ETV Bharat / bharat

ବାରମ୍ବାର ହେଲା ଦେହଖରାପ, ଶିଶୁକୁ ତିନି ମହଲା ଛାତରୁ ଫିଙ୍ଗିଦେଲା ମାଆ

author img

By

Published : Jan 3, 2023, 5:06 PM IST

mother killed her daughter
ଶିଶୁକୁ ହତ୍ୟା କଲା ମାଆ

ଅହମ୍ମଦାବାଦରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ବାରମ୍ବାର ଅସୁସ୍ଥ ହେବାରୁ ଅତିଷ୍ଟ ହୋଇ ନିଦ ଦୁଇ ମାସର ଶିଶୁୁକନ୍ୟାକୁ ହସ୍ପିଟାଲର ତିନି ମହଲା ଛାତରୁ ଫିଙ୍ଗିଦେଲା ମାଆ । ଅଧିକ ପଢ଼ନ୍ତୁ

ଗାନ୍ଧୀନଗର: ମରିଗଲା ମମତା । ସଇତାନ ସାଜିଲା ମାଆ । ଜନ୍ମକଲା ଝିଅକୁ ତୃତୀୟ ମହଲାରୁ ଫିଙ୍ଗିଦେଲା ମାଆ । ଗୁଜୁରାଟର ଅହମ୍ମଦାବାଦ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି । ଅହମ୍ମଦାବାଦ ସ୍ଥିତ ସିଭିଲ ହସ୍ପିଟାଲରେ ଚିକିତ୍ସାରତ ମାଆ ନିଜ ଦୁଇ ମାସର ଶିଶୁକନ୍ୟାକୁ ତିନି ମହଲା ଛାତରୁ ଫିଙ୍ଗି ଦେଇଛନ୍ତି । ଯେଉଁଥିରେ ଶିଶୁଟିର ମୃତ୍ୟୁ ଘଟିଛି । ସିସିଟିଭି ଫୁଟେଜରୁ ଏହି ଘଟଣା ସାମ୍ନାକୁ ଆସିଛି । ଏନେଇ ପୋଲିସ ତଦନ୍ତ କରି ମହିଳାଙ୍କୁ ଗିରଫ କରି ପଚରାଉଚରା କରୁଛି ।

ଅହମ୍ମଦାବାଦ ସହରର ଶାହାବାଗ ଥାନାରେ ଏହି ଘଟଣା ନେଇ ଅଭିଯୋଗ ହୋଇଛି । ଆନନ୍ଦ ଜିଲ୍ଲାର ପେଟଲାଡ ବାସିନ୍ଦା ମିୟା ମଲେକଙ୍କ ବିବାହ ଫରଜାନାବାନୁଙ୍କ ସହ ହୋଇଥିଲା । 2 ମାମ ପୂର୍ବରୁ ତାଙ୍କର ଏକ କନ୍ୟା ସନ୍ତାନ ଜନ୍ମ ହୋଇଛି । ପିଲାଟି ଜନ୍ମ ହେବା ମାତ୍ରେ ସ୍ବାସ୍ଥ୍ୟଗତ ସମସ୍ୟା ଦେଖାଦେବାରୁ ପିତାମାତା 24 ଦିନ ଯାଏ ହସ୍ପିଟାଲରେ ଭର୍ତ୍ତି କରାଇଥିଲେ । ପିଲାଟି ଦୂଷିତ ପାଣି ପିଇବାରୁ ଅସୁସ୍ଥ ହୋଇଥିବା ଡାକ୍ତର କହିଥିଲେ । ଏହାର କିଛି ଦିନପରେ ଶିଶୁର ଖାଦ୍ୟ ନଳୀ ବାହାରକୁ ଆସିଯାଇଥିବା ହେତୁ ପୁଣି ଥରେ ହସ୍ପିଟାଲରେ ଚିକିତ୍ସା କରାଗଲା । ସେଠାରୁ ନାଡିୟାଦ ସିଭିଲ ହସ୍ପିଟାଲକୁ ସ୍ଥାନାନ୍ତର କରିବା ପାଇଁ ଡାକ୍ତର କହିଥିଲେ ।

ହସ୍ପିଟାଲରେ ତୃତୀୟ ମହଲାରେ ଥିବା ୱାର୍ଡରେ ଶିଶୁକୁ ଭର୍ତ୍ତି କରାଯାଇଥିଲା । ଫରଜାନାବାନୁ ହସ୍ପିଟାଲରେ ରହୁଥିଲେ। ଜାନୁଆରୀ 1 ତାରିଖ ସନ୍ଧ୍ୟା ପ୍ରାୟ 5ଟା ସମୟରେ ମିୟା ମଲେକ ବାହାରେ ଥିବା କକ୍ଷରେ ବିଶ୍ରାମ ନେଉଥିଲେ । ଏହି ସମୟରେ ପତ୍ନୀ ଝିଅ ନିଖୋଜ ଥିବା କହିଥିଲେ । ଏହାପରେ ଝିଅକୁ ଚାରିଆଡ଼େ ଖୋଜିବା ସହ ପୋଲିସକୁ ମଧ୍ୟ ସୂଚନା ଦିଆଯାଇଥିଲା । ଡାକ୍ତରଖାନା ପରିସରରେ ଲାଗିଥିବା ସିସିଟିଭି ଯାଞ୍ଚ କରାଯାଇଥିଲା । ଯେଉଁଥିରେ ଶିଶୁର ମାଆ ଛାତରେ ଠିଆ ହୋଇଥିବା ଦେଖିବାକୁ ମିଳିଥିଲେ ।

ପଚରାଉଚରା କରିବା ପରେ ସତ୍ୟତା ସାମ୍ନାକୁ ଆସିଥିଲା । ବାରାମ୍ବାର ଶିଶୁ ଅସୁସ୍ଥ ହେବାରୁ ଅତିଷ୍ଟ ହୋଇ ଛାତରୁ ଫିଙ୍ଗିଦେଇଥିବା ମହିଳା ଜଣକ କହିଛନ୍ତି । ସୁରକ୍ଷାକର୍ମୀଙ୍କ ସହାୟତାରେ ହସ୍ପିଟାଲ ତଳୁ ଶିଶୁ କନ୍ୟାର ମୃତଦେହ ଉଦ୍ଧାର କରାଯାଇଛି । ତେବେ ଉକ୍ତ ମହିଳାଙ୍କ ବିରୋଧରେ ପୋଲିସ ମାମଲା ରୁଜୁ କରି ଗିରଫ କରିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.