ETV Bharat / bharat

ଆଜି ମକର ରାଶିରେ ପ୍ରବେଶ କରିବେ ସୂର୍ଯ୍ୟ, ଜାଣନ୍ତୁ କେଉଁ ରାଶି ଉପରେ ପଡ଼ିବ ପ୍ରଭାବ

author img

By

Published : Jan 14, 2022, 12:24 PM IST

ଆଜି ମକର ରାଶିରେ ପ୍ରବେଶ କରିବେ ସୂର୍ଯ୍ୟ, ଜାଣନ୍ତୁ କେଉଁ ରାଶି ଉପରେ ପଡ଼ିବ ପ୍ରଭାବ
ଆଜି ମକର ରାଶିରେ ପ୍ରବେଶ କରିବେ ସୂର୍ଯ୍ୟ, ଜାଣନ୍ତୁ କେଉଁ ରାଶି ଉପରେ ପଡ଼ିବ ପ୍ରଭାବ

ଜାନୁଆରୀ ମାସର ବଡ ସଂକ୍ରାନ୍ତି ହେଉଛି ମକର ସଂକ୍ରାନ୍ତି । ପୌଷ ମାସର ଶୁକ୍ଳ ପକ୍ଷ ଦ୍ୱାଦଶୀ ତିଥି ତଥା ଜାନୁଆରୀ ୧୪ ତାରିଖ ମକର ସଂକ୍ରାନ୍ତି। ଅନ୍ୟ କେଉଁ ସ୍ଥାନରେ ୧୫ ଜାନୁଆରୀରେ ମଧ୍ୟ ପାଳନ କରିଥାନ୍ତି । ଏହି ଦିନ ସୂର୍ଯ୍ୟ ଧନୁ ରାଶିରୁ ବାହାରି ମକର ରାଶିରରେ ପ୍ରବେଶ କରିବେ । ତେବେ ଏହି ଦିନ କେଉଁ ସବୁ ଜିନିଷଗୁଡିକୁ ଦାନ କରିବା ଦ୍ୱାରା ଶୁଭ ଫଳ ମିଳିଥାଏ ଚାଲନ୍ତୁ ସେ ସବୁ ବିଷୟରେ ଜାଣିବା।

ମକର ରାଶିରେ ରବିଙ୍କ ଚଳନ

ମେଷ:

ମକର ରାଶିରେ ରବିଙ୍କ ଚଳନ ଦ୍ଵାରା ଆପଣ ଅର୍ଥ ଲାଭ କରିପାରନ୍ତି । ତୁମେ ନିଜର ଦାୟିତ୍ଵଗୁଡ଼ିକୁ ଭଲ ଭାବରେ ତୁଲାଇ ପାରିବ ।

ଉପଚାର: ସକାଳ ସମୟରେ ଜଳରେ କୁଙ୍କୁମ ମିଶାଇ ସୂର୍ଯ୍ୟଙ୍କୁ ଅର୍ପଣ କରନ୍ତୁ ।

ବୃଷ:

ରବିଙ୍କ ରାଶି ପରିବର୍ତ୍ତନ ହେଉଥିବା କାରଣରୁ ସ୍ଵାସ୍ଥ୍ୟରେ ଉନ୍ନତି ହୋ‍ଇପାରେ । ଭାଗ୍ୟବାନ ହୋ‍ଇପାରନ୍ତି । ଯଦି କିଛି ନୂଆ କରିବାକୁ ଯାଉଛନ୍ତି, ତେବେ ଗୁରୁଜନମାନଙ୍କ ଆଶୀର୍ବାଦ ନେବାକୁ ଭୁଲନ୍ତୁ ନାହିଁ ।

ଉପଚାର: ପ୍ରତିଦିନ ଗାଈମାନଙ୍କୁ ଗୁଡ଼ ଖାଇବାକୁ ଦିଅନ୍ତୁ ।

ମିଥୁନ:

ମକର ରାଶିରେ ରବିଙ୍କ ଚଳନ ହେଉଥିବାରୁ ସତର୍କତାର ସହ ଗାଡ଼ି ଚଲାନ୍ତୁ । ବର୍ତ୍ତମାନ ସମୟରେ ବାହାରେ ଖାଆନ୍ତୁ ନାହିଁ । କର୍ମକ୍ଷେତ୍ରରେ ନିଜର କାମ ଦ୍ଵାରା ପରିଚିତ ହେବାର ସମ୍ଭାବନା ଅଛି ।

ଉପଚାର: ଗାୟତ୍ରୀ ଚାଳିଶା ପାଠ କରନ୍ତୁ

କର୍କଟ:

ମକର ରାଶିରେ ରବି ରହୁଥିବାରୁ ନିଜର ଜୀବନସାଥୀ କିମ୍ବା ବ୍ୟବସାୟ ସହଭାଗୀଙ୍କ ସହିତ ଯୁକ୍ତି ହୋ‍ଇପାରେ । ପାକସ୍ଥଳି ଜନିତ ସମସ୍ୟା ମଧ୍ୟ ଦେଖା ଦେଇପାରେ ଏବଂ ନିଜର ସୁସ୍ଥତା ପାଇଁ ଅର୍ଥ ଖର୍ଚ୍ଚ କରିବାର ସମ୍ଭାବନା ଅଛି ।

ଉପଚାର: ଗରିବଙ୍କୁ ଦାନ କରନ୍ତୁ ।

ସିଂହ:

ମକର ରାଶିରେ ରବିଙ୍କ ଚଳନ ହେବାର ଅର୍ଥ, ଶତ୍ରୁମାନେ ଦୁର୍ବଳ ହେବେ । ଯଦି ଚାକିରୀ ପରିବର୍ତ୍ତନ କରିବାକୁ ଚାହୁଁଥାନ୍ତି, ତେବେ ଚେଷ୍ଟା କରିପାରନ୍ତି । ଆୟ ହ୍ରାସ ହେବା ସହିତ ବ୍ୟୟ ବୃଦ୍ଧି ହୋ‍ଇପାରେ ।

ଉପଚାର: ପ୍ରତିଦିନ ସୂର୍ଯ୍ୟଙ୍କ ସମ୍ବନ୍ଧିତ ମନ୍ତ୍ର ଜପ କରନ୍ତୁ ।

କନ୍ୟା:

ମକର ରାଶିରେ ରବିଙ୍କ ଉପସ୍ଥିତି ଯୋଗୁଁ ଜୀବନରେ ଶୁଭ ମୁହୂର୍ତ୍ତ ଆସିବାର ସମ୍ଭାବନା ଅଛି । ପଦୋନ୍ନତି ହୋ‍ଇପାରେ । ହେଲେ ସନ୍ତାନମାନଙ୍କୁ ନେଇ କିଛି ସମସ୍ୟା ପାଇଁ ଚିନ୍ତିତ ରହିପାରନ୍ତି ।

ଉପଚାର: ଆଦିତ୍ୟ ହୃଦୟ ସ୍ତୋତ୍ର ପାଠ କରନ୍ତୁ

ତୁଳା:

ମକର ରାଶିରେ ରବିଙ୍କ ଚଳନ ଯୋଗୁଁ ଜୀବନରେ କିଛି ସମସ୍ୟା ଦେଖା ଦେଇପାରେ । ଜମି ସମ୍ବନ୍ଧୀତ ବ୍ୟାପାରରୁ ଲାଭବାନ ନହୋ‍ଇ ପାରନ୍ତି । ଏହି ସମୟର ମୂଳମନ୍ତ୍ର ଧୈର୍ଯ୍ୟ ଅଟେ ।

ଉପଚାର: ଗାୟତ୍ରୀ ମନ୍ତ୍ର ଜପ କରନ୍ତୁ

ବିଛା:

ମକର ରାଶିରେ ରବିଙ୍କ ଚଳନ ହେଉଥିବାରୁ ଘରେ ଥିବା ବୟସ୍କଙ୍କ ଯତ୍ନ ନେବା ଆବଶ୍ୟକ ହୋ‍ଇପାରେ । ନିଜ ସାନ ଭାଇଭ‍ଉଣୀମାନଙ୍କ ସହିତ କଥାବର୍ତ୍ତା କରିବା ବେଳେ ଧୈର୍ଯ୍ୟବାନ ହେବା ପାଇଁ ପରାମର୍ଶ ଦିଆଯାଉଛି ।

ଉପଚାର: ପ୍ରତ୍ୟେକ ଦିନ ମାତାପିତାଙ୍କ ଆଶୀର୍ବାଦ ଗ୍ରହଣ କରନ୍ତୁ ।

ଧନୁ:

ମକର ରାଶିରେ ରବିଙ୍କ ଚଳନ ହେଉଥିବା କାରଣରୁ ପୂର୍ବପୁରୁଷଙ୍କ ସମ୍ପତ୍ତି ସମ୍ବନ୍ଧିତ କିଛି ସମସ୍ୟା ପାଇଁ ଚିନ୍ତିତ ରହିପାରନ୍ତି । ନିଜର ଅଧୈର୍ଯ୍ୟତା ଉପରେ ନିୟନ୍ତ୍ରଣ ରଖନ୍ତୁ, ନଚେତ ଏହା କ୍ଷତି କରିପାରେ ।

ଉପଚାର: ସୂର୍ଯ୍ୟାଷ୍ଟକ ଜପ କରନ୍ତୁ ।

ମକର:

ମକର ରାଶିରେ ରବିଙ୍କ ଚଳନ ହେଉଥିବାରୁ ଫୁର୍ତ୍ତି ରହିବ । ହେଲେ ନିଜର ଜୀବନସାଥୀ କିମ୍ବା ବ୍ୟବସାୟ ସହଭାଗୀଙ୍କ ସହିତ କଥାବାର୍ତ୍ତା କରିବା ବେଳେ ଭାଷାରେ ସଞ୍ଜମତା ରଖନ୍ତୁ । ଯୁକ୍ତି ହେବାର ପୂର୍ବାଭାଷ ମିଳୁଛି ।

ଉପଚାର: ଖାଦ୍ୟ ଗ୍ରହଣ କରିବା ପରେ ଗୁଡ଼ ଖାଆନ୍ତୁ ।

କୁମ୍ଭ:

ମକର ରାଶିରେ ରବିଙ୍କ ଚଳନର ପ୍ରଭାବ ହେତୁ ନିଜର ଶତ୍ରୁମାନଙ୍କ ପ୍ରତି ସତର୍କ ରୁହନ୍ତୁ । ବିଦେଶରେ ବ୍ୟବସାୟ ପାଇଁ ଏହା ଶୁଭ ସମୟ ବୋଲି ଜଣା ପଡ଼ୁଛି । ସ୍ଵାସ୍ଥ୍ୟ ଭଲ ରହିବାର ସମ୍ଭାବନା ଅଛି ।

ଉପଚାର: ସୂର୍ଯ୍ୟ ଦେବତାଙ୍କୁ ଗୁଡ଼ ଅର୍ପଣ କରନ୍ତୁ ।

ମୀନ:

ମକର ରାଶିରେ ରବିଙ୍କ ଚଳନ ସମୟଟି ଶୁଭ ହେବାର ସମ୍ଭାବନା ଅଛି । ନିଜ ଚାରିପାଖରେ ଥିବା ଲୋକଙ୍କ ଠାରୁ ସମ୍ମାନ ପାଇବାର ସମ୍ଭାବନା ଅଛି । ନିଜର ଆୟ ବୃଦ୍ଧି ପାଇଁ କରିଥିବା ଉଦ୍ୟମ ମଧ୍ୟ ଫଳବତୀ ହେବ ।

ଉପଚାର: ଆଦିତ୍ୟ ହୃଦୟ ସ୍ତୋତ୍ର ପାଠ କରନ୍ତୁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.