ETV Bharat / bharat

ସାମ୍ନାକୁ ଆସିଲା ଆଉ ଏକ ଆଶ୍ଚର୍ଯ୍ୟଜନକ ରିପୋର୍ଟ, ଋଷିକେଶ-ଯୋଶୀମଠ ମଧ୍ୟରେ ପ୍ରତି 1 କିମିରେ ଭୂସ୍ଖଳନ

author img

By

Published : Jan 16, 2023, 12:21 PM IST

joshimath sinking
ଯୋଶୀମଠ ଦବିବା ଘଟଣା

ଦିନକୁ ଦିନ ବିିଗିଡ଼ିବାରେ ଲାଗିଛି ଯୋଶୀମଠ ସ୍ଥିତି । ଏହାରି ମଧ୍ୟରେ ଆହୁରି ଏକ ଆଶ୍ଚର୍ଯ୍ୟଜନକ ରିପୋର୍ଟ ସାମ୍ନାକୁ ଆସିଛି । ଋଷିକେଶ ଠାରୁ ଯୋଶୀମଠ ପର୍ଯ୍ୟନ୍ତ ପ୍ରାୟ 247 କିମି ମଧ୍ୟରେ 309ଟି ସ୍ଥାନରେ ଭୂସ୍ଖଳନ ଘଟିଛି । ଅଧିକ ପଢ଼ନ୍ତୁ

ଡେରାଡୁନ: ଉତ୍ତରାଖଣ୍ଡର ଯୋଶୀମଠ ଦବିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଭାରତୀୟ ମହାକାଶ ଗବେଷଣା ସଂଗଠନର ସାଟେଲାଇଟ ରିପୋର୍ଟ ଅନୁଯାୟୀ 12 ଦିନ ମଧ୍ୟରେ ଯୋଶୀମଠ 5.4 ଇଞ୍ଚ ତଳକୁ ଦବିବା ରିପୋର୍ଟ ସାମ୍ନାକୁ ଆସିବା ପରେ ଆତଙ୍କ ସୃଷ୍ଟି କରିଛି । ଏହାରି ମଧ୍ୟରେ ଯୋଶୀମଠକୁ ନେଇ ଆହୁରି ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏକ ରିପୋର୍ଟରୁ ଜଣାପଡ଼ିଛି ଯେ ଋଷିକେଶ ଠାରୁ ଯୋଶୀମଠ ମଧ୍ୟରେ 309ଟି ସ୍ଥାନରେ ଭୂସ୍ଖଳନ ଘଟିଛି । ଅର୍ଥାତ 247 କିିମି ବିଶିଷ୍ଟ ଦୂରତା ମଧ୍ୟରେ ପ୍ରତ୍ୟେକ 1 କିଲୋମିଟରରେ ଗୋଟିଏରୁ ଅଧିକ ଭୂସ୍ଖଳନ ହୋଇଛି । ଯୋଗୀମଠ ନିକଟସ୍ଥ ପାହଡ଼ ଗୁଡ଼ିକ ଦୁର୍ବଳ ହୋଇଯାଇଥିବା ରିପୋର୍ଟରେ ଦର୍ଶାଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ: Joshimath Sinking: ଅନୁଧ୍ୟାନ ପାଇଁ ପହଞ୍ଚିଲା NGRI ଟିମ୍‌

