ETV Bharat / bharat

Manipur violence: ଗିରଫ ସନ୍ଦିଗ୍ଧ ଆତଙ୍କୀକୁ 2 ଦିନିଆ ରିମାଣ୍ଡରେ ନେଲା NIA

author img

By ETV Bharat Odisha Team

Published : Oct 1, 2023, 6:01 PM IST

Manipur violence: ଗିରଫ ସନ୍ଦିଗ୍ଧ ଆତଙ୍କୀକୁ 2 ଦିନିଆ NIA ରିମାଣ୍ଡରେ ପଠାଇଲେ କୋର୍ଟ
Manipur violence: ଗିରଫ ସନ୍ଦିଗ୍ଧ ଆତଙ୍କୀକୁ 2 ଦିନିଆ NIA ରିମାଣ୍ଡରେ ପଠାଇଲେ କୋର୍ଟ

ମଣିପୁର ସନ୍ଦିଗ୍ଧ ଆତଙ୍କୀକୁ 2 ଦିନିଆ ରିମାଣ୍ଡରେ ନେଲା NIA । ଗତକାଲି ଗିରଫ ପରେ ଆଜି ଦିଲ୍ଲୀ କୋର୍ଟରେ କରାଯାଇଥିଲା ହାଜର । ବାଂଲାଦେଶ ଓ ମିଆଁମାରର ଆତଙ୍କୀ ସଂଗଠନ ସହ ସମ୍ପର୍କ ଥିବା ସୂଚନା । ଅଧିକ ପଢନ୍ତୁ

ଇମ୍ଫାଲ: ଗତକାଲି ଗିରଫ ହୋଇଥିବା ସନ୍ଦିଗ୍ଧ ଆତଙ୍କୀକୁ ଆଜି ଦିଲ୍ଲୀର ପଟିଆଲା ହାଉସ କୋର୍ଟ 2 ଦିନିଆ ଏନଆଇଏ ରିମାଣ୍ଡରେ ପଠାଇଛନ୍ତି । ଗତକାଲି ମଣିପୁରରେ ତାକୁ ଗିରଫ କରାଯିବା ପରେ ଆଜି (ରବିବାର) ଦିଲ୍ଲୀ ଅଣାଯାଇଥିଲା । ପୂର୍ବାହ୍ନରେ ପଟିଆଲା ହାଉସ କୋର୍ଟରେ ହାଜର କରିବା ସହ ଅଧିକ ଜେରାର ଆବଶ୍ୟକତା ଦର୍ଶାଇ 10 ଦିନିଆ ରିମାଣ୍ଡ ଆବେଦନ କରିଥିଲା ଜାତୀୟ ତଦନ୍ତକାରୀ ସଂସ୍ଥା ଏନଆଇଏ । କୋର୍ଟ ଅଭିଯୁକ୍ତକୁ 2 ଦିନିଆ (ଅକ୍ଟୋବର 3 ତାରିଖ ) ପର୍ଯ୍ୟନ୍ତ ତଦନ୍ତକାରୀ ସଂସ୍ଥାକୁ ରିମାଣ୍ଡରେ ଦେଇଛନ୍ତି । ଏହି ସନ୍ଦିଗ୍ଧ ଆତଙ୍କୀ ମଣିପୁରରେ ଜାରି ରହିଥିବା ହିଂସାକାଣ୍ଡରେ ପ୍ରତ୍ୟେକ୍ଷ ସାମିଲ ଥିବା ସୂଚନା ମିଳିଛି । ସେ ବାଂଲାଦେଶ ଓ ମିଆଁମାରର ଏକାଧିକ ଆତଙ୍କୀ ସଂଗଠନର ଯୋଗାଯୋଗରେ ହିଂସାକୁ ପ୍ରୋତ୍ସାହିତ କରୁଥିବା ମଧ୍ୟ ସୂଚନା ମିଳିଛି ।

  • #WATCH | Seiminlun Gangte, an accused in the Manipur Violence case being taken from Delhi's Patiala House Court.

