ETV Bharat / bharat

ଦିଲ୍ଲୀରେ ସିନ୍ଧେ, ଫଡନାଭିସ: ରାଷ୍ଟ୍ରପତି ଓ କେନ୍ଦ୍ରୀୟ ବିଜେପି ନେତାଙ୍କୁ କଲେ ସାକ୍ଷାତ

author img

By

Published : Jul 9, 2022, 12:43 PM IST

ଦିଲ୍ଲୀରେ ସିନ୍ଧେ, ଫଡନାଭିସ: ରାଷ୍ଟ୍ରପତି ଓ କେନ୍ଦ୍ରୀୟ ବିଜେପି ନେତାଙ୍କୁ କଲେ ସାକ୍ଷାତ
ଦିଲ୍ଲୀରେ ସିନ୍ଧେ, ଫଡନାଭିସ: ରାଷ୍ଟ୍ରପତି ଓ କେନ୍ଦ୍ରୀୟ ବିଜେପି ନେତାଙ୍କୁ କଲେ ସାକ୍ଷାତ

ଦିଲ୍ଲୀରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେ ଓ ଉପ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ । ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ କଲେ ସାକ୍ଷାତ । ବିଜେପି ମୁଖ୍ୟ ଜେପି ନଡ୍ଡା ଓ ଗୃହମନ୍ତ୍ରୀ ଶାହଙ୍କ ସହ ମଧ୍ୟ କଲେ ଆଲୋଚନା । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ମହାରାଷ୍ଟ୍ର ରାଜନୀତିରେ କ୍ଷମତା ପରିବର୍ତ୍ତନ କରି ମହାବିକାଶ ଅଘାଡି ସରକାକୁ କ୍ଷମତାରୁ ବାହରକୁ ରାସ୍ତା ଦେଖାଇ ସରକାର ଗଠନ ପରେ ଆଜି ଦିଲ୍ଲୀ ଗସ୍ତ କରିଛନ୍ତି, ନବନିର୍ବାଚିତ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେ ଓ ଉପ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ । ଉଭୟ ଆଜି (ଶନିବାର) ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟିବା ସହିତ ତମାମ ବିଜେପି କେନ୍ଦ୍ରୀୟ ନେତାଙ୍କୁ ମଧ୍ୟ ଭେଟି ଆଲୋଚନା ମଧ୍ୟ କରିଛନ୍ତି ।

ଦିଲ୍ଲୀରେ ସିନ୍ଧେ, ଫଡନାଭିସ: ରାଷ୍ଟ୍ରପତି ଓ କେନ୍ଦ୍ରୀୟ ବିଜେପି ନେତାଙ୍କୁ କଲେ ସାକ୍ଷାତ
ଦିଲ୍ଲୀରେ ସିନ୍ଧେ, ଫଡନାଭିସ: ରାଷ୍ଟ୍ରପତି ଓ କେନ୍ଦ୍ରୀୟ ବିଜେପି ନେତାଙ୍କୁ କଲେ ସାକ୍ଷାତ

ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ କାର୍ଯ୍ୟକାଳ ଶେଷ ହେଉଛି । ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ସିନ୍ଧେ ଓ ଉପ ମୁଖ୍ୟମନ୍ତ୍ରୀ ଫଡନାଭିସ ରାଷ୍ଟ୍ରପତିଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି । ସେହିପରି ଉଭୟ ନେତା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା ଓ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ମଧ୍ୟ ସୌଜନ୍ୟମୂଳକ ସାକ୍ଷାତ କରିବା ସହ ଆଲୋଚନା କରିଛନ୍ତି । ଆଗକୁ ସମ୍ପ୍ରସାରଣ ହେବାକୁ ଥିବା ମହାରାଷ୍ଟ୍ର କ୍ୟାବିନେଟର ରୂପରେଖ ନେଇ କେନ୍ଦ୍ରୀୟ ବିଜେପି ନେତୃତ୍ବଙ୍କ ସହ ଆଲୋଚନା ହୋଇଥିବା କୁହାଯାଉଛି ।

  • Maharashtra CM Eknath Shinde and Deputy CM Devendra Fadnavis called on President Ram Nath Kovind at Rashtrapati Bhavan, Delhi pic.twitter.com/ZHyy61cecP

    — ANI (@ANI) July 9, 2022 " class="align-text-top noRightClick twitterSection" data=" ">

ବର୍ତ୍ତମାନ ସୁଦ୍ଧା କେବଳ ମୁଖ୍ୟମନ୍ତ୍ରୀ ଭାବେ ଏକନାଥ ସିନ୍ଧେ ଓ ଉପ ମୁଖ୍ୟମନ୍ତ୍ରୀ ଭାବେ ଦେବେନ୍ଦ୍ର ଫଡନାଭିସ ଶପଥ ଗ୍ରହଣ କରିଛନ୍ତି । କ୍ୟାବିନେଟରେ ଆଉ କେଉଁମାନେ ମନ୍ତ୍ରୀ ଭାବେ ରହିବେ ସେ ନେଇ ବିଚାରବିମର୍ଶ ଲାଗି ରହିଛି । ବିଜେପି ଏକକ ସଂଖ୍ୟା ଗରିଷ୍ଠ ଦଳ ହୋଇଥିଲେ ସୁଦ୍ଧା ଏକନାଥ ସିନ୍ଧେ ମୁଖ୍ୟମନ୍ତ୍ରୀ ଓ ଫଡନାଭିସ ଉପ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ । ଏପରି ସ୍ଥଳେ ବିଜେପି ଓ ସିନ୍ଧେ ଗୋଷ୍ଠୀ ମଧ୍ୟରେ ମନ୍ତ୍ରୀ ପଦକୁ ନେଇ ସନ୍ତୁଳନ ରକ୍ଷା କରିବା ମଧ୍ୟ ନିହାତି ଜରୁରୀ । ପ୍ରଥମେ ମୁଖ୍ୟମନ୍ତ୍ରୀ ପଦ ପାଇଁ ଦେବେନ୍ଦ୍ରଙ୍କ ନାମ ଚର୍ଚ୍ଚାରେ ଥିବା ବେଳେ ସିନ୍ଧେ କିନ୍ତୁ ସବୁ କଳ୍ପନା ଜଳ୍ପନାକୁ ଭୁଲ ପ୍ରମାଣିତ କରି ମୁଖ୍ୟମନ୍ତ୍ରୀ ଗାଦି ହାସଲ କରିବାରେ ସଫଳ ହୋଇଛନ୍ତି । ବର୍ତ୍ତମାନ ବିଜେପିର କେନ୍ଦ୍ରୀୟ ନେତୃତ୍ବଙ୍କ ସହ ମନ୍ତ୍ରଣା, ଗଠିତ ହେବାକୁ ଥିବା ମନ୍ତ୍ରୀମଣ୍ଡଳର ରୂପରେଖ ନେଇ ହୋଇଥିବା ଚର୍ଚ୍ଚା ହେଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.