ETV Bharat / bharat

ବିରିୟାନୀ ପାଇଁ ଗଡ଼ିଲା ମୁଣ୍ଡ, ବେକ କାଟିଲା ମୃତଦେହ ଉପରେ ନାଚିଲା ଅଭିଯୁକ୍ତ

author img

By ETV Bharat Odisha Team

Published : Nov 23, 2023, 11:59 AM IST

Updated : Nov 23, 2023, 12:14 PM IST

Minor boy stabbed for money issue
Minor boy stabbed

ଜାତୀୟ ରାଜଧାନୀ ଦିଲ୍ଲୀରେ ଏକ ଭୟଙ୍କର ହତ୍ୟାକାଣ୍ଡ ଘଟିଛି । 350 ଟଙ୍କା ପାଇଁ ଜଣେ ନାବାଳକକୁ 60 ଥର ଛୁରାମାଡ କରିଛି ଆଉ ଜଣେ ନାବାଳକ । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ଜାତୀୟ ରାଜଧାନୀରେ ଚାଞ୍ଚଲ୍ୟ । ଭୟଙ୍କର, ଭୟାନକ, ବିଭତ୍ସ ହତ୍ୟାକାଣ୍ଡ । 350ଟଙ୍କା ପାଇଁ ଗଡ଼ିଲା ମୁଣ୍ଡ । ଜଣେ 16 ବର୍ଷର ନାବାଳକ ଆଉ ଜଣେ 17ବର୍ଷର ବାଳକର ବେକ କାଟି ହତ୍ୟା କରିଛି । ଥରେ କି ଦୁଇଥର ନୁହେଁ 60ଥର ଛୁରାମାଡ଼ କରି ହତ୍ୟା କରିଛି ଅଭିଯୁକ୍ତ । 350 ଟଙ୍କା ପାଇଁ ଏହି ହତ୍ୟାକାଣ୍ଡ ହୋଇଥିବା ପ୍ରାଥମିକ ରିପୋର୍ଟରୁ ଜଣାପଡ଼ିଛି । ଉତ୍ତରପୂର୍ବ ଦିଲ୍ଲୀର ବେଲକମ ଥାନା ଅଞ୍ଚଳରୁ ଛାତି ଥରାଇ ଦେବା ଭଳି ଘଟଣା ଆସିଛି । ନାବାଳକକୁ ପୋଲିସ ଗିରଫ କରିଥିବା ଜଣାପଡ଼ିଛି । ହତ୍ୟା ମାମଲା ରୁଜ୍ଜୁ କରି ପୋଲିସ ତଦନ୍ତ ଜାରି ରଖିଛି । ପୁରା ଘଟଣାର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି ।

ବିରିୟାନୀ ଖାଇବାକୁ ମାଗିଥିଲା ଟଙ୍କା: ପୋଲିସର ସୂଚନା ଅନୁସାରେ, ଅଭିଯୁକ୍ତ 16 ବର୍ଷୀୟ ନାବାଳକ ଜଣକ ସ୍କୁଲ୍‌ରୁ ଡ୍ରପଆଉଟ ହୋଇଛି । ସେ ଦିଲ୍ଲୀରେ ତାର ବାପାମାଆଙ୍କ ସହ ରହୁଥିଲା । ତାର ବାପାମାଆ ଦିନ ମଜୁରିଆ ଭାବେ କାମ କରନ୍ତି । ହତ୍ୟାକାଣ୍ଡ ଘଟାଇବା ସମୟରେ ଅଭିଯୁକ୍ତ ନାବାଳକ ଜଣକ ନିଶାଶକ୍ତ ଥିଲା । ହତ୍ୟାକାଣ୍ଡର ଶିକାର ହୋଇଥିବା ବାଳକ ତାର ମାଆଙ୍କ ସହିତ ଜାଫାରାବାଦରେ ରହୁଥିଲା । ଅଭିଯୁକ୍ତ ଓ ମୃତକ ଦୁଇଜଣ ପରସ୍ପରକୁ ଜାଣିନଥିଲେ । ଅଭିଯୁକ୍ତ ପ୍ରଥମେ ଜଣେ ନାବାଳକ ପାଖକୁ ଯାଇ ବିରିୟାନୀ ଖାଇବାକୁ 350 ଟଙ୍କା ମାଗିଥିଲା । ପୀଡ଼ିତ ଜଣଙ୍କ ଟଙ୍କା ଦେବାକୁ ମନା କରିଥିଲେ । ଏହା ପରେ ତାଙ୍କଠୁ ଟଙ୍କା ଛଡ଼ାଇବାକୁ ଚେଷ୍ଟା କରିଥିଲା ଅଭିଯୁକ୍ତ । ଏହାପରେ ଦୁଇ ଜଣଙ୍କ ମଧ୍ୟରେ ଧସ୍ତାଧସ୍ତି ସ୍ଥିତି ଉପୁଜିଥିଲା । ଏହା ପରେ ଅଭିଯୁକ୍ତ ପୀଡ଼ିତର ତଣ୍ଟି ଚିପି ବେହୋସ କରି ଦେଇଥିଲା ।