    Delhi's Patiala House Court remanded him to two days of National Investigation Agency (NIA) custody till October 3. pic.twitter.com/5V68DDfLjH

    — ANI (@ANI) October 1, 2023 " class="align-text-top noRightClick twitterSection" data=" ">

ଉତ୍ତର-ପୂର୍ବ ରାଜ୍ୟ ମଣିପୁର ହିଂସା ପଛରେ ବିଦେଶୀ ଆତଙ୍କୀ ସଂଗଠନର ହାତ ଥିବା ପୂର୍ବରୁ ଜଣାପଡିଛି । ବାଂଲାଦେଶ ଓ ମିଆଁମାର ସୀମାପାର ଆତଙ୍କବାଦୀ ସଂଗଠନ ଗୁଡିକ ମଣିପୁରରେ ଉଗ୍ରବାଦୀମାନଙ୍କୁ ହିଂସା ପାଇଁ ସହଯୋଗ କରୁଥିବା ସନ୍ଦେହ ମଧ୍ୟରେ ଗତକାଲି ସନ୍ଦିଗ୍ଧ ଆତଙ୍କୀ ସେଇମିନଲୁନ ଗଙ୍ଗତେ (Seiminlun Gangte)କୁ ଗିରଫ କରିଥିଲା ଜାତୀୟ ତଦନ୍ତକାରୀ ସଂସ୍ଥା । ଏହି ଆତଙ୍କୀ ଦୁଇଟି ଦେଶର ଆତଙ୍କବାଦୀ ସଂଗଠନ ସହ ଯୋଗାଯୋଗରେ ଥିବା ମଧ୍ୟ ପ୍ରାଥମିକ ଭାବେ ଜଣାପଡିଛି ।

ଇନପୁଟ ସୂଚନା ଆଧାରରେ ଆଣ୍ଟି ଟେରର ଏଜେନ୍ସି (NIA) ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସନ୍ଦିଗ୍ଧ ଆତଙ୍କୀକୁ ଗିରଫ କରିବା ପରେ ପ୍ରାଥମିକ ଜେରା କରିଥିଲା । ଆଜି ତାକୁ ଦିଲ୍ଲୀରେ ପଟିଆଲା ହାଉସ କୋର୍ଟରେ ହାଜର କରାଯାଇଥିଲା । ଏହା ଏକ ସଙ୍ଗୀନ ମାମଲା ଦର୍ଶାଇ ଏନଆଇଏ 10 ଦିନ ରିମାଣ୍ଡ ମାଗିଥିଲେ ସୁଦ୍ଧା କୋର୍ଟ ମାତ୍ର 2 ଦିନ ରିମାଣ୍ଡ ଦେଇଛନ୍ତି । ଚଳିତ 3 ତାରିଖରେ ତାକୁ କୋର୍ଟରେ ହାଜର କରାଯିବା ସହ ପୁଣି ଆଉ ଥରେ ରିମାଣ୍ଡ ଆବେଦନ କରିପାରେ ସଂସ୍ଥା ।

ଏହା ମଧ୍ୟ ପଢନ୍ତୁ:- Manipur violence: ନିୟନ୍ତ୍ରଣକୁ ଆସୁନି ହିଂସା, ପାହାଡି କ୍ଷେତ୍ରରେ 6 ମାସ ପାଇଁ ଲାଗିଲା AFSPA

ମେ’ 3 ତାରିଖରୁ ରାଜ୍ୟରେ ଦେଖାଯାଇଥିବା ଜାତିଗତ ହିଂସାରେ ଏବେ ସୁଦ୍ଧା ପ୍ରାୟ 160 ଜଣଙ୍କ ପ୍ରାଣହାନୀ ଘଟିଛି । ହେଲେ ଗତମାସ 2 ଯୁବତୀଙ୍କୁ ସଂଘବଦ୍ଧ ଯୌନ ନିର୍ଯାତନାର ଭିଡିଓ ଭାଇରାଲ ହେବା ପରେ ସ୍ଥିତି ନେଇ ସମଗ୍ର ଦେଶରେ ଉଦବେଗ ପ୍ରକାଶ ପାଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.