ETV Bharat / bharat

Women's Reservation Bill: ଲୋକସଭାରେ ପାରିତ, ସପକ୍ଷରେ 454 ଓ ବିପକ୍ଷରେ 2 ଭୋଟ

author img

By ETV Bharat Odisha Team

Published : Sep 20, 2023, 7:50 PM IST

Updated : Sep 20, 2023, 8:25 PM IST

ଲୋକସଭାରେ ମହିଳା ସଂରକ୍ଷଣ ବିଲ ପାରିତ । ସପକ୍ଷରେ 454 ଭୋଟ । ଅଧିକ ପଢନ୍ତୁ

ଲୋକସଭାରେ ପାରିତ, ସପକ୍ଷରେ 454 ଓ ବିପକ୍ଷରେ 2 ଭୋଟ
ଲୋକସଭାରେ ପାରିତ, ସପକ୍ଷରେ 454 ଓ ବିପକ୍ଷରେ 2 ଭୋଟ

ଲୋକସଭାରେ ପାରିତ, ସପକ୍ଷରେ 454 ଓ ବିପକ୍ଷରେ 2 ଭୋଟ

ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ମହିଳା ସଂରକ୍ଷଣ ବିଲ୍‌ ‘ନାରୀଶକ୍ତି ବନ୍ଦନ ଅଧିନିମୟ’ ଆଜି ନିମ୍ନସଦନ ଲୋକସଭାରେ ପାରିତ ହୋଇଛି । ଭୋଟିଂ ମାଧ୍ୟମରେ ପାରିତ ଏହି ବିଲ୍‌ ସପକ୍ଷରେ ମୋଟ 454 ଭୋଟ ଓ ବିପକ୍ଷରେ ମାତ୍ର 2ଟି ଭୋଟ ପଡିଥିଲା । ଗତକାଲି ଆଗତ ହେବା ପରେ ଆଜି ଦିନ ତମାମ ବିଲକୁ ନେଇ ଚର୍ଚ୍ଚା ହେଇଥିଲା । ସଂଧ୍ୟାରେ ବାଚସ୍ପତି ଓମ ବିର୍ଲା ଭୋଟିଂ ପାଇଁ ଆହ୍ବାନ କରିଥିଲେ । ଆସନ୍ତାକାଲି ଏହା ରାଜ୍ୟସଭାରେ ଆଗତ ହେବା ସହ ଚର୍ଚ୍ଚା ମଧ୍ୟ ହେବ ।

ଗତକାଲି ନୂତନ ସଂସଦ ଭବନ ପ୍ରବେଶ ପରେ ଅଧିବେଶନର ପ୍ରଥମ ସିଟିଂରେ 128ତମ ସମ୍ବିଧାନ ସଂଶୋଧନ ବିଲ୍‌ ଭାବେ ଏହାକୁ ଆଗତ କରିଥିଲେ କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘଓ୍ବାଲ । ଏହି ବିଲର ନାମ ରଖାଯାଇଛି ‘ନାରୀଶକ୍ତି ବନ୍ଦନ ଅଧିନିମୟ’ । ଏହି ଆଇନ କାର୍ଯ୍ୟକାରୀ ହେଲେ ସଂସଦର ନିର୍ବାଚିତ ସଦନ ‘ଲୋକସଭା’ ଓ ରାଜ୍ୟ ବିଧାନସଭା ଗୁଡିକରେ ମହିଳାଙ୍କ ପାଇଁ ମୋଟ ଆସନର ଏକ-ତୃତୀୟାଂଶ ତଥା 33 ପ୍ରତିଶତ ଆସନ ସଂରକ୍ଷିତ ରହିବ । ଏହା ଆଇନରେ କାର୍ଯ୍ୟକାରୀ ହେବା ପରେ 15 ବର୍ଷ ଅର୍ଥାତ 3 ସାଧାରଣ ନିର୍ବାଚନ ପର୍ଯ୍ୟନ୍ତ ବଳବତ୍ତର ରହିବ ।

