ETV Bharat / bharat

ମହାରାଷ୍ଟ୍ରର ଅହମ୍ମଦ ନଗର ହେଲା ଅହଲ୍ୟା ନଗର

author img

By

Published : May 31, 2023, 10:03 PM IST

ମହାରାଷ୍ଟ୍ରରେ ଅହମ୍ମଦ ନଗର ହେଲା ଅହଲ୍ୟା ନଗର, ମୁଖ୍ୟମନ୍ତ୍ରୀ କଲେ ଘୋଷଣା
ମହାରାଷ୍ଟ୍ରରେ ଅହମ୍ମଦ ନଗର ହେଲା ଅହଲ୍ୟା ନଗର, ମୁଖ୍ୟମନ୍ତ୍ରୀ କଲେ ଘୋଷଣା

ମହାରାଷ୍ଟ୍ରର ଅହମ୍ମଦ ନଗର ହେଲା ଅହଲ୍ୟା ନଗର । ରାଣୀ ଅହଲ୍ୟାବାଇ ହୋଲକରଙ୍କ ତିରୋଧାନ ଦିବସ କାର୍ଯ୍ୟକ୍ରମରେ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ସିନ୍ଦେ । ପୂର୍ବରୁ ଔରଙ୍ଗାବାଦ ହୋଇଥିଲା ଛତ୍ରପତି ସମ୍ଭାଜୀ ନଗର । ଅଧିକ ପଢନ୍ତୁ

ମୁମ୍ବାଇ: ଦେଶର ସହରର ନାମ ପରିବର୍ତ୍ତନ ଧାରାରେ ଯୋଡି ହୋଇଛି ମହାରାଷ୍ଟ୍ରର ଅହମ୍ମଦ ନଗର । ଏହାର ନାମ ପରିବର୍ତ୍ତନ କାରଯାଇ ଅହଲ୍ୟା ନଗର ରଖାଯାଇଛି । ମୁଖ୍ଯମନ୍ତ୍ରୀ ଏକନାଥ ସିନ୍ଦେ ଆଜି (ବୁଧବାର) ରାଣୀ ଅହଲ୍ୟାବାଇ ହୋଲକରଙ୍କ ତିରୋଧାନ ଦିବସ କାର୍ଯ୍ୟକ୍ରମରେ ଏହି ଘୋଷଣା କରିଛନ୍ତି । ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ଏହି ସଙ୍କେତ ପୂର୍ବରୁ ଦେଇସାରିଥିଲେ । ଅହମ୍ମଦ ନଗର ସହରର ନାମ ପରିବର୍ତ୍ତନ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ ଫଡନାଭିସ । ତାର ମାତ୍ର କିଛି ମିନିଟ୍‌ ମଧ୍ୟରେ ମୁଖ୍ଯମନ୍ତ୍ରୀ ସିନ୍ଦେ ଏହି ଘୋଷଣା କରିଛନ୍ତି ।

ସୂଚନା ଅନୁସାରେ, ମରାଠା ସାମ୍ରାଜ୍ୟର ଅନ୍ୟତମ ପ୍ରମୁଖ ରାଣୀ ଅହଲ୍ୟାବାଇ ହୋଲକରଙ୍କ ମହାପ୍ରୟାଣ ଦିବସ ଉପଲକ୍ଷେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ, ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ଓ ରାଜ୍ୟର ଅନ୍ୟ କିଛି ମନ୍ତ୍ରୀଙ୍କ ସମେତ ସ୍ଥାନୀୟ ନେତା ସାମିଲ ହୋଇଥିଲେ । କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ଫଡନାଭିସ ଏହି ନାମ ପରିବର୍ତ୍ତନ ପ୍ରସ୍ତାବ ସହ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିବାର ମାତ୍ର କେଇ ମିନିଟ ମଧ୍ୟରେ ମୁଖ୍ୟମନ୍ତ୍ରୀ ସିନ୍ଦେ ଏହି ଘୋଷଣା କରିଥିଲେ ।

ମରାଠା ଶାସନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ରାଣୀ ଅହଲ୍ୟାବାଇ ହୋଲକର ନିଜେ ଯୁଦ୍ଧ ଲଢିବା ସହ ମହାରାଷ୍ଟ୍ର ଓ ଦେଶବ୍ୟାପୀ ବିଭିନ୍ନ ମନ୍ଦିର ଓ ଧର୍ମଶାଳ ପ୍ରତିଷ୍ଠା କରିଥିଲେ । ଉପମୁଖ୍ୟମନ୍ତ୍ରୀ ଫଡନାଭିସ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ରାଜମାତା ଅହଲ୍ୟାବାଇଙ୍କ କୀର୍ତ୍ତିମାନ ବର୍ଣ୍ଣାନା କରିଥିଲେ । ତାଙ୍କର ଉଦ୍ୟମ ବିନା କାଶୀର ପ୍ରସିଦ୍ଧ ଜ୍ୟୋର୍ତିଲିଙ୍ଗ ପୀଠ ସମେତ ବହୁ ଶୈବ ପୀଠ ଆଜି ଅସ୍ତିତ୍ବରେ ନଥାନ୍ତା ବୋଲି କହିଥିଲେ । ତେଣୁ ଏହି ସହରର ନାମ ତାଙ୍କ ନାମରେ ନାମିତ ହେଉ, ଏହା ଲୋକଙ୍କର ଇଚ୍ଛା ବୋଲି କହିବା ସହ ସେ ଏହାର ପରିବର୍ତ୍ତିତ ନାମ ମୁଖ୍ୟମନ୍ତ୍ରୀ ସିନ୍ଦେ ଘୋଷଣା କରନ୍ତୁ ବୋଲି କହିଥିଲେ । ଯାହାର ମାତ୍ର କେଇ ମିନିଟ ମଧ୍ୟରେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଅହମ୍ମଦ ନଗରକୁ ଅହଲ୍ୟାବାଇ ନଗର ଭାବେ ଘୋଷଣା କରିଥିଲେ । ଏଠାରେ ଉଲ୍ଲେଖ ଯୋଗ୍ୟ ଯେ, ପୂର୍ବରୁ ମହାରାଷ୍ଟ୍ରର ଔରଙ୍ଗାବାଦକୁ ଛତ୍ରପତି ସାମ୍ଭାଜୀ ନଗର ଭାବେ ପୁନଃନାମିତ କରାଯାଇଥିଲା ।

ସେହିପରି ଉତ୍ତର ପ୍ରଦେଶରେ ଯୋଗୀ ଆଦିତ୍ୟନାଥ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ଗ୍ରହଣ କରିବା ପରେ ଏକାଧିକ ଐତିହାସିକ ସହରର ନାମ ପରିବର୍ତ୍ତନ କାରଯାଇଛି । ଇତିହାସ ଓ ପୌରାଣିକ ଦୃଷ୍ଟିକୋଣରୁ ମହତ୍ବ ବହନ କରୁଥିବା ଏକାଧିକ ସହର ନୂଆ ନାମ ପାଇଛନ୍ତି । ଆହ୍ଲାବାଦକୁ ପ୍ରୟାଗରାଜ, ମୋଗଲ ସରାଇକୁ ଦିନ ଦୟାଲ ଉପାଧ୍ୟାୟ ଓ ଫୈଜାବାଦ ଜିଲ୍ଲାକୁ ଅଯୋଧ୍ୟା ଭାବେ ପୁନଃନାମିତ କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.