୍ରାକ୍ଟର-ମାଉଣ୍ଟେଡ ସ୍ପ୍ରେର ଦାନ କରିଥିଲେ । ଏହାପୂର୍ବରୁ ସେ ପନିପରିବା ପରିବହନ ପାଇଁ ମନ୍ଦିରକୁ 35 ଲକ୍ଷ ରେଫ୍ରିଜରେଟର ଟ୍ରକ ଦାନ କରିଥିଲେ ।

ଏହା ପୂର୍ବରୁ ଗତ ଶୁକ୍ରବାର ଦିନ ରିଲାଇନ୍ସ କମ୍ପାନୀ ଅଧ୍ୟକ୍ଷ ମୁକେଶ ଅମ୍ବାନୀ(Reliance chairman Mukesh Ambani) ତିରୁମାଲା ମନ୍ଦିରକୁ ୧.୫୦ କୋଟି ଟଙ୍କା ପ୍ରଦାନ କରିଥିଲେ । ଆନ୍ଧ୍ରପ୍ରଦେଶର ପ୍ରସିଦ୍ଧ ପାହାଡରେ ଅମ୍ବାନୀ ପ୍ରାର୍ଥନା କରିବା ପରେ TTD EO ଧର୍ମରେଡ୍ଡିଙ୍କୁ ଚେକ ପ୍ରଦାନ କରିଥିଲେ । ଏହା ପୂର୍ବରୁ ଅନ୍ୟ ଅକ ଭକ୍ତ ଏହାପୂର୍ବରୁ ଅନ୍ୟ ଜଣେ ଭକ୍ତ 2010 ମସିହାରେ ତିରୁମାଲା ମନ୍ଦିରକୁ 5 କୋଟି ଟଙ୍କା ଦାନ କରିଥିଲେ ।

ଗତ ଜୁନ ୧୦ ତାରଖ ଦିନ ସରୋଜ ସୂର୍ଯ୍ୟନାରାୟଣମ ନାମକ ଚେନ୍ନାଇର ଜଣେ ଭକ୍ତ ଭେଙ୍କଟେଶ୍ବରସ୍ବାମୀଙ୍କୁ୪.୧୫୦ ଗ୍ରାମର ଅଳଙ୍କାର TTD EO ଧର୍ମରେଡ୍ଡିଙ୍କୁ ଗୁରୁବାର ସନ୍ଧ୍ୟାରେ ପ୍ରଦାନ କରିଥିଲେ । ଦାନ ଅଳଙ୍କାରର ମୂଲ୍ୟ ୨.୪୫ କୋଟି ଟଙ୍କା ହେବ ବୋଲି ଭକ୍ତ ଜଣଙ୍କ କହିଥିଲେ । ଅଳଙ୍କାର ସହିତ TTDକୁ ଚେନ୍ନାଇରେ ୩.୫୦ କୋଟି ଟଙ୍କା ମୂଲ୍ୟର ଜମି ଦାନ କରିବାକୁ ମଧ୍ୟ ଘୋଷଣା କରିିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.