ତେବେ ଗତକାଲି ଏହା ଆଗତ ହେବା ପୂର୍ବରୁ ସୋମବାର ସଂଧ୍ୟାରେ କେନ୍ଦ୍ର କ୍ୟାବିନେଟ ବୈଠକରେ ଏହି ବିଲକୁ ମଞ୍ଜୁରୀ ଦେଇଥିଲା । ପୂର୍ବରୁ କଂଗ୍ରେସ ଆଗୁଆ ଏହି ପ୍ରସଙ୍ଗରେ ସମ୍ବେଦନଶୀଳତା ଦେଖାଇସାରିଛି । ହାଇଦ୍ରାବାଦରେ ହୋଇଥିବା ଦୁଇଦିନିଆ ଦଳୀୟ କାର୍ଯ୍ୟକାରିଣୀରେ ଏକ ସଙ୍କଳ୍ପ ପାରିତ କରି କେନ୍ଦ୍ର ସରକାର ଏହି 5ଦିନିଆ ଅଧିବେଶନରେ ମହିଳା ସଂରକ୍ଷଣ ବିଲ ଆଣନ୍ତୁ ବୋଲି ଦାବି ମଧ୍ୟ କରିଥିଲା କଂଗ୍ରେସ । ଆଜି ସୋନିଆ ଗାନ୍ଧୀ ଏହି ପ୍ରସଙ୍ଗରେ ସମର୍ଥନ କରିବା ସହ ତ୍ବରାନ୍ବିତ କାର୍ଯ୍ୟକାରୀ ପାଇଁ ଦାବି କରିଥିଲେ । ଆଜି ଏହି ବିଲ ବିରୋଧରେ ମାତ୍ର ଦୁଇ ସାଂସଦଙ୍କ ଭୋଟ ଦାନ କରିଛନ୍ତି । 454 ସାଂସଦଙ୍କ ଭୋଟ ସହ ଏହା ଲୋକସଭାରେ ପାରିତ ହୋଇଛି । ଆସନ୍ତାକାଲି ରାଜ୍ୟସଭାରେ ଆଗତ ସହ ଚର୍ଚ୍ଚା ହେବ ।

ଏହା ମଧ୍ୟ ପଢନ୍ତୁ:- Parliament session: ଲୋକସଭାରେ ଆଗତ ହେଲା ମହିଳା ସଂରକ୍ଷଣ ବିଲ୍‌-

ତେବେ ଏହା ଏବେ ଉଭୟ ଗୃହରେ ପାରିତ ହେଲେ ସୁଦ୍ଧା ଏହି ସଂରକ୍ଷଣ ନିୟମକୁ ନିର୍ବାଚନ ମଣ୍ଡଳୀ ପୁନଃସୀମା ନିର୍ଦ୍ଧାରଣ ପରେ ହିଁ ଲାଗୁ କରାଯିବ । ତେବେ ଏହି ନିୟମ ଲାଗୁ ହେବା ପୂର୍ବରୁ ଜନଗଣନା ଓ ସଦ୍ୟତମ ତଥ୍ୟ ଅନୁସାରେ ସଂସଦୀୟ ଓ ବିଧାନସଭା କ୍ଷେତ୍ରର ପୁନଃ ସୀମା ନିର୍ଦ୍ଧାରଣ ହେବା ଜରୁରୀ । ଏପରି ସ୍ଥିତିରେ ପରବର୍ତ୍ତୀ ଜନଗଣନା 2027 ମସିହାରେ ହେବାର ସମ୍ଭାବନା ରହିଛି । ଏହି ଜନଗଣନା ଫଳାଫଳ ଆଧାରରେ ଦେଶରେ ସଂସଦୀୟ ଓ ବିଧାନସଭା କ୍ଷେତ୍ରର ପରିସୀମା ପୁନଃନିର୍ଦ୍ଧାରିତ ହେବ । ତେଣୁ 2024 ସାଧାରଣ ନିର୍ବାଚନରେ ଏହି ଆଇନର କାର୍ଯ୍ୟକାରିତା ନେଇ କୌଣସି ପ୍ରଶ୍ନ ମଧ୍ୟ ଉଠୁନାହିଁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Sep 20, 2023, 8:25 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.