ETV Bharat / bharat

ପ୍ରେମ ସମ୍ପର୍କକୁ ପରିବାର ଦେଲାନି ସମର୍ଥନ, ଆତ୍ମହତ୍ୟା କଲେ ପ୍ରେମୀ ଯୁଗଳ

author img

By

Published : Dec 11, 2020, 3:28 PM IST

ପ୍ରତିକାତ୍ମକ ଚିତ୍ର
ପ୍ରତିକାତ୍ମକ ଚିତ୍ର

ହାଇଦ୍ରାବାଦର ଏକ ପ୍ରେମୀ ଯୁଗଳ ରଶିଲଗାଇ ଆତ୍ମହତ୍ୟା କରିଛନ୍ତି । ସ୍ଥାନୀୟ ଏକ ଗଛରୁ ଉଭୟଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଅଧିକ ପଢନ୍ତୁ...

ହାଇଦ୍ରାବାଦ: ଆତ୍ମହତ୍ୟା କଲେ ପ୍ରେମୀ ଯୁଗଳ । ଘରେ ବିବାହକୁ ସମର୍ଥନ ନ ମିଳିବାରୁ ଆତ୍ମହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି । ଉଭୟ ଯୁବକ ଓ ଯୁବତୀ ଭିନ୍ନଜାତିର ହୋଇଥିବାରୁ ପରିବାର ଲୋକେ ବିବାହକୁ ସ୍ବୀକୃତି ଦେଉନଥିଲେ ।

ଆନ୍ଧ୍ରପ୍ରେଦଶ ସୂର୍ଯ୍ୟପେଟ ଜିଲ୍ଲା ଛିଭେମଲା ମଣ୍ଡଳ ଚନ୍ଦୁପଟଲାର ଉଭୟ ପ୍ରେମୀଯୁଗଳ ଅଟନ୍ତି । ତେବେ ପ୍ରାଥମିକ ତଦନ୍ତରୁ ସେମାନେ ପ୍ରେମକୁ ନେଇ ଆତ୍ମହତ୍ୟା କରିଥିବା ଜଣାପଡିଛି । ସୂଚନା ଅନୁଯାୟୀ ଚନ୍ଦୁପଟଲାର ଓର୍ସୁ ନବୀନ ଏବଂ କେଶବୋଇନାଙ୍କ ମଧ୍ୟରେ ଦୀର୍ଘଦିନରୁ ପ୍ରେମସମ୍ପର୍କ ଗଢି ଉଠିଥିଲା । ହେଲେ ଉଭୟଙ୍କ ପରିବାର ଜାତିଗତ ସମସ୍ୟା କାରଣରୁ ବିବାହ ହୋଇପାରିବ ନାହିଁ ବୋଲି ରୋକଠୋକ ମନାକରି ଦେଇଥିଲେ ।

ତେଣୁ ଉଭୟ ଆତ୍ମହତ୍ୟା କରିବାକୁ ନିଷ୍ପତ୍ତି ନେଇ ଗାଁ ନିକଟସ୍ଥ ଏକ ଗଛରେ ରଶିଲଗାଇ ଆତ୍ମହତ୍ୟା କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.