ଥିରୁମାଲା ପ୍ରଭୁ ବାଲାଜୀଙ୍କୁ ୨.୪୫ କୋଟିର ଅଳଙ୍କାର ଦାନ କଲେ ଭକ୍ତ

By

Published : Jun 10, 2022, 3:42 PM IST

Updated : Feb 3, 2023, 8:23 PM IST

thumbnail

ଥିରୁମାଲା(ଆନ୍ଧ୍ରପ୍ରଦେଶ): ଥୀରୁମାଲା ପ୍ରଭୁ ବାଲାଜୀଙ୍କୁ ଜଣେ ଭକ୍ତ ଏକ ବଡ ଦାନ କରିଛନ୍ତି । ଭେଙ୍କଟେଶ୍ବରସ୍ବାମୀଙ୍କୁ ଗୋଲ୍ଡ କାସୁଲା ହାରାମ ଓ ଯଜନୋପାବିଥମ ଦାନ କରାଯାଇଛି । ସରୋଜ ସୂର୍ଯ୍ୟନାରାୟଣମ ନାମକ ଚେନ୍ନାଇର ଜଣେ ଭକ୍ତ ୪.୧୫୦ ଗ୍ରାମର ଅଳଙ୍କାର TTD EO ଧର୍ମରେଡ୍ଡିଙ୍କୁ ଗୁରୁବାର ସନ୍ଧ୍ୟାରେ ପ୍ରଦାନ କରିଛନ୍ତି । ଦାନ ଅଳଙ୍କାରର ମୂଲ୍ୟ ୨.୪୫ କୋଟି ଟଙ୍କା ହେବ ବୋଲି ଭକ୍ତ ଜଣଙ୍କ କହିଛନ୍ତି । ଅଳଙ୍କାର ସହିତ TTDକୁ ଚେନ୍ନାଇରେ ୩.୫୦ କୋଟି ଟଙ୍କା ମୂଲ୍ୟର ଜମି ଦାନ କରିବାକୁ ମଧ୍ୟ ଘୋଷଣା କରିଛନ୍ତି । ତେବେ ଆୟକର ଅଧିକାରୀଙ୍କ ଯାଞ୍ଚ ପରେ ଔପଚାରିକ ଭାବେ ଦାନ ସାମଗ୍ରୀ ଗ୍ରହଣ କରିବେ ବୋଲି TTD ଭକ୍ତଙ୍କୁ କହିଛନ୍ତି ।

Last Updated : Feb 3, 2023, 8:23 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.