ଗତ ଜାନୁଆରୀ 10 ତାରିଖରେ ୟୁରୋପୀୟ ଭୂବିଜ୍ଞାନୀ ୟୁନିୟନରେ ଭାରତୀୟ ଓ ବିଦେଶୀ ବୈଜ୍ଞାନିକଙ୍କ ଆଲୋଚନା ସମୟରେ ଏକ ରିପୋର୍ଟ ଦର୍ଶାଇଥିଲେ ଯେ, ପ୍ରାକୃତିକ ବିପର୍ଯ୍ୟୟ ବ୍ୟତୀତ ସଡ଼କ ନିର୍ମାଣ ଓ ପ୍ରସସ୍ଥ କରିବା ମଧ୍ୟ ଭୂସ୍ଖଳନର କାରଣ ହୋଇପାରେ । ଅଧ୍ୟୟନରେ କୁହାଯାଇଛି ଯେ, ଋଷିକେଶ ଠାରୁ ଯୋଶୀମଠ ମଧ୍ୟ ଦେଇ ଯାଇଥିବା ରାସ୍ତା ଗୁଡ଼ିକ ଭୂସ୍ଖଳନ ଦ୍ବାରା ପ୍ରଭାବିତ ହୋଇଛି । ପ୍ରାକୃତିକ ବିପର୍ଯ୍ୟୟ ତଥା ପ୍ରବଳ ବର୍ଷା, ବୃଷ୍ଟିପାତ, ବାରମ୍ବାର ଭୂକମ୍ପ ହେବା ଯୋଗୁଁ ରାସ୍ତା ଗୁଡ଼ିକ ଦୁର୍ବଳ ହୋଇପଡ଼ିଛି । ଅଧିକାଂଶ ଭୂସ୍ଖଳନ ଏବେ ଘଟିଥିବା ମନେ ହେଉଛି ବୋଲି ରିପୋର୍ଟରେ କୁହାଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ: ଜବତ କମ୍ପ୍ୟୁଟରର ସିପିୟୁରେ ମିଥ୍ୟା ତଥ୍ୟ ଭର୍ତ୍ତି କରି ଫସାଇବାକୁ ଚାହୁଁଛି ସିବିଆଇ: ସିସୋଦିଆ

ସାଟେଲାଇଟରୁ ମିଳିଥିବା ଚିତ୍ର ମାଧ୍ୟମରେ ଦର୍ଶାଯାଇଛି ଯେ, ପୂର୍ବରୁ ହୋଇଥିବା ଭୂସ୍ଖଳନରେ ରାସ୍ତାର 21 ପ୍ରତିଶତ କ୍ଷତିଗ୍ରସ୍ତ ହୋଇଥିଲା । ଏଥିସହ ପ୍ରବଳ ବର୍ଷା ଯୋଗୁଁ ଭୂସ୍ଖଳନ ଘଟି 17.8 ପ୍ରତିଶତ କ୍ଷତିଗ୍ରସ୍ତ ହୋଇଥିବା ଅନୁମାନ କରାଯାଉଛି । ଅନ୍ୟପଟେ ହିମାଚଳ ଅଞ୍ଚଳରେ ସଡ଼କ ନିର୍ମାଣ ଦ୍ରୁତ ଗତିରେ ବୃଦ୍ଧି ପାଇଛି । ଗତ 5 ବର୍ଷ ମଧ୍ୟରେ ହିମାଳୟ କ୍ଷେତ୍ରରେ ଥିବା ରାଜ୍ୟ ଗୁଡ଼ିକରେ 11,000 କିଲୋମିଟର ରାସ୍ତା ନିର୍ମାଣ କରାଯାଇଛି । ଅଧ୍ୟୟନ ଅନୁଯାୟୀ, ଏହି ଅଞ୍ଚଳର ମୃତ୍ତିକା ଦୁର୍ବଳ ହୋଇପଡ଼ିଛି । ଏଭଳି ସ୍ଥିତିରେ ରାସ୍ତାଗୁଡ଼ିକର ସକ୍ଷଣାବେକ୍ଷଣ ଏକ ପ୍ରକାର ଚ୍ୟାଲେଞ୍ଜ ସୃଷ୍ଟି କରିଛି । ଗତ 4 ବର୍ଷ ମଧ୍ୟରେ ଭୂସ୍ଖଳନ ଘଟଣାରେ ଉତ୍ତରାଖଣ୍ଡରେ ପ୍ରାୟ 160 ଜଣଙ୍କ ମୃତ୍ୟୁ ଘଟିଥିବା ରିପୋର୍ଟରେ କୁହାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.