ଏହା ବି ପଢନ୍ତୁ...ଇଣ୍ଡିଆ ବିଶ୍ବକପ୍ ହାରିବାରୁ ସାନଭାଇକୁ ହତ୍ୟା କଲା ବଡଭାଇ

ଏହା ପରେ ସେ ବଞ୍ଚିଛି କି ଦେଖିଥିଲା । କାଳେ ସେ ବଞ୍ଚିଥିବ ଭାବି 60 ଥର ଛୁରାମାଡ କରିବାପରେ ବେକକୁ ଖଣ୍ଡ ଖଣ୍ଡ କରି କାଟିଥିଲା । ଏହାପରେ ମୃତଦେହ ପାଖରେ ଅଭିଯୁକ୍ତ ଜଣକ ନାଚିଥିବା ଦେଖିବାକୁ ମିଳିଥିଲା । ନିକଟରେ ଲାଗିଥିବା ସିସିଟିଭି ଜଘନ୍ୟ ହତ୍ୟାକାଣ୍ଡର ଭିଡିଓରୁ ଏହା ଦେଖିବାକୁ ମିଳିଛି ।

ଏହା ବି ପଢନ୍ତୁ...ମାୟାନଗରୀରେ ଅପରାଧ: ରାସ୍ତାକଡରେ ପଡିଥିବା ସୁଟକେଶରୁ ମହିଳାଙ୍କ ମୃତ ଦେହ ଉଦ୍ଧାର, ପୋଲିସ ତଦନ୍ତ ଜାରିି

ସ୍ଥାନୀୟ ଲୋକ ଉକ୍ତ ବାଳକକୁ ଜିଟିବି ଡାକ୍ତରଖାନାରେ ଭର୍ତ୍ତି କରିଥଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସିସିଟିଭି ଫୁଟେଜ୍‌ ଆଧାରରେ ପୋଲିସ ଅଭିଯୁକ୍ତକୁ ଚିହ୍ନଟ କରି ଗିରଫ କରିଛି । ହତ୍ୟା ମାମଲା ରୁଜ୍ଜୁ କରି ତଦନ୍ତ ଜାରି ରଖିଛି । ପିଲାଟି ପାଠ ପଢ଼ିନାହିଁ । ଏକ ସୁସ୍ଥ ପରିବେଶ ମଧ୍ୟରେ ରହିନାହିଁ । ପ୍ୟାନେଲ୍‌ ଏହି ମାମଲାରେ ହସ୍ତକ୍ଷେପ କରି ତଦନ୍ତ କରିବ ବୋଲି ଦିଲ୍ଲୀ ଡିସିପିସିଆର ରଞ୍ଜନ ପ୍ରସାଦ କହିଛନ୍ତି ।

Last Updated :Nov 23, 2023, 12:14